Advertisment

ଉପନିର୍ବାଚନ ବାଜିମାରିନେଲେ ବାବୁଲ ସୁପ୍ରିୟୋ, ଶତ୍ରୁଘ୍ନ ସିହ୍ନା

କୋଲକାତା: ପଶ୍ଚିମବଙ୍ଗରେ ଗୋଟିଏ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବି ତୃଣମୂଳ କଂଗ୍ରେସ(ଟିଏମି) ତାର ଦବଦବା ଜାହିର କରିଛି।  ଆଜି ହୋଇଥିବା ଭୋଟ ଗଣତିରେ ପ୍ରତିପକ୍ଷ ବିରୋଧୀଙ୍କୁ ପଛରେ ପକାଇ ଟିଏମସି ବିପୁଳ ଭୋଟ୍ ବ୍ୟବଧାନରେ ଜିତିଛି।  ବେଙ୍ଗଲର ବାଲିଗଞ୍ଜ ଆସନରୁ ବିଧାୟକ ଭାବେ ବାବୁଲ ସୁପ୍ରିୟୋ ପ୍ରତିଦ୍ୱନ୍ଦିତା କରୁଥିଲେ। ଏଠାରେ ବାବୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି।  ବାବୁଲ ସୁପ୍ରିୟୋ କହିଛନ୍ତି ଯେ, […]

author-image
Tapas Behera
ଅଦ୍ୟତନ ହୋଇଛି
ଉପ ନିର୍ବାଚନ ଲଢ଼ିବେ ବାବୁଲ ସୁପ୍ରିୟୋ, ମୁଁ ଅଭ୍ୟାସଗତ ଦଳବଦଳକାରୀ ନୁହଁ

Babul-Supriyo

କୋଲକାତା: ପଶ୍ଚିମବଙ୍ଗରେ ଗୋଟିଏ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବି ତୃଣମୂଳ କଂଗ୍ରେସ(ଟିଏମି) ତାର ଦବଦବା ଜାହିର କରିଛି।  ଆଜି ହୋଇଥିବା ଭୋଟ ଗଣତିରେ ପ୍ରତିପକ୍ଷ ବିରୋଧୀଙ୍କୁ ପଛରେ ପକାଇ ଟିଏମସି ବିପୁଳ ଭୋଟ୍ ବ୍ୟବଧାନରେ ଜିତିଛି।  ବେଙ୍ଗଲର ବାଲିଗଞ୍ଜ ଆସନରୁ ବିଧାୟକ ଭାବେ ବାବୁଲ ସୁପ୍ରିୟୋ ପ୍ରତିଦ୍ୱନ୍ଦିତା କରୁଥିଲେ। ଏଠାରେ ବାବୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି।  ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ଲୋକେ ବିଜେପିର ଅହଙ୍କାରକୁ ଭାଙ୍ଗିଦେଛନ୍ତି। ଗତ ଏପ୍ରିଲ ୧୨ ତାରିଖରେ ଏଠାରେ ଉପନିର୍ବାଚନ ହୋଇଥିଲା। ଅନ୍ୟପଟେ ଏମିପି ପାଇଁ ଆସନସୋଲରେ ହୋଇଥିବା ଭୋଟ୍‌ରେ ମଧ୍ୟ  ଟିଏମସିର ବିଜୟ ଲାଭ କରିଛି।
https://twitter.com/MamataOfficial/status/1515229518751219712?s=20&t=Fi0qa6xbfvvwh5tFPCZRlw

Advertisment

ଆସନସୋଲ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା ଶତ୍ରୁଘ୍ନ ସିହ୍ନା ମଧ୍ୟ ବାଜିମାତ କରିଛନ୍ତି ।  ସେ ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି। ବାବୁଲ କହିଛନ୍ତି ଯେ,ଲୋକେ ବିଜେପିର ଅହଙ୍କାରକୁ ଭାଙ୍ଗିଦେଇଛିନ୍ତି। ବିଜୟର ଶ୍ରେୟ ମମତା ବାନାର୍ଜୀ ପାଇବା ହକଦାର ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍‌ କରି ବିଜୟ ପାଇଁ ଭୋଟରଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆସନସୋଲ ଲୋକସଭା ଏବଂ ବାଲିଗଞ୍ଜ ବିଧାନସଭା ନିବାଚନମଣ୍ଡଳୀର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୁଁ ଜନତାଙ୍କୁ ସାଲ୍ୟୁଟ ଜଣାଉଛି ବୋଲି ସେ କହିଛନ୍ତି।  ଆସନସୋଲ ଲୋକସଭା ଆସନ ପାଇଁ ୧୫ ଲକ୍ଷ ଭୋଟର ମତଦାନ କରିଥିବା ବେଳେ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ୨.୫ ଲକ୍ଷ ଭୋଟର ମତଦାନ କରିଛନ୍ତି।

Advertisment