Advertisment

ନିଜ ଦୋକାନ ଫେରିପାଇଲେ ଗ୍ରାଜୁଏଟ ଚାଏବାଲି ପ୍ରିୟଙ୍କା

ପାଟନା: ପାଟନାର ଚର୍ଚ୍ଚିତ ଗ୍ରାଜୁଏଟ ଚାଏୱାଲି ପ୍ରିୟଙ୍କା ଗୁପ୍ତା ତାଙ୍କ ଚାହା ଷ୍ଟଲ ଫେରିପାଇଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଆରଜେଡି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରିୟଙ୍କା ଭେଟିବା ପରେ ତାଙ୍କ ସମସ୍ୟାର ସମାଧାନ ହୋଇଛି। ବେଆଇନ୍‌ ଉଚ୍ଛେଦ ଅଭିଯାନରେ ପ୍ରିୟଙ୍କାଙ୍କ ଚାହା ଷ୍ଟଲ ସିଜ୍‌ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରିୟଙ୍କା ଗୁପ୍ତାଙ୍କୁ ସମର୍ଥନ କରି ତାଙ୍କୁ ସହାୟତା କରିବାକୁ ବିଭିନ୍ନ ମହଲରୁ […]

ନିଜ ଦୋକାନ ଫେରିପାଇଲେ ଗ୍ରାଜୁଏଟ ଚାଏବାଲି ପ୍ରିୟଙ୍କା

tea

Advertisment

ପାଟନା: ପାଟନାର ଚର୍ଚ୍ଚିତ ଗ୍ରାଜୁଏଟ ଚାଏୱାଲି ପ୍ରିୟଙ୍କା ଗୁପ୍ତା ତାଙ୍କ ଚାହା ଷ୍ଟଲ ଫେରିପାଇଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଆରଜେଡି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରିୟଙ୍କା ଭେଟିବା ପରେ ତାଙ୍କ ସମସ୍ୟାର ସମାଧାନ ହୋଇଛି। ବେଆଇନ୍‌ ଉଚ୍ଛେଦ ଅଭିଯାନରେ ପ୍ରିୟଙ୍କାଙ୍କ ଚାହା ଷ୍ଟଲ ସିଜ୍‌ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରିୟଙ୍କା ଗୁପ୍ତାଙ୍କୁ ସମର୍ଥନ କରି ତାଙ୍କୁ ସହାୟତା କରିବାକୁ ବିଭିନ୍ନ ମହଲରୁ ସ୍ୱର ଉଠିଥିଲା। ପାଟନାର ସିଭିକ୍ ବଡି ପ୍ରିୟଙ୍କା ସମର୍ଥନରେ ବାହାରି ସରକାରଙ୍କୁ ଅପିଲ କରିଥିଲା। ଏହା ପରେ ପ୍ରିୟଙ୍କା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ପ୍ରିୟଙ୍କା ତାଙ୍କୁ ଏକ ଚିଠି ଲେଖି  ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ତେଜସ୍ୱୀ କହିଥିଲେ।  ଏଥିରେ ଡେପୁଟି କମିଶନରଙ୍କୁ ଆଡ୍ରେସ କରିବାକୁ ତେଜସ୍ୱୀ କହିଥିଲେ। ପ୍ରିୟଙ୍କା ଏକ ଚିଠି ଲେଖି ତାଙ୍କ ଚାହା ଦୋକାନକୁ ପୁନଃ ଅବସ୍ଥାନ ପାଇଁ ନିବେଦନ କରିଥିଲେ । ଏହା ପରେ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ତାଙ୍କୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଥିଲା।

Advertisment

ସେହିପରି ସେ ଚାହା ଷ୍ଟଲ ପାଇଁ ଏକ ଲାଇସେନ୍ସୁ ନେଇଥିବା କହିଥିଲେ।  ପ୍ରିୟଙ୍କା ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ହେଲେ ଚାକରି ନମିଳିବାରୁ ସେ ଚା’ ବିକ୍ରି କରିବା ଆରମ୍ଭ କରିଥିଲେ। ସ୍ନାତକ ଡିଗ୍ରି ହାସଲ କରିବା ପରେ ଦୁଇବର୍ଷ ପାଇଁ ଚାକିରି ଖୋଜିଥିଲେ। ସରକାରୀ ଚାକିରି, ବିଶେଷକରି ବ୍ୟାଙ୍କରେ ଚାକିରି କରିବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ଦୁଇବର୍ଷର କଠିନ ପରିଶ୍ରମ ପରେ ସେ ସେଥିରେ ସଫଳ ହୋଇ ନଥିଲେ। ଏହା ପରେ ଏହି ପେସାକୁ ଆଦରି ନେଇଛନ୍ତି। ଏହାର ନାମ ‘ଚାଇୱାଲୀ’ ରଖିଛନ୍ତି।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ତାଙ୍କ ଦୋକାନର ବ୍ୟାନରରେ ‘ପିଇବାକୁ ହିଁ ପଡ଼ିବ’ ବୋଲି ଲେଖିଛନ୍ତି। ମସଲା ଚା’, ଚକୋଲେଟ ଚା’ ଭଳି ବିଭନ୍ନ ସ୍ୱାଦର ଚା’ ସେ କପ୍‌ ପିଛା ୧୫ରୁ ୨୦ ଟଙ୍କା ଦାମ୍‌ରେ ବିକ୍ରି କରି ନିଜର ଆର୍ଥିକ ଗୁଜରାଣ  ମେଣ୍ଟାଉ ଥିଲେ । ରାଜ ଭଗତ ନାମଜ ଜଣେ ସାଙ୍ଗଠାରୁ ୩୦ ହଜାର ଟଙ୍କା ଆଣି ସେ ଟି ଷ୍ଟଲ ଆରମ୍ଭ କରିଥିଲେ । ୨୪ ବର୍ଷୀୟା ପ୍ରିୟଙ୍କାଙ୍କ ଘର ବିହାରର ପୂର୍ଣ୍ଣିଆ ଜିଲ୍ଲାରେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଚାହା ଷ୍ଟଲ ସରକାରୀ ଜାଗା ତଥା ଜବରଦଲରେ ଥିବା ଦର୍ଶାଈ ପାଟନା ମ୍ୟୁନ୍ସିପାଲ କର୍ପୋରେଶନ ତାଙ୍କ ଦୋକାନକୁ ସିଜ୍‌ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe