Advertisment

ସରିଲା ୫ ଦିନର ରେଡ୍‌, ଜବତ ହେଲା ନଗଦ ୧୯୬ କୋଟି

ଲକ୍ଷ୍ନୌ: ଦୀର୍ଘ ୧୨୦ ଘଣ୍ଟାର ଚଢ଼ାଉ। ୫୦ ଘଣ୍ଟା ପଚରା ଉଚରା। ପୁଳାପୁଳା ଟଙ୍କା। କେବଳ ଟଙ୍କା ନୁହେଁ ଗଦା ଗଦା ସୁନା। ଧନ କୁବେର ପିୟୂଷ ଜୈନ୍‌ଙ୍କ ଅମାପ କଳା ସମ୍ପତ୍ତିର ସରିଲା ଗଣନା। ଶେଷ ହେଲା କାନପୁର ଏବଂ କନୌଜ ସ୍ଥିତ ଠିକଣା ଉପରେ ଆୟକର ଚଢ଼ାଉ। ୧୨୦ ଘଣ୍ଟାର ଯାଞ୍ଚ ଓ ୫୦ ଘଣ୍ଟାର ପଚରାଉଚରା ପରେ ଉତ୍ତରପ୍ରଦେଶ କାନପୁର ଓ କନ୍ନୌଜରେ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ ପିୟୂଷ ଜୈନଙ୍କ ଠାରୁ […]

ଅଦ୍ୟତନ ହୋଇଛି
ସରିଲା ୫ ଦିନର ରେଡ୍‌, ଜବତ ହେଲା ନଗଦ ୧୯୬ କୋଟି

Piyush jain

Advertisment

ଲକ୍ଷ୍ନୌ: ଦୀର୍ଘ ୧୨୦ ଘଣ୍ଟାର ଚଢ଼ାଉ। ୫୦ ଘଣ୍ଟା ପଚରା ଉଚରା। ପୁଳାପୁଳା ଟଙ୍କା। କେବଳ ଟଙ୍କା ନୁହେଁ ଗଦା ଗଦା ସୁନା। ଧନ କୁବେର ପିୟୂଷ ଜୈନ୍‌ଙ୍କ ଅମାପ କଳା ସମ୍ପତ୍ତିର ସରିଲା ଗଣନା। ଶେଷ ହେଲା କାନପୁର ଏବଂ କନୌଜ ସ୍ଥିତ ଠିକଣା ଉପରେ ଆୟକର ଚଢ଼ାଉ।

Advertisment

୧୨୦ ଘଣ୍ଟାର ଯାଞ୍ଚ ଓ ୫୦ ଘଣ୍ଟାର ପଚରାଉଚରା ପରେ ଉତ୍ତରପ୍ରଦେଶ କାନପୁର ଓ କନ୍ନୌଜରେ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ ପିୟୂଷ ଜୈନଙ୍କ ଠାରୁ ପ୍ରାୟ ୧୯୬ କୋଟି ଟଙ୍କାର ଅଧିକ ନଗଦ ଜବତ କରିଛି ଆୟକର ବିଭାଗ। ତେବେ ସାଧାସିଧା ଦେଖାଯାଉଥିବା ପିୟୂଷଙ୍କ ଘରୁ କେବଳ ଟଙ୍କା ନୁହେଁ ୧୦ କୋଟି ଟଙ୍କାର ସୁନା ଓ ୬ କୋଟି ଟଙ୍କା ଚନ୍ଦନ ତେଲ ମଧ୍ୟ ଜବତ ହୋଇଛି। ଜିଏସଟି ରେଡ୍ ପରେ ପିୟୂଷ ଜୈନ୍‌ଙ୍କ ଏହି କଳା ସମ୍ପତ୍ତିକୁ ଦେଖି ପୂରା କାନପୁର ଓ କନୌଜବାସୀଙ୍କ ହୋସ୍‌ ଉଡିଯାଇଛି। କେବଳ ସହରବାସୀ ନୁହେଁ ରେଡ୍‌ରେ ସାମିଲ୍‌ ଥିବା ଅଧିକାରୀ ମଧ୍ୟ ତାଜୁବ ହୋଯାଇଛନ୍ତି।

Piyush Jain Raid: 196 करोड़ कैश, 23 KG सोना, 600 KG चंदन का तेल... पीयूष जैन के 'तहखानों' से क्या-क्या मिला - Piyush Jain Kanpur kannauj Raid Total seizure cash gold Sandalwood

