Advertisment

୨୦ କୋଟି ଟଙ୍କା ଜବତ ଘଟଣା: ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କଲା ଇଡି

କୋଲକାତା: ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। କୋଲକାତାର ତାଙ୍କ ବାସଭବନରୁ ଗତକାଲି ୨୦ କୋଟି ଟଙ୍କା ଜବତ ହେବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।  ଆଜି ସକାଳେ ଟିଏମସି ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ଏସ୍‌ଏସ୍‌ସି ସ୍କାମ୍‌ ତଥା  ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଜି କୋଲ୍‌କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ  ଇଡି ଗିରଫ […]

author-image
Tapas Behera
୨୦ କୋଟି ଟଙ୍କା ଜବତ ଘଟଣା: ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କଲା ଇଡି

arpita

କୋଲକାତା: ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। କୋଲକାତାର ତାଙ୍କ ବାସଭବନରୁ ଗତକାଲି ୨୦ କୋଟି ଟଙ୍କା ଜବତ ହେବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।  ଆଜି ସକାଳେ ଟିଏମସି ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ଏସ୍‌ଏସ୍‌ସି ସ୍କାମ୍‌ ତଥା  ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଜି କୋଲ୍‌କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ  ଇଡି ଗିରଫ କରିଥିଲା।

Advertisment

ଶୁକ୍ରବାର ଅର୍ପିତାଙ୍କ ଘରୁ଼ ୨୦ କୋଟି ଟଙ୍କା ଜବତ ହୋଇଥିଲା। ଆଜି ସକାଳେ ଅର୍ପିତାଙ୍କୁ ପୁଲିସ ଅଟକ ରଖିଥିଲା। ସେହିପରି ଗତକାଲି ରାତିସାରା ପାର୍ଥଙ୍କୁ ତାଙ୍କ ବାସଭବନରେ ଜେରା କରାଯାଇଥିଲା। ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇଛି।  ଇଡିର ୮ଜଣ ଅଧିକାରୀ ମଧ୍ୟ ପାର୍ଥଙ୍କ ଘରେ ଖୋଳତାଡ଼ କରିଥିଲା।

ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟର ମମତା ବାନାର୍ଜୀଙ୍କ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ବେଳେ ଶିକ୍ଷାମନ୍ତ୍ରୀ ଥିଲେ। ତାଙ୍କ ସହକାରୀ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ନଗଦ ୨୦ କୋଟି ଟଙ୍କା  ଏସ୍‌ଏସ୍‌ସି ସ୍ମାମ ଜନିତ ଆୟ ହୋଇ ଥିବା ଇଡି କହିଛି।  ପାର୍ଥଙ୍କ ବ୍ୟତୀତ ଇଡି ରାଜ୍ୟ ଶିକ୍ଷାମନ୍ତ୍ରୀ ପରେଶ ସି. ଅଧିକାରୀ, ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ଘରେ ଚଢ଼ାଉ କରିଛି।

Advertisment