Advertisment

ପେଟ୍ରୋଲ ଲିଟର ପିଛା ୧୨୩ ଟଙ୍କା ଛୁଇଁଲାଣି

ଜୟପୁର: ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ରେକର୍ଡ ସ୍ଥରରେ ପହଞ୍ଚି ଗଲାଣି। ସ୍ଥିତି ଏପରି ହୋଇଛି ଯେ କିଛି ସହରରେ ପେଟ୍ରୋଲ ଦାମ ୧୨୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଏହିକ୍ରମରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲର ଲିଟର ପିଛା ଦାମ ସବୁ ରେକର୍ଡ ଭାଙ୍ଗି ୧୨୩ ଟଙ୍କା ଛୁଇଁଛି। ଦେଶରେ ଏହା ସର୍ବାଧିକ। ଶ୍ରୀ ଗଙ୍ଗାନଗର ଜିଲ୍ଲାକୁ ଛାଡ଼ି ଦେଲେ ଦେଶର ଆଉ କୌଣସି ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ […]

author-image
Hemant Lenka
ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ

petrol

ଜୟପୁର: ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ରେକର୍ଡ ସ୍ଥରରେ ପହଞ୍ଚି ଗଲାଣି। ସ୍ଥିତି ଏପରି ହୋଇଛି ଯେ କିଛି ସହରରେ ପେଟ୍ରୋଲ ଦାମ ୧୨୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଏହିକ୍ରମରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲର ଲିଟର ପିଛା ଦାମ ସବୁ ରେକର୍ଡ ଭାଙ୍ଗି ୧୨୩ ଟଙ୍କା ଛୁଇଁଛି। ଦେଶରେ ଏହା ସର୍ବାଧିକ। ଶ୍ରୀ ଗଙ୍ଗାନଗର ଜିଲ୍ଲାକୁ ଛାଡ଼ି ଦେଲେ ଦେଶର ଆଉ କୌଣସି ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ ୧୨୩ ଟଙ୍କା ଛୁଇଁନାହିଁ।

Advertisment

ଏହି ଅପ୍ରତ୍ୟାଶିକ ଦରଦାମ ବୃଦ୍ଧି ଯୋଗୁ ୮୦%ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହେବା ସ୍ଥିତିକୁ ଚାଲି ଆସିଥିବା ଏହାର ମାଲିକମାନେ କହିଛନ୍ତି। ପେଟ୍ରୋଲ ଏଠାରେ ୧୨୩ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଲିଟର ପିଛା ୧୦୫.୩୧ ଟଙ୍କାରେ ବିକ୍ରି ହେଉଛି। ତେବେ ପଡ଼ୋଶୀ ପଞ୍ଜାବରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ୧୭ ଟଙ୍କା ଓ ୧୧ ଟଙ୍କା ଶସ୍ତାରେ ଉପଲବ୍ଧ ହେଉଛି।
ରାଜସ୍ଥାନର ପେଟ୍ରୋଲ ଗ୍ରାହକମାନେ ଦରଦାମକୁ ଦେଖି ପଞ୍ଜାବ ଯିବାରେ ଲାଗିଛନ୍ତି।

ସେମାନେ ସେଠାକୁ ଯାଇ ନିଜ ନିଜ ଗାଡ଼ିରେ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଭର୍ତ୍ତି କରୁଛନ୍ତି। ଏବେ କେବଳ କିଛି ହାତ ଗଣତି ଲୋକ ହିଁ ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ କିଣୁଛନ୍ତି। ଏପରି ଗ୍ରାହକଙ୍କ ସଂଖ୍ୟା ହ୍ରାସ ଯୋଗୁ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲି ଆସିଲାଣି।

Advertisment

ଶ୍ରୀ ଗଙ୍ଗାନନଗର ଜିଲ୍ଲା ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନର ଜିଲ୍ଲା ସଭାପତି ଆଶୁତୋଷ ଗୁପ୍ତା କହିଛନ୍ତି, ବର୍ତ୍ତମାନ ପଞ୍ଜାବ ଓ ଏଠାରେ ପେଟ୍ରୋଲ ଦାମ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଫଳରେ ଲୋକମାନେ ପଞ୍ଜାବରୁ ଶସ୍ତାରେ ପେଟ୍ରୋଲ ଓ ଡିଜେଲ ପାଉଛନ୍ତି। ଏଥିଯୋଗୁ ଜିଲ୍ଲାର ପେଟ୍ରୋଲ ପମ୍ପକୁ ବହୁତ କମ ଗ୍ରାହକ ଆସୁଛନ୍ତି।

ଫଳରେ ଜିଲ୍ଲାରେ ଥିବା ପ୍ରାୟ ୮୦% ପେଟ୍ରୋଲ ପମ୍ପ ବନ୍ଦ ହେବା ସ୍ଥିତିକୁ ଆସିଗଲାଣି। ଆମ ଜିଲ୍ଲାରେ ଦେଶର ଅନ୍ୟ ପ୍ରାନ୍ତ ତୁଳନାରେ ସବୁଠାରୁ ଅଧିକ ଦାମରେ ପେଟ୍ରୋଲ ମିଳୁଛି। ଆମେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଥିଲୁ। ସେ ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଥିବା ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି।