Advertisment

ମାଙ୍କଡ଼ ନେଉଛନ୍ତି ପ୍ରତିଶୋଧ: ମାରିସାରିଲେଣି ୮୦ କୁକୁର ଛୁଆ

ବିଡ୍‌(ମହାରାଷ୍ଟ୍ର): କ୍ରୋଧରେ ଜର୍ଜରିତି ମାଙ୍କଡ଼ ଗୋଷ୍ଠୀ। ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଉଛନ୍ତି ମାଙ୍କଡ଼। ଗତ ଏକ ମାସ ମଧ୍ୟରେ ପ୍ରାୟ ୮୦ଟି କୁକୁର ଛୁଆକୁ ମାରିସାରିଲେଣି ମାଙ୍କଡ଼ ଗୋଷ୍ଠୀ। ଏମିତି ଏକ ଅଭାବନୀୟଚିତ୍ର ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। ମାଙ୍ଗଡ଼ମାନେ କୁକୁର ଛୁଆ ଗୁଡ଼ିକୁ ଧରି ନେଇ ଗଛ କିମ୍ବା ଛାତରୁ ଫିଙ୍ଗି ମାରି ଦେଉଛନ୍ତି। ଉତ୍ପାତ କରୁଥିବା ମାଙ୍କଡ଼ ଗୁଡ଼ିକୁ କାବୁ କରିବା ପାଇଁ ଜଙ୍ଗଲ […]

ଅଦ୍ୟତନ ହୋଇଛି
ମାଙ୍କଡ଼ ନେଉଛନ୍ତି ପ୍ରତିଶୋଧ: ମାରିସାରିଲେଣି ୮୦ କୁକୁର ଛୁଆ

901

Advertisment

ବିଡ୍‌(ମହାରାଷ୍ଟ୍ର): କ୍ରୋଧରେ ଜର୍ଜରିତି ମାଙ୍କଡ଼ ଗୋଷ୍ଠୀ। ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଉଛନ୍ତି ମାଙ୍କଡ଼। ଗତ ଏକ ମାସ ମଧ୍ୟରେ ପ୍ରାୟ ୮୦ଟି କୁକୁର ଛୁଆକୁ ମାରିସାରିଲେଣି ମାଙ୍କଡ଼ ଗୋଷ୍ଠୀ। ଏମିତି ଏକ ଅଭାବନୀୟଚିତ୍ର ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। ମାଙ୍ଗଡ଼ମାନେ କୁକୁର ଛୁଆ ଗୁଡ଼ିକୁ ଧରି ନେଇ ଗଛ କିମ୍ବା ଛାତରୁ ଫିଙ୍ଗି ମାରି ଦେଉଛନ୍ତି। ଉତ୍ପାତ କରୁଥିବା ମାଙ୍କଡ଼ ଗୁଡ଼ିକୁ କାବୁ କରିବା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ କରୁଛି।

Advertisment

ସ୍ଥାନୀୟ ଲୋକେ କହିଛନ୍ତି ଯେ, କିଛି କୁକୁର ଘେରି ଯାଇ ଏକ ଶିଶୁ ମାଙ୍କଡକୁ ମାରି ଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ମାଙ୍କଡ଼। ଏହାପରେ ମାଙ୍କଡ଼ ଗୋଷ୍ଠୀ ଆତଙ୍କ ଆରମ୍ଭ କରିଦେଇଥିଲେ। ଜଙ୍ଗଲ ବିଭାଗ ଜାଲ ବିଛାଇ ସେମାନଙ୍କୁ ଧରିବା ଆରମ୍ଭ କରିଛି। ଗ୍ରାମବାସୀଙ୍କ କହିବା ନୁଯାୟୀ, ମାଙ୍କଡମାନେ କୁକୁର ଛୁଆକୁ  ଖୋଜି ଖୋଜି ଉଠାଇ ନେଉଛନ୍ତି। ପରେ ଗଛ କିମ୍ବା ଉଚ୍ଚ କୋଠା ଉପରୁ ଫିଙ୍ଗି ଦେଉଛନ୍ତି। ନିକଟରେ  ମଜଲଗାଓଁରେ ସମାନ ଚିତ୍ର ଦେଖିବକା ମିଳିଛି।

ଉକ୍ତ ଗାଁ ପାଖାପାଖି ୫୦୦୦ ଲୋକ ରୁହନ୍ତି।  କିନ୍ତୁ ଏହି ଗାଁରେ ଗୋଟିଏ ବି କୁକୁର ଛୁଆ ନାହିଁ। ଗ୍ରାମବାସୀମାନେ ମଧ୍ୟ କୁକୁରମାନଙ୍କୁ ବଞ୍ଚାବାକୁ ଚେଷ୍ଟା କରି ମାଙ୍କଡ଼ଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେତେକ ସ୍ଥାନୀୟ ଲୋକ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି। ଏମିତିକି  ବିଡରେ ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାମାନଙ୍କୁ ମାଙ୍କଡ଼ମାନେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।  ଯାହା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe