Advertisment

ସେଞ୍ଚୁରୀ ମୁହାଁ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ତେଲ ଦରରେ ଲାଗିଲା ନିଆଁ। ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ। ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ତୈଲ ଦର ସେଞ୍ଚୁରୀ ମାରିବାକୁ ଆଡକୁ ମୁହାଁଇଛି। ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାଖାପାଖି ପହଞ୍ଚି ସାରିଲାଣି। ଚଳିତବର୍ଷର ରେକର୍ଡ ଭାଙ୍ଗିଛି ପେଟ୍ରୋଲ ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ୧୦୦ଟଙ୍କା ପାର ହୋଇଛି। ସେଠାରେ ପେଟ୍ରୋଲ ଦର ଶହେ ଟଙ୍କା ୧୩ […]

ଅଦ୍ୟତନ ହୋଇଛି
ସେଞ୍ଚୁରୀ ମୁହାଁ ପେଟ୍ରୋଲ-ଡିଜେଲ ଦର

petrol

Advertisment

ନୂଆଦିଲ୍ଲୀ: ତେଲ ଦରରେ ଲାଗିଲା ନିଆଁ। ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ। ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ତୈଲ ଦର ସେଞ୍ଚୁରୀ ମାରିବାକୁ ଆଡକୁ ମୁହାଁଇଛି। ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାଖାପାଖି ପହଞ୍ଚି ସାରିଲାଣି।

Advertisment

ଚଳିତବର୍ଷର ରେକର୍ଡ ଭାଙ୍ଗିଛି ପେଟ୍ରୋଲ ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ୧୦୦ଟଙ୍କା ପାର ହୋଇଛି। ସେଠାରେ ପେଟ୍ରୋଲ ଦର ଶହେ ଟଙ୍କା ୧୩ ପଇସା ରହିଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୧୩ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି। ପେଟ୍ରୋଲ ଦର ଆଜି ୯୦ଟଙ୍କା ୨୫ ପଇସା ରହିଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୯ ଟଙ୍କା ୫୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୭୯.୯୫ରେ ପହଁଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬ ଟଙ୍କା ହୋଇଛି ଏବଂ ଡିଜଲ ୮୬.୯୭ ଟଙ୍କା ପ୍ରତି ଲିଟର ରହିଛି।

Advertisment

ବେଙ୍ଗାଳୁରୁରେ ପେଟ୍ରଲ ୯୨.୪୮ଟଙ୍କା ଏବଂ ଡିଜେଲ ୮୪.୭୨ ଟଙ୍କା ରହିଛି।  ଚେନ୍ନାଇରରେ ପେଟ୍ରୋଲ ୯୧.୭୩ଟଙ୍କା ଏବଂ ଡିଜେଲ ୮୫.୦୫ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୦.୭୯ ଏବଂ ଡିଜେଲ ୮୩.୫୪ ରହିଛି।

ଲଗାତାର ନବମ ଦିନ ପାଇଁ ତେଲ ଦର ବୃଦ୍ଧି ହୋଇଛି। ଫେବୃଆରୀ ମାସରେ ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe