Advertisment

ନିର୍ବାଚନ ସରିଲା, ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଲା

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହେଲା। ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ଫଳାଫଳ ପ୍ରକାଶ ପାଇବା କ୍ଷଣି ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଦୀର୍ଘଦିନ ଧରି ଦର ସ୍ଥିର ରହିଥିବା ବେଳେ ଆଜି ଲୋକେ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୧୫ ପଇସା ଓ ଡିଜେଲ […]

ଅଦ୍ୟତନ ହୋଇଛି
ନିର୍ବାଚନ ସରିଲା, ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଲା

Oil-price

Advertisment

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହେଲା। ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ଫଳାଫଳ ପ୍ରକାଶ ପାଇବା କ୍ଷଣି ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଦୀର୍ଘଦିନ ଧରି ଦର ସ୍ଥିର ରହିଥିବା ବେଳେ ଆଜି ଲୋକେ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି।

Advertisment

ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ମହଙ୍ଗା ହୋଇଛି। ଏପ୍ରିଲ ୧୫ରେ ପେଟ୍ରୋଲର ଲିଟର ପିଛା ଦର ୧୫ ପଇସା ଓ ଡିଜେଲର ଦର ୧୪ ପଇସା ହ୍ରାସ ପାଇଥିଲା। କିନ୍ତୁ ଆଜି ହଠାତ୍‌ ଦର ବୃଦ୍ଧି ହୋଇଛି।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୦.୫୫ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୦.୯୧ ଟଙ୍କାରେ ପହଞ୍ଚି ଯାଇଛି। ଗତକାଲି ପେଟ୍ରୋଲ ଓ ଡିଜେଲର ଦର ଯଥାକ୍ରମେ ୯୦.୪୦ ଟଙ୍କା ଓ ୮୦.୭୩ ଟଙ୍କା ରହିଥିଲା। କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୯୦.୭୬ ଟଙ୍କା, ମୁମ୍ବାଇରେ ୯୬.୯୫ ଟଙ୍କା, ଚେନ୍ନାଇରେ ୯୨.୫୫ ଟଙ୍କା ଓ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୯୧.୨୭ ଟଙ୍କା ରହିଛି।

Advertisment

ସେହିପରି ଏହି ସବୁ ସହରରେ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୮୩.୭୮ ଟଙ୍କା, ୮୭.୯୮ ଟଙ୍କା, ୮୫.୯୦ ଟଙ୍କା ଓ ୮୮.୧୭ ଟଙ୍କା ରହିଛି।

ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଦିନ ପରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ବନ୍ଦ ହୋଇଯାଇଥିଲା। ଏହା ପୂର୍ବରୁ କ୍ରମାଗତ ଭାବେ ତୈଳ ଦର ବଢ଼ି ଚାଲିଥିଲା। ଶେଷ ଥର ପାଇଁ ୨୭ ଫେବୃଆରୀରେ ପେଟ୍ରୋଲର ଲିଟର ପିଛା ଦାମ ୨୪ ପଇସା ଓ ଡିଜେଲ ଦାମ ୧୭ ପଇସା ମହଙ୍ଗା ହୋଇଥିଲା ଏହି ଦୁଇ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବୃଦ୍ଧି ଘଟିଥିଲା। କିନ୍ତୁ ଭାରତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତି ରହିଥିଲା।

ବର୍ଷକ ମଧ୍ୟରେ ପେଟ୍ରୋଲର ଲିଟର ପିଛା ଦର ପ୍ରାୟ ୨୧.୫୮ ଟଙ୍କା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା ଦାମ ୧୯.୧୮ ଟଙ୍କା ମହଙ୍ଗା ହୋଇଛି।

Petrol Price Hike Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe