Advertisment

ପୁଣି ତେଲ ଦରରେ ଲାଗିଲା ନିଆଁ , ଭୁବନେଶ୍ୱରରେ ପେଟ୍ରୋଲ ଡେଇଁଲା ୧୦୭ ଟଙ୍କା

ନୂଆଦିଲ୍ଲୀ: ପୁଣି ତେଲ ଦରରେ ଲାଗିଲା ନିଅଁ। ଆନ୍ତର୍ଜାତୀୟ ବଜାରରେ ତେଲ ଦର କମୁଥିବା ବେଳେ ଦେଶ ଭିତରେ କିନ୍ତୁ ଦିନକୁ ଦିନ ଏହା ଲମ୍ବ ଡିଆଁ ମାରୁଛି। ଲଗାତାର ଭାବେ ଅଷ୍ଠମ ଦିନରେ ସପ୍ତମ ଥର ପାଇଁ  ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍‌। ପେଟ୍ରୋଲ ଲିଟର ପିଛା ୭୬ ପଇସାରୁ ଊର୍ଦ୍ଧ୍ୱ ଓ ଡିଜେଲ୍ ୬୭ ପଇସାରୁ ଊର୍ଦ୍ଧ୍ୱ ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ […]

ଅଦ୍ୟତନ ହୋଇଛି
ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦ; ଆଜିଠୁ  ବିକ୍ଷୋଭ କରିବ କଂଗ୍ରେସ

petrol pump

Advertisment

ନୂଆଦିଲ୍ଲୀ: ପୁଣି ତେଲ ଦରରେ ଲାଗିଲା ନିଅଁ। ଆନ୍ତର୍ଜାତୀୟ ବଜାରରେ ତେଲ ଦର କମୁଥିବା ବେଳେ ଦେଶ ଭିତରେ କିନ୍ତୁ ଦିନକୁ ଦିନ ଏହା ଲମ୍ବ ଡିଆଁ ମାରୁଛି। ଲଗାତାର ଭାବେ ଅଷ୍ଠମ ଦିନରେ ସପ୍ତମ ଥର ପାଇଁ  ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍‌। ପେଟ୍ରୋଲ ଲିଟର ପିଛା ୭୬ ପଇସାରୁ ଊର୍ଦ୍ଧ୍ୱ ଓ ଡିଜେଲ୍ ୬୭ ପଇସାରୁ ଊର୍ଦ୍ଧ୍ୱ ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଶହେ ପାର୍‌ କରିଛି। ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୭ ଟଙ୍କାରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଡିଜେଲ୍ ୯୬ ଟଙ୍କା ଉପରେ ରହିଛି।  

Advertisment

ଆଜି ସକାଳୁ ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦.୨୧ ଟଙ୍କା ଓ ଡିଜେଲ୍ ୯୧.୪୭ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୧୫.୦୪ ଟଙ୍କା ଓ ଡିଜେଲ୍ ଲିଟର ପ୍ରତି ୯୯.୨୫ ଟଙ୍କା ଛୁଇଁଛି । କୋଲକତାରେ ପେଟ୍ରୋଲ ୧୦୯.୬୮ଟଙ୍କା ଓ ଡିଜେଲ ୯୪.୬୨ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୧୦୫.୯୪ ଟଙ୍କା ଓ ଡିଜେଲ ୯୬ ଟଙ୍କା ,ବାଙ୍ଗାଲୁରରେ ପେଟ୍ରୋଲ ୧୦୫.୬୨ ଟଙ୍କା ଓ ଡିଜେଲ ୮୯.୭୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱରରେ ଏବେ ଗ୍ରାହକଙ୍କୁ ପେଟ୍ରୋଲ ଦର ଲିଟର ପିଛା ୧୦୭.୧୧ ଟଙ୍କା  ଓ ଡିଜେଲ୍ ୯୬.୮୩ ଟଙ୍କା ଦେବାକୁ ପଡ଼ିବ  ।

ତେଲ ଦର ପ୍ରତିଦିନ ସଂଶୋଧନ ହେବା ନିମନ୍ତେ ୨୦୧୭ ଜୁନ ମାସରେ ନିୟମ ଲାଗୁ ହୋଇଥିଲା। ଏହାପରେ ତେଲ ଦର ଲିଟର ପିଛା ୩୦ରୁ ୫୦ ଓ ଡିଜେଲ ୩୫ରୁ ୫୫ ପଇସା ଭିତରେ ବୃଦ୍ଧି ପାଉଥିଲା। କିନ୍ତୁ ଆଜି ପେଟ୍ରୋଲ ଲିଟର ପିଛା ୭୬ ପଇସା ବୃଦ୍ଧି ହୋଇଥିବା ବେଳେ ଏହା ଦୈନିକ ସଂଶୋଧନ ନିୟମ ଲାଗୁ ହେବା ପରେ ସର୍ବାଧିକ ବୋଲି ଜଣାଯାଇଛି।

Advertisment

ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି।  ଲଗାତର ୮ ଦିନ ହେଲା ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଚାଲି ରହିଥିବା ବେଳେ ଏହା ଗ୍ରାହକଙ୍କୁ ଅସହ୍ୟ ହେଲାଣି। ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି।

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe