Advertisment

ଏବେ କରୋନାରୁ ସୁସ୍ଥ ହେବାକୁ ଲାଗୁଛି ଅଧିକ ସମୟ, ଜାଣନ୍ତୁ କାରଣ

ହାଇଦ୍ରାବାଦ: କରୋନା ସଂକ୍ରମଣ ଓ ଅକ୍ସିଜେନ ସଙ୍କଟ ଭିତରେ ଆଉ ଏକ ଆତଙ୍କିତ କରିବା ଭଳି ଖବର ସାମ୍ନାକୁ ଆସିଛି। କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ଲୋକମାନେ ଅଧିକ ଦିନ ଯାଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାର ଅର୍ଥ କରୋନା ଆକ୍ରାନ୍ତଙ୍କୁ ଏବେ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ୁଛି। ପୂର୍ବରୁ ମଧ୍ୟମ ଧରଣର ଲକ୍ଷଣ ଥିବା ଜଣେ ଆକ୍ରାନ୍ତ ୭ରୁ ୧୦ ଦିନ ମଧ୍ୟରେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରୁଥିଲେ। କିନ୍ତୁ ଏବେ […]

ଅଦ୍ୟତନ ହୋଇଛି
ଏବେ କରୋନାରୁ ସୁସ୍ଥ ହେବାକୁ ଲାଗୁଛି ଅଧିକ ସମୟ, ଜାଣନ୍ତୁ କାରଣ

Corona

Advertisment

ହାଇଦ୍ରାବାଦ: କରୋନା ସଂକ୍ରମଣ ଓ ଅକ୍ସିଜେନ ସଙ୍କଟ ଭିତରେ ଆଉ ଏକ ଆତଙ୍କିତ କରିବା ଭଳି ଖବର ସାମ୍ନାକୁ ଆସିଛି। କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ଲୋକମାନେ ଅଧିକ ଦିନ ଯାଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାର ଅର୍ଥ କରୋନା ଆକ୍ରାନ୍ତଙ୍କୁ ଏବେ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ୁଛି।

Advertisment

ପୂର୍ବରୁ ମଧ୍ୟମ ଧରଣର ଲକ୍ଷଣ ଥିବା ଜଣେ ଆକ୍ରାନ୍ତ ୭ରୁ ୧୦ ଦିନ ମଧ୍ୟରେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରୁଥିଲେ। କିନ୍ତୁ ଏବେ ଏପରି ଲକ୍ଷଣ ଥାଇ ହସ୍ପିଟାଲ ଆସୁଥିବା ଲୋକଙ୍କୁ ୧୫ ଦିନର ଚିକିତ୍ସା ଦରକାର ପଡ଼ିଛୁ। ବିଶେଷଜ୍ଞଙ୍କ ମତରେ କରୋନାର ଏକାଧିକ ମ୍ୟୁଟାଣ୍ଟ ଯୋଗୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଥିବା କହିଛନ୍ତି।

ଡା ପି ରଘୁରାମ କହିଛନ୍ତି, କରୋନାର ଭାଇରସର ମ୍ୟୁଟାଣ୍ଟ ଯୋଗୁ ଦେଶରେ ସଂକ୍ରମଣ ଅଧିକ ବ୍ୟାପୁଛି। ବ୍ରିଟେନ ଠାରୁ ଆରମ୍ଭ କରି ବ୍ରାଜିଲ ଭାରିଆଣ୍ଟ, ଡବଲ ମ୍ୟୁଟାଣ୍ଟ ଓ ଟ୍ରିପଲ ମ୍ୟୁଟାଣ୍ଟ ଯୋଗୁ ଦେଶରେ ସଂକ୍ରମଣ ହାର ଅଧିକ ରହିଛି। ମ୍ୟୁଟାଣ୍ଟ ଯୋଗୁ ପୂରା ପରିବାର ସଂକ୍ରମିତ ହେଉଛନ୍ତି ଓ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି। ଯେଉଁମାନଙ୍କ ଶରୀରରେ ଅଧିକ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ଅଧିକ ଦିନ ଆଇସିୟୁରେ ଚିକିତ୍ସା କରିବାକୁ ପଡ଼ୁଛି। ମଧ୍ୟମ ଧରଣର ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଦିନର ଚିକିତ୍ସା ଆବଶ୍ୟକ ପଡ଼ୁଛୁ ବୋଲି ସେ କହିଛନ୍ତି।

Advertisment

ଡା ବିଜୟ କୁମାର କହିଛନ୍ତି, ‘‘ଡବଲ ଓ ଟ୍ରିପଲ ମ୍ୟୁଣ୍ଟାଣ୍ଟର ନୂଆ ଷ୍ଟ୍ରେନ କେବଳ ଦ୍ରୁତଗତିରେ ସଂକ୍ରମଣ କରୁନାହିଁ, ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଦ୍ରୁତଗତିରେ ବିଗିଡ଼ି ଯାଉଛି। ଏହି କାରଣରୁ ସେମାନେ ହସ୍ପିଟାଲ ଆସୁଛନ୍ତି। ତଥାପି ହସ୍ପିଟାଲ ଆସିବାରେ ବିଳମ୍ବ ହେଉଥିବାରୁ ସେମାନଙ୍କୁ ଅଧିକ ଦିନ ଚିକିତ୍ସିତ ହେବାକୁ ପଡ଼ୁଛି।”

କେବଳ ହସ୍ପିଟାଲରେ ଅଧିକ ଦିନ ରହିବାକୁ ପଡ଼ୁନି। ଆଇସିୟୁ ଓ ଭେଣ୍ଟିଲେଟର୍‌ରେ ମଧ୍ୟ ଜଣେ ରୋଗୀଙ୍କୁ ପୂର୍ବାପେକ୍ଷା ଅଧିକ ଦିନ ଧରି ଚିକିତ୍ସା କରାଯାଉଛି। ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ ୪୦ ବର୍ଷରୁ କମ ବୟସ୍କ ଲୋକମାନେ କରୋନାରେ ଆକ୍ରାନ୍ତ ହେଉଥିଲେ ହେଁ ସେମାନଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଉନାହିଁ।

କିନ୍ତୁ ସେମାନଙ୍କ ଅମ୍ଳଜାନ ସ୍ତର ୮୦କୁ ଖସି ଆସୁଛି। ପରବର୍ତ୍ତୀ ଅବସ୍ଥାରେ ଏହା ଆହୁରି ତଳକୁ ଖସି ଯାଉଛି। ଏଭଳି ଘଟଣା ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ସହ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଠିକ୍‌ ଠାକ ଥିଲେ। ହଠାତ୍‌ ସେ ଶ୍ୱାସକ୍ରିୟାରେ ଅସହଜ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିଲା। ହେଲେ ସେତେବେଳକୁ ତାଙ୍କ ଅମ୍ଳଜାନସ୍ତର ୭୮କୁ ଖସି ଯାଇଥିଲା। ଗୋଟିଏ ଦିନ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଫୁସଫୁସରେ ଅତ୍ୟଧିକ ସଂକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe