Advertisment

ଟିକା ନେବିନି କହି କିଏ ଦୌଡିଲା ତ ଆଉ କିଏ ଗଛରେ ଚଢ଼ିଗଲା

ଲକ୍ଷ୍ନୌ: ଯାହା ହେଲେ ହେଉ ପଛେ ମୁଁ କରୋନା ଟିକା ନେବିନି। ଏଭଳି କଛି କହି କିଏ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଦୌଡିଲା ତା ଆଉ କିଏ ଗଛରେ ଚଢ଼ିଗଲା। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି। ଟିକା ନନେବା ପାଇଁ ଉତ୍ତରପ୍ରଦେଶର ଜଣେ ଡଙ୍ଗା ଚାଳକ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୁକ୍ତି କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବଲିଆରେ ଟିକା ଦେବାକୁ […]

ଅଦ୍ୟତନ ହୋଇଛି
ଟିକା ନେବିନି କହି କିଏ ଦୌଡିଲା ତ ଆଉ କିଏ ଗଛରେ ଚଢ଼ିଗଲା

Vaccine

Advertisment

ଲକ୍ଷ୍ନୌ: ଯାହା ହେଲେ ହେଉ ପଛେ ମୁଁ କରୋନା ଟିକା ନେବିନି। ଏଭଳି କଛି କହି କିଏ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଦୌଡିଲା ତା ଆଉ କିଏ ଗଛରେ ଚଢ଼ିଗଲା। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି। ଟିକା ନନେବା ପାଇଁ ଉତ୍ତରପ୍ରଦେଶର ଜଣେ ଡଙ୍ଗା ଚାଳକ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୁକ୍ତି କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରିଥିବା ଦେଖିବାକୁ ମିଳିଛି।

Advertisment

ଉତ୍ତରପ୍ରଦେଶ ବଲିଆରେ ଟିକା ଦେବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀ ହଟହଟା ହୋଇଛନ୍ତି। ଡଙ୍ଗା ଧରି ଲୋକଙ୍କୁ ନଦୀ ପାର କରୁଥିବା ନାଉରିଆ ଟିକା ନେବାକୁ ଅମଙ୍ଗ ହୋଇଥିଲେ। ଯେତେ ବୁଝାଇଲେ ବି ଶୁଣିନଥିଲେ ଡଙ୍ଗା ଚାଳକ ଜଣକ। ପରିସ୍ଥିତି ଏପରି ହୋଇଥିଲା କି ଟିକାକରଣ ପାଇଁ ଯାଇଥିବା ଅଧିକାରୀଙ୍କୁ ନାଉରିଆ ଜଣକ ପିଟିଥିଲେ ମଧ୍ୟ। ଆଉ ସେଠୁ ଦୌଡ଼ି ପଳାଇଥିଲେ। କିନ୍ତୁ ପରେ ତାଙ୍କୁ ବୁଝାଇ ସୁଝାଇ ସ୍ୱାସ୍ଥ୍ୟକର୍ମୀମାନେ କରୋନା ଟିକା ଦେଇଥିବା ଜଣାପଡିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେହିପରି ବିହାରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ବିହାର ରିଓତିରେ ଟିକା ଦେବାକୁ ଯାଇଥିବା ଅଧିକାରୀଙ୍କୁ ଦେଖି ଜଣେ ଯୁବକ ଗଛ ଉପରେ ଚଢ଼ି ଯାଇଥିଲେ। ଯେତେ ନେହୁରା ହେଲା ପରେ ବି ସେ ତଳକୁ ଆସିନଥିଲେ। ପରେ ପରିବାର ଲୋକେ ଆସି ତାଙ୍କୁ ସେଠୁ ଓହ୍ଲାଇ ଜୋରଜବରଦସ୍ତ ଟିକା ଦେଇଥିଲେ।

Advertisment

ସୂଚନା ମୁତାବକ ସାରା ଦେଶରେ ଏବେ କରୋନା ମାମଲା ହୁ ହୁ ହୋଇ ବଢ଼ି ଚାଲିଛି। କରୋନାକୁ କାବୁ କରିବା ପାଇଁ ସରକାର ସବୁଠୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଲୋକଙ୍କୁ ବୁଲି ବୁଲି ଟିକା ନେବା ପାଇଁ ସଚେତନତା କରାଯାଉଛି। କିନ୍ତୁ ଏହାରି ଭିତରେ ଏଭଳି କିଛି ରାଜ୍ୟର ଲୋକେ ଅଛନ୍ତି ଯେଉଁଠିକି ଟିକା ନେବା ପାଇଁ ସେମାନେ ଅମଙ୍ଗ ହେଉଛନ୍ତି।

https://twitter.com/ANI/status/1484021829220339715?s=20

https://twitter.com/ANI/status/1484024212197355521?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe