Advertisment

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ମୁମ୍ବାଇରେ ୧୦୦ ଟଙ୍କା ପାର୍‌

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୬ ପିଇସା ଓ ଡିଜେଲର ଲିଟର ପିଛା ଦାମ ୨୮ ପିଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପାଇଁ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି। ଗତକାଲି ଏହାର ଲିଟର ପିଛା ଦାମ ଯଥାକ୍ରମେ ୯୩.୬୮ ଟଙ୍କା ଓ ୮୪.୬୧ […]

author-image
Hemant Lenka
ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ମୁମ୍ବାଇରେ ୧୦୦ ଟଙ୍କା ପାର୍‌

Oil-Price

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୬ ପିଇସା ଓ ଡିଜେଲର ଲିଟର ପିଛା ଦାମ ୨୮ ପିଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପାଇଁ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି। ଗତକାଲି ଏହାର ଲିଟର ପିଛା ଦାମ ଯଥାକ୍ରମେ ୯୩.୬୮ ଟଙ୍କା ଓ ୮୪.୬୧ ଟଙ୍କା ରହିଥିଲା।

Advertisment

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୨୬ ପଇସା ଓ ଡିଜେଲର ଲିଟର ପିଛା ଦାମ ୩୦ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୯୪.୬୬ ଟଙ୍କା ଓ ଡିଜେଲର ଦାମ ୯୨.୪୯ ଟଙ୍କାରେ ପହଞ୍ଚି ଯାଇଛି। ଗତକାଲି ପେଟ୍ରୋଲ ଓ ଡିଜେଲର ଦାମ ଯଥାକ୍ରମେ ୯୪.୪୦ ଟଙ୍କା ଓ ଡିଜେଲର ଦାମ ୯୨.୧୯ ଟଙ୍କା ରହିଥିଲା।

ମେ’ ୪ ତାରିଖରୁ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଉଛି। ଆଜି ୧୫ମ ଥର ପାଇଁ ତୈଳଦର ମହଙ୍ଗା ହୋଇଛି। ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ କିଛି ଦିନ ଧରି ତୈଳଦର ବଢ଼ି ନଥିଲା। ମେ’ ୨ରେ ରେଜଲ୍ଟ ପ୍ରକାଶ ପାଇବା ପରେ ୪ ତାରିଖରୁ ତୈଳଦର ମହଙ୍ଗା ହେବାରେ ଲାଗିଛି।

Advertisment

ଆଜିର ନୂଆ ଦର ପରେ ପ୍ରଥମଥର ପାଇଁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଛି। ଆଜି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦.୧୯ ଟଙ୍କା ରହିଛି। ସେହିପରି ଡିଜେଲର ଲିଟର ପିଛା ଦାମ ୯୨.୧୭ ଟଙ୍କା ହୋଇଯାଇଛି। ମୁମ୍ବାଇ ପୂର୍ବରୁ ମଧ୍ୟପ୍ରଦେଶ ଓ ରାଜସ୍ଥାନର ଏକାଧିକ ସହରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ପାର କରିଥିଲା।

ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୯୫.୫୧ ଟଙ୍କା ଓ କୋଲକାତାରେ ୯୩.୯୭ ଟଙ୍କା ରହିଛି। ଏହି ୨ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୮୯.୬୫ ଟଙ୍କା ଓ ୮୭.୭୪ ଟଙ୍କା ରହିଛି।