piyush-goyal
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳର ନେତା ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧର୍ମେନ୍ଦ୍ର ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇଛି।
ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏହି କାରଣରୁ ଉକ୍ତ ପଦବୀ ଖାଲି ପଡ଼ିଥିଲେ। ଏବେ ପୀୟୂଷ ଗୋଏଲ ଏହି ପଦରେ ନିଯୁକ୍ତି ପାଇଛନ୍ତି।
ସେ ଆସନ୍ତା ମୌସୁମୀ ଅଧିବେଶନରୁ ବିଧିବଦ୍ଧ ଭାବେ ନିଜର କାମ ଆରମ୍ଭ କରିବେ। ବର୍ତ୍ତମାନ ପୀୟୂଷ ଗୋଏଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି। ସେ କେମିତି ସଂସଦୀୟ ଦଳ ନେତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟସଭାର ସାଂସଦ ଭାବେ ୨୦୧୦ରୁ ପୀୟୂଷ କ୍ରମାଗତ ଭାବେ ନିର୍ବାଚିତ ହେଉଛନ୍ତି।
ବିଜେପି ସଂସଦୀୟ ଦଳ ନେତା ପଦ ଖାଲି ପଡ଼ିଥିବାରୁ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଭୂପେନ୍ଦ୍ର ବିଜେପିର ବରିଷ୍ଠ ନେତା। ତେଣୁ ତାଙ୍କୁ ପୀୟୂଷ ଗୋଏଲଙ୍କ ଡେପୁଟି କରାଯିବ ବୋଲି ଚର୍ଚ୍ଚା ହେଉଛି। ଏହି ପଦ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/piyush-goyal.jpg)