Advertisment

ବିମାନ ଚୋରିକରି ମାର୍କେଟରେ କ୍ରାସ କରିବାକୁ ଧମକ , ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିମାନ ବନ୍ଦରରୁ ବିମାନ ଚୋରି କଲେ। ସହର ଉପରେ ବେଫିକର ହୋଇ ଉଡ଼ାଇଲେ। ଆଉ ସୁପରମାର୍କେଟରେ କ୍ରାସ କରିବାକୁ ଧମକ ଦେଲେ। ଜଣେ ପାଇଲଟଙ୍କ ଏଭଳି ଆତଙ୍କରେ ସମ୍ପୃକ୍ତ ଜନବସତି ଅଞ୍ଚଳକୁ ପୁଲିସକୁ ଖାଲି କରିବାକୁ ପଡ଼ିଥିଲା । ଲୋକେ ଆତଙ୍କିତ ହୋଇ ଧାଁ ଦୌଡ଼ କରିଥିଲେ। ଏମିତି ଏକ ଅଦ୍ଭୁତ ଘଟଣା ଆମେରିକାର ମିଶିଶିପି ଅଞ୍ଚଳରୁ ଆସିଛି। ପାଇଲଟ ଜଣକ ସେଠିକାର ୱାଲମାର୍ଟ ଷ୍ଟୋର ଉପରେ କ୍ରାସ କରିବାକୁ ଧମକ ଦେଇଥିଲେ। ଏହା ପରା […]

ବିମାନ ଚୋରିକରି ମାର୍କେଟରେ କ୍ରାସ କରିବାକୁ ଧମକ , ଦେଖନ୍ତୁ ଭିଡିଓ

crash

Advertisment

ନୂଆଦିଲ୍ଲୀ: ବିମାନ ବନ୍ଦରରୁ ବିମାନ ଚୋରି କଲେ। ସହର ଉପରେ ବେଫିକର ହୋଇ ଉଡ଼ାଇଲେ। ଆଉ ସୁପରମାର୍କେଟରେ କ୍ରାସ କରିବାକୁ ଧମକ ଦେଲେ। ଜଣେ ପାଇଲଟଙ୍କ ଏଭଳି ଆତଙ୍କରେ ସମ୍ପୃକ୍ତ ଜନବସତି ଅଞ୍ଚଳକୁ ପୁଲିସକୁ ଖାଲି କରିବାକୁ ପଡ଼ିଥିଲା । ଲୋକେ ଆତଙ୍କିତ ହୋଇ ଧାଁ ଦୌଡ଼ କରିଥିଲେ। ଏମିତି ଏକ ଅଦ୍ଭୁତ ଘଟଣା ଆମେରିକାର ମିଶିଶିପି ଅଞ୍ଚଳରୁ ଆସିଛି। ପାଇଲଟ ଜଣକ ସେଠିକାର ୱାଲମାର୍ଟ ଷ୍ଟୋର ଉପରେ କ୍ରାସ କରିବାକୁ ଧମକ ଦେଇଥିଲେ। ଏହା ପରା ପୁଲିସ ପ୍ରଶାସନ ଉକ୍ତ ଅଞ୍ଚଳରୁ ଲୋକଙ୍କୁ  ସ୍ଥାନାନ୍ତର କରିବା ଆରମ୍ଭ କରିଥିଲା। ପାଇଲଟର ପରିଚୟ ମିଳିପାରି ନାହିଁ । ଟୋପେଲୁ ବିମାନ ବନ୍ଦରରୁ ଏୟାରକ୍ରାଫ୍ଟଟି  ଚୋରି ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
https://twitter.com/CityKing_Gank_/status/1566027897357352962?s=20&t=UexfcnbuOfNK4gYyMuXf5A
ଏହି ଏୟାରକ୍ରାଫ୍ଟଟିକୁ ପାଇଲଟ ଜଣକ ଟୋପେଲୁ  ଟାଉନ ଉପରେ ଘଣ୍ଟାଏରୁ ଊର୍ଦ୍ଧ ଧରି ଉଡ଼ାଇଥିଲେ। ପାଇଲଟଙ୍କ ଧମକ ନେଇ ସ୍ଥାନୀୟ ପ୍ରାଶାସନକୁ ନାକେଦମ ହେବାକୁ ପଡ଼ିଥିଲା।  ଏଥିପାଇଁ ଶତାଧିକ ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସତର୍କ କରାଯାଇଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କେହି କିଛି ପଦକ୍ଷେପ ନନେବାକୁ ଆଲର୍ଟ କରାଯାଇଥିଲା । ଏମିତିକି ପାଇଲଟ ଜଣକ ଏୟାରକ୍ରାଫ୍ଟଟିକୁ ଅତି ଅଳ୍ପ ଉଚ୍ଚରେ ଉଡ଼ାଇଥିଲେ। ଟୁପେଲୋ ପୁଲିସ ବିଭାଗ କହିଛି ଯେ, ସେମାନେ ଉକ୍ତ ପାଇଲଟଙ୍କ ସହ ଯୋଗାଯୋଗରେ ଅଛନ୍ତି।
ସ୍ଥାନୀୟ ଜରୁରୀକାଳୀନ ବିଭାଗ ଉକ୍ତ ଏୟାରକ୍ରାଫ୍ଟର ଗତିବିଧି ଉପରେ ନଜର ରଖିଛନ୍ତି। ଯଦି ଏୟାରକ୍ରାଫ୍ଟଟିକୁ କାବୁ କରିବା ସମ୍ଭବ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଯିବ ବୋଲି କୁହାଯାଇଛି।  ହେଲେ ସେ ପର୍ଯ୍ୟନ୍ତ  ଲୋକଙ୍କୁ ସତର୍କ କରାଯାଇଛି। ଯେମିତି କୌଣସି ଅଘଟଣ ନଘଟେ ସେଥିଲାଗି ସ୍ଥାନୀୟ ପ୍ରଶାସନ ପୂରା  ସତର୍କ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe