ନୀତୀଶ କୁମାରଙ୍କ ବଡ଼ ଦାବି: ଜେଡିୟୁକୁ କଂଗ୍ରେସରେ ଲୀନ କରିବାକୁ ପ୍ରସ୍ତାବ ଦେଇଥିଲେ ପିକେ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ସହଯୋଗୀ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଆଜି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ସମ୍ମୁଖକୁ ଆସି ସିଧାସଳଖ ପିକେଙ୍କୁ ଟାର୍ଗେଟ କରିଛନ୍ତି। ପିକେ ଏକଦା ଜେଡିୟୁକୁ କଂଗ୍ରେସ ସହ ଲୀନ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଆଜି ନୀତୀଶ କୁମାର ଦାବି କରିଛନ୍ତି। ଏଥିସହ ପିକେ ବିଜେପି ପାଇଁ କାମ କରୁଥିବା ନୀତୀଶ […]

PK1

  • Published: Saturday, 08 October 2022
  • , Updated: 08 October 2022, 09:07 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ସହଯୋଗୀ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଆଜି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ସମ୍ମୁଖକୁ ଆସି ସିଧାସଳଖ ପିକେଙ୍କୁ ଟାର୍ଗେଟ କରିଛନ୍ତି। ପିକେ ଏକଦା ଜେଡିୟୁକୁ କଂଗ୍ରେସ ସହ ଲୀନ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଆଜି ନୀତୀଶ କୁମାର ଦାବି କରିଛନ୍ତି। ଏଥିସହ ପିକେ ବିଜେପି ପାଇଁ କାମ କରୁଥିବା ନୀତୀଶ କୁମାର ପୁଣିଥରେ ଦୋହରାଇଛନ୍ତି।

ନୀତୀଶ କୁମାର କହିଛନ୍ତି, “୪ରୁ ୫ ବର୍ଷ ତଳେ ପ୍ରଶାନ୍ତ କିଶୋର ମୋତେ କଂଗ୍ରେସରେ ଜେଡିୟୁକୁ ଧରି ଲୀନ ହେବାକୁ ପ୍ରସ୍ତାବ ଦେଇଥିଲେ। ଏବେ ସେ ବିଜେପିକୁ ଚାଲି ଯାଇଛନ୍ତି ଓ ସେହି ଅନୁସାରେ କାମ କରୁଛନ୍ତି।”

କ’ଣ ନିକଟରେ ପିକେଙ୍କୁ ନୀତୀଶ କୁମାର କିଛି ଅଫର ଦେଇଥିଲେ କି? ଏହାର ଉତ୍ତରେ ନୀତୀଶ କହିଛନ୍ତି, “ସେମିତି କିଛି ବି ନାହିଁ। ତାଙ୍କ ଇଚ୍ଛା ସେ ଯାହା ବି କୁହୁନ୍ତ। ଆମେ କ’ଣ କହିବୁ? ବର୍ତ୍ତମାନ ସେ ବିଜେପିକୁ ଚାଲି ଯାଇଛନ୍ତି। ବିଜେପି କଥାରେ କାମ କରୁଛନ୍ତି। ଏବେ ତାଙ୍କ ବୟାନ ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି। ଏହା ତାଙ୍କ ପାଇଁ ଭଲ। ମୋର ଆଶା ସେ ସେଠାରେ(ବିଜେପି) କିଛି ପଦପଦବୀ ପାଆନ୍ତୁ।”

ଗୁରୁବାର ପିକେ ସିଧାସଳଖ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ନୀତୀଶ କୁମାର ତାଙ୍କ ପାଇଁ ନିଜର ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ି ଦେଲେ ମଧ୍ୟ ତାଙ୍କ ପାଇଁ ଆମେ କାମ କରିବୁ ନାହିଁ ବୋଲି ପିକେ କହିଥିଲେ। ଏହାବାଦ ନୀତୀଶ କୁମାର କୁଆଡ଼େ ତାଙ୍କୁ ଜେଡିୟୁର ନେତୃତ୍ୱ ନେବାକୁ ଅଫର ଦେଇଥିଲେ ବୋଲି ପିକେ ଦାବି କରିଥିଲେ।

Related story