Advertisment

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରୁ ନଗଦ ୧୧.୫୦ ଲକ୍ଷ ଜବତ କଲା ଇଡି

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ୧୧.୫୦ ଲକ୍ଷ ଟଙ୍କା ଜବତ କରିଛି। ଆଜି ସକାଳ ପ୍ରାୟ ୭ଟାରୁ ଅଚାନକ ଚଢ଼ାଉ କରି ଖୋଳତାଡ଼ କରିବା ବେଳେ ଇଡି ଏହି ନଗଦ ଟଙ୍କା ପାଇଛି। ଯାହାପରେ ସଞ୍ଜୟଙ୍କୁ ଦକ୍ଷିଣ ମୁମ୍ବାଇ ସ୍ଥିତ ଇଡି ଅଫିସ୍‌କୁ ଅଣାଯାଇ ପଚରାଉଚରା କରାଯାଉଛି। ତେବେ ଅନ୍ୟପଟେ ମାମଲା ସମ୍ପର୍କିତ କୌଣସି ତଥ୍ୟ ନ ଥାଇ ଇଡି ସଞ୍ଜୟକୁ ହେପାଜତକୁ ନେବାର […]

author-image
Niranjan Mishra
ଅଦ୍ୟତନ ହୋଇଛି
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରୁ ନଗଦ ୧୧.୫୦ ଲକ୍ଷ ଜବତ କଲା ଇଡି

ed

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ୧୧.୫୦ ଲକ୍ଷ ଟଙ୍କା ଜବତ କରିଛି।

Advertisment

ଆଜି ସକାଳ ପ୍ରାୟ ୭ଟାରୁ ଅଚାନକ ଚଢ଼ାଉ କରି ଖୋଳତାଡ଼ କରିବା ବେଳେ ଇଡି ଏହି ନଗଦ ଟଙ୍କା ପାଇଛି। ଯାହାପରେ ସଞ୍ଜୟଙ୍କୁ ଦକ୍ଷିଣ ମୁମ୍ବାଇ ସ୍ଥିତ ଇଡି ଅଫିସ୍‌କୁ ଅଣାଯାଇ ପଚରାଉଚରା କରାଯାଉଛି।

ତେବେ ଅନ୍ୟପଟେ ମାମଲା ସମ୍ପର୍କିତ କୌଣସି ତଥ୍ୟ ନ ଥାଇ ଇଡି ସଞ୍ଜୟକୁ ହେପାଜତକୁ ନେବାର କୌଣସି କାରଣ ନ ଥିଲା ବୋଲି ତାଙ୍କ ଓକିଲ କହିଛନ୍ତି।

Advertisment

ସେପଟେ ସଞ୍ଜୟଙ୍କ ଭାଇ ସୁନିଲ ରାଉତଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ନେଇଛି। ଏନେଇ ସୁନିଲ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ତାଙ୍କ ନିବିଡ଼ ସମ୍ପର୍କ ଥିଲା। ତେଣୁ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି। ସଞ୍ଜୟଙ୍କ ବିରୋଧରେ ମଧ୍ୟ କୌଣସି ଜିନିଷ ଇଡି ପାଖରେ ନାହିଁ। ଏହି ମାମଲାରେ ହେଉ କିମ୍ବା ଯେକୌଣସି ମାମଲାରେ ହେଉ, ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ, ଇଡି ପକ୍ଷରୁ ଚଢ଼ଉ ବେଳେ ସଞ୍ଜୟଙ୍କ ଘରେ ସୁରକ୍ଷା ଦୃଷ୍ଟି କୋଣରୁ ସିଆରପିଏଫ୍ ଫୋର୍ସ ମଧ୍ୟ ପହଞ୍ଚିଥିଲା। ସକାଳ ୭ରୁ ଯାଞ୍ଚ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ବେଳକୁ ସଞ୍ଜୟଙ୍କୁ ଇଡି ଅଫିସ୍ ନିଆଯାଇଥିଲା। ଏହି ସମୟରେ ତାଙ୍କ ଘର ଆଗରେ ଶିବସେନା କର୍ମୀଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ଭିଡ଼ ଭିତରେ ତାଙ୍କୁ ଗାଡିରେ ଧରି ଇଡି ଅଧିକାରୀମାନେ ଯାଇଥିଲେ। ଯିବା ବେଳେ ଗାଡ଼ିରୁ ବାହାରି ସେ ବୀରତ୍ୱର ସହ ବାହୁ ଦେଖାଇ ଲୋକଙ୍କୁ ଅଭିବାଦନ ଜଣାଇ ଥିଲେ।

ତେବେ ଏଭଳି ଚଢ଼ଉରେ ସେ ଭାଙ୍ଗି ପଡ଼ିବେ ନାହିଁ କିମ୍ବା ମରିଗଲେ ସୁଦ୍ଧା ଦଳ ଛାଡ଼ିବେ ନାହିଁ ବୋଲି ସଞ୍ଜୟ କହିଛନ୍ତି।