ସୂଚନା ମୁତାବକ, ପିୟୂଷ ଜୈନ୍‌ଙ୍କ କାନପୁର ସ୍ଥିତ ଠିକଣାରୁ ୧୭୭.୪୫ କୋଟି ନଗଦ ଟଙ୍କା ମିଳିଛି। ସେହିପରି ତାଙ୍କ କନୌଜ ସ୍ଥିତ ପୌତୃକ ଘରୁ ନଗଦ୧୯ କୋଟି ଟଙ୍କା ଜବତ ହୋଇଛି। ଏହି ଦୁଇଟିକୁ ମିଶାଇ ଚଢ଼ାଉ ବେଳେ ନଗଦ ପ୍ରାୟ ୧୯୬ କୋଟି ଟଙ୍କାରୁ ଅଧିକ ମିଳିଥିବା ସୂଚନା ମିଳିଛି।

Advertisment

ମଙ୍ଗଳବାର ଅପରାହ୍ନରେ ପୀୟୁଷ ଜୈନଙ୍କ କନୌଜ୍ ସ୍ଥିତ ଠିକଣାରେ ଚଢ଼ାଉ ଶେଷ ହୋଇଛି। ସେଠାରୁ ୧୭କୋଟି ନଗଦ ଟଙ୍କା ମିଳିଥିଲା। ତା’ପରେ ଆଉ ଦୁଇ କୋଟି ଟଙ୍କା ଜବତ ହୋଇଥିଲା। ଏକାସାଙ୍ଗରେ ସେଠାରୁ ୨୩ କିଲୋଗ୍ରାମ ସୁନା ଏବଂ ସଂଖ୍ୟ କଞ୍ଚାମାଲ ମିଳିଥିଲା। ଏଥିରେ ୬ ଶହ କିଲୋଗ୍ରାମ ଚନ୍ଦନ ତେଲ ମଧ୍ୟ ସାମିଲ ଥିଲା, ଯାହାକୁ ଅଣ୍ଡରଗ୍ରାଉଣ୍ଡ ଘରେ ଲୁଚାଇ ରଖିଥିଲା ପିୟୂଷ। ​​ଏହାର ବଜାର ମୂଲ୍ୟ ୬ କୋଟି ଟଙ୍କା ହେବ।

ପାଞ୍ଚଦିନର ରେଡ୍‌ ପରେ ଡିଜିଜିଆଇ ଟିମ୍‌ ସହ ଏହି ଚଢ଼ାଉରେ ସାମିଲ ଥିବା ଜଣେ ଅଧିକାରୀ କହିଛନ୍ତି, 'ବେଶ୍‌ ବହୁ କଷ୍ଟ ପରେ ମାଟି ତଳେ ନିର୍ମିତ ଦୁଇଟି ବଙ୍କରରୁ ନଗଦ ଟଙ୍କା ଉଦ୍ଧାର କରାଯାଇଥିଲା। ପରିବାର ସଦସ୍ୟଙ୍କ ପାଖରେ ମଧ୍ୟ ଏହି ଟଙ୍କା ସମ୍ପର୍କରେ କୌଣସି ସୂଚନା ନଥିଲା। କେବଳ ସେତିକି ନୁହେଁ କାନ୍ଥ ଭିତରୁ ମଧ୍ୟ ନଗଦ ଟଙ୍କା ଜବତ ହୋଇଛି।' ସେପଟେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟାକ୍ସେସ୍ ଆଣ୍ଡ୍ କଷ୍ଟମ୍ସ- CBIC ଦ୍ୱାରା ଏହା ଏଯାଏଁ ସବୁଠୁ ବଡ଼ ରେଡ୍‌ ବୋଲି କୁହାଯାଉଛି।

ଅଘୋଷିତ ସମ୍ପତ୍ତି, ନଗଦ ଟଙ୍କା, ସୁନା ଏବଂ ଚନ୍ଦନ କାଠ ଜବତ ହେବା ପରେ କାନପୁର ଭିତ୍ତିକ ବ୍ୟବସାୟୀଙ୍କୁ CGST ଆକ୍ଟର ଧାରା ୬୭ ଅନୁଯାୟୀ ରବିବାର ଗିରଫ କରାଯାଇଥିଲା। ଡିଜିଜିଆଇର ଅତିରିକ୍ତ ନିର୍ଦ୍ଦେଶକ ଜାକିର ହୁସେନ୍ କହିଛନ୍ତି ଯେ ଆମେ 'ପଞ୍ଚନାମା' କରିଛୁ। ଆମେ ସୁନା ଉଦ୍ଧାର କରିଛୁ ଏବଂ ଏହାକୁ DRI କୁ ଦିଆଯାଇଛି। ତଦନ୍ତ ଜାରି ରହିଛି। ଗତକାଲି ଧନ କୁବେର ପିୟୂଷଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କାନପୁର କୋର୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe