Advertisment

ବୋଲ ମାନୁନି ତେଲ ଦର, ପୁଣି ଉପର ମୁହାଁ

ନୂଆଦିଲ୍ଲୀ: ଲଗାମ ଛଡ଼ା ହୋଇଛି ତେଲ ଦର। ଦିନକୁ ଦିନ ଉପର ମୁହାଁ ହୋଇ ଚାଲିଛି ପ୍ରାଇସ କଣ୍ଟା। ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି। ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ଟପି ସାରିଲାଣି। ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି। ଫଳରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଡିଜେଲ ଓ ଗ୍ୟାସ ଦର ଉପରମୁହାଁ, ସୀମାରେ ବଢ଼ିଲା ବେଆଇନ କାରବାର

petrol price hike

ନୂଆଦିଲ୍ଲୀ: ଲଗାମ ଛଡ଼ା ହୋଇଛି ତେଲ ଦର। ଦିନକୁ ଦିନ ଉପର ମୁହାଁ ହୋଇ ଚାଲିଛି ପ୍ରାଇସ କଣ୍ଟା। ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି। ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ଟପି ସାରିଲାଣି।

Advertisment

ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି। ଫଳରେ ପେଟ୍ରୋଲ ଦର ଆଜି ୯୦ଟଙ୍କା ୨୫ ପଇସା ରହିଛି। ସେପଟେ ମାଲକାନଗିରିରରେ ପେଟ୍ରୋଲ ଦର ୯୪ ଟଙ୍କା ୮୮ ପଇସା ଥିବା ବେଳେ ଡିଜେଲ ଦର ୯୧ଟଙ୍କା ୬୧ ପଇସା ରହିଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢ଼ିଛି। ସେହିପରି ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଞ୍ଚିଛି।  ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ ଟଙ୍କା ବାକି ଅଛି। ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୮୮.୦୬ ପଇସା ରହିଛି।

Advertisment

ଚେନ୍ନାଇରେ ପେଟ୍ରୋଲ ୯୨.୫୯ ଏବଂ ଡିଜେଲ ୮୫.୯୮ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୯୧.୭୮ଟଙ୍କା ଓ ଡିଜେଲ ୮୪.୫୬ ଟଙ୍କା, ବେଙ୍ଗାଳୁରୁରେ ପେଟ୍ରୋଲ ୯୩.୬୧ ଟଙ୍କା ଓ ଡିଜେଲ ୮୫.୮୪ ଟଙ୍କା ରହିଛି ।

ଦେଶର ଏବେ ସବୁ ସହରରେ ପେଟ୍ରୋଲ ଓ ଡିଜେଲ ଦର 'ଅଲ୍‌ ଟାଇମ ହାଇକ୍‌'ରେ ଚାଲିଛି। କେବଳ  ଜାନୁଆରୀ ଏବଂ ଫେବ୍ରୁଆରୀ ମାସ ଭିତରେ ଦେଶର ତୈଳ ଦର ୬ଟଙ୍କା ୭୭ ପଇସା ବଢ଼ି ସାରିଲାଣି। ତୈଳ ଦର ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାରଆଡୁ ଏହାକୁ ବିରୋଧ କରାଯାଉଛି।

Petrol Price Hike