Advertisment

ଖୁବଶୀଘ୍ର ଭାରତକୁ ଆସିବ ଫାଇଜର ଟିକା!

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ବିଦେଶୀ ଟିକା କମ୍ପାନୀ। ଆମେରିକୀୟ କମ୍ପାନୀ ଫାଇଜର-ବାୟୋନଟେକର କରୋନା ଟିକା ଖୁବଶୀଘ୍ର ଭାରତ ଆସିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଭାରତ ସରକାରଙ୍କ ସହ ଫାଇଜର କଥାବାର୍ତ୍ତା ଚଳାଇଥିବା କମ୍ପାନୀର ମୁଖପାତ୍ର କହିଛନ୍ତି। ଆମେରିକାରେ ପ୍ରସ୍ତୁତ ଏହି ଟିକା କରୋନା ବିରୋଧୀରେ ଲଢ଼େଇ କରିବାକୁ ବେଶ ସକ୍ଷମ। ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଏହି ଟିକାକୁ ଅନୁମୋଦନ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଫାଇଜର ଟିକା […]

author-image
Hemant Lenka
ଗୁଡ୍ ନ୍ୟୁଜ! ଜୁଲାଇରେ ଭାରତକୁ ମିଳିପାରେ ଫାଇଜର ଟିକା

Pfizer

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ବିଦେଶୀ ଟିକା କମ୍ପାନୀ। ଆମେରିକୀୟ କମ୍ପାନୀ ଫାଇଜର-ବାୟୋନଟେକର କରୋନା ଟିକା ଖୁବଶୀଘ୍ର ଭାରତ ଆସିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଭାରତ ସରକାରଙ୍କ ସହ ଫାଇଜର କଥାବାର୍ତ୍ତା ଚଳାଇଥିବା କମ୍ପାନୀର ମୁଖପାତ୍ର କହିଛନ୍ତି।

Advertisment

ଆମେରିକାରେ ପ୍ରସ୍ତୁତ ଏହି ଟିକା କରୋନା ବିରୋଧୀରେ ଲଢ଼େଇ କରିବାକୁ ବେଶ ସକ୍ଷମ। ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଏହି ଟିକାକୁ ଅନୁମୋଦନ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଫାଇଜର ଟିକା କରୋନାର ସବୁ ଷ୍ଟ୍ରେନ ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ବୋଲି କହିଛି। ତେଣୁ ଭାରତକୁ ଏହି ଟିକା ଆସିଲେ ଏହା ଗେମ ଚେଞ୍ଜର ହେବ ବୋଲି କୁହାଯାଉଛି।

କମ୍ପାନୀର ମୁଖପାତ୍ର କହିଛନ୍ତି, ଫାଇଜର ସବୁବେଳେ ଭାରତ ସରକାରଙ୍କୁ ଟିକା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତ ସରକାରଙ୍କ ସହ ଟିକାର ସପ୍ଲାଏ ବାବଦରେ କଥାବାର୍ତ୍ତା ଚାଲିଛି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

Advertisment

ଗତ ସପ୍ତାହରେ ମଧ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଫାଇଜର ଭାରତ ସରକାରଙ୍କ ସହ ଟିକାର ସପ୍ଲାଏକୁ ନେଇ କଥାବାର୍ତ୍ତା ଚଳାଇଥିବା ଖବର ପ୍ରକାଶ ପାଇଥିଲା।

ଫାଇଜର ବ୍ୟତୀତ ମର୍ଡନା କମ୍ପାନୀ ମଧ୍ୟ ଭାରତକୁ ଟିକା ସପ୍ଲାଏ କରିବାକୁ ପ୍ରସ୍ତୁତ ରହିଛି। ହେଲେ ଏହି ଦୁଇ କମ୍ପାନୀ କେବଳ ଭାରତ ସରକାରଙ୍କ ସହ ସପ୍ଲାଏ ଚୁକ୍ତି କରିବାକୁ ଚାହୁଁଛନ୍ତି। କୌଣସି ରାଜ୍ୟ ସହ ସିଧାସଳଖ ଡିଲ୍‌ କରିବା ସପକ୍ଷରେ ଏମାନେ ନାହାନ୍ତି।