Advertisment

ରାଜ ଠାକରେଙ୍କ ଆହ୍ୱାନ: ଯେଉଁଠି ଅଜାନ ବାଜୁଛି, କାଲି ସେଠି ହନୁମାନ ଚାଳିଶା ପଢ଼

ମୁମ୍ବାଇ: ପୁଲିସ୍‌ର ତାଗିଦ ଓ ସରକାରଙ୍କ ଚେତାବନୀ ପରେ ମଧ୍ୟ ନିଜର ବହପ ଛାଡ଼ି ନାହାନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ। ପୂର୍ବରୁ ମସଜିଦରେ ଲାଉଡସ୍ପିକରକୁ ବିରୋଧ କରୁଥିବା ରାଜ ଠାକରେ ଆଜି ନିଜ ସମର୍ଥକମାନଙ୍କୁ ନୂଆ ଆହ୍ୱାନ ଦେଇଛନ୍ତି। କାଲି ଯେଉଁ ସବୁ ସ୍ଥାନରେ ଲାଉଡ ସ୍ପିକରରେ ଅଜାନ ପଢ଼ା ଯିବ, ସେଠାରେ ଜୋର୍‌ରେ ହନୁମାନ ଚାଳିଶା ପଢ଼ିବାକୁ ଶ୍ରୀ ଠାକରେ ନିଜ ସମର୍ଥକମାନଙ୍କୁ କହିଛନ୍ତି। ରାଜ ଠାକରେ କହିଛନ୍ତି, “ମୁଁ […]

ଅଦ୍ୟତନ ହୋଇଛି
ରାଜ ଠାକରେଙ୍କ ଆହ୍ୱାନ: ଯେଉଁଠି ଅଜାନ ବାଜୁଛି, କାଲି ସେଠି ହନୁମାନ ଚାଳିଶା ପଢ଼

Mumbai

Advertisment

ମୁମ୍ବାଇ: ପୁଲିସ୍‌ର ତାଗିଦ ଓ ସରକାରଙ୍କ ଚେତାବନୀ ପରେ ମଧ୍ୟ ନିଜର ବହପ ଛାଡ଼ି ନାହାନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ। ପୂର୍ବରୁ ମସଜିଦରେ ଲାଉଡସ୍ପିକରକୁ ବିରୋଧ କରୁଥିବା ରାଜ ଠାକରେ ଆଜି ନିଜ ସମର୍ଥକମାନଙ୍କୁ ନୂଆ ଆହ୍ୱାନ ଦେଇଛନ୍ତି। କାଲି ଯେଉଁ ସବୁ ସ୍ଥାନରେ ଲାଉଡ ସ୍ପିକରରେ ଅଜାନ ପଢ଼ା ଯିବ, ସେଠାରେ ଜୋର୍‌ରେ ହନୁମାନ ଚାଳିଶା ପଢ଼ିବାକୁ ଶ୍ରୀ ଠାକରେ ନିଜ ସମର୍ଥକମାନଙ୍କୁ କହିଛନ୍ତି।

Advertisment

ରାଜ ଠାକରେ କହିଛନ୍ତି, “ମୁଁ ସବୁ ହିନ୍ଦୁମାନଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ଯେ ଆସନ୍ତାକାଲି ଅର୍ଥାତ ମେ’ ୪ରେ ଆପଣମାନେ ଯଦି ଲାଉଡ ସ୍ପିକର୍‌ରେ ଅଜାନ ବାଜୁଥିବା ଶୁଣିବେ, ତା’ହେଲେ ସେହି ସ୍ଥାନରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରିବେ। ଏପରି କଲେ ହିଁ ସେମାନେ ଲାଉଡ ସ୍ପିକର ଦ୍ୱାରା ହେଉଥିବା ଅସୁବିଧାକୁ ବୁଝି ପାରିବେ।”

ଲାଉଡ ସ୍ପିକର ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଧ୍ୟାନରେ ରଖି ରାଜ ଠାକରେ କହିଛନ୍ତି, “ଧର୍ମ ନାଁରେ ଲାଉଡ ସ୍ପିକରର ବ୍ୟବହାର ହେଉଥିବାରୁ ରୋଗୀ, ବରିଷ୍ଠ ନାଗରିକ, ଛୋଟ ପିଲା ଓ ଶିକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ରାତି ୧୦ଟାରୁ ସକାଳ ୬ଟା ଯାଏ ଲାଉଡ ସ୍ପିକରର ବ୍ୟବହାର ହୋଇପାରିବ ନାହିଁ।”

Advertisment

ରାଜ ଠାକରେ ଆହୁରି କହିଛନ୍ତି, “ଲାଉଡ ସ୍ପିକର ଏକ ଅବୈଧ ପ୍ରସଙ୍ଗ। ଅନେକ ମସଜିଦ ବିନା ଅନୁମତିରେ ଲାଉଡ ସ୍ପିକର ଲଗାଇଛନ୍ତି। ପଞ୍ଜିକୃତ ହୋଇ ନଥିବା ମସଜିଦରେ ବି ସରକାର ଲାଉଡ ସ୍ପିକର ଲଗାଇବାକୁ କେମିତି ଅନୁମତି ଦେଲେ? ଯଦି ସରକାର ଅନୁମତି ଦେଇଛନ୍ତି, ତା’ହେଲେ ହିନ୍ଦୁମାନଙ୍କୁ ମନ୍ଦିରରେ ମଧ୍ୟ ଲାଉଡ ସ୍ପିକର ଲଗାଇବାକୁ ଅନୁମତି ଦିଆଯାଉ।

ଲାଉଡସ୍ପିକର ଗୋଟିଏ ଧାର୍ମିକ ପ୍ରସଙ୍ଗ ନୁହେଁ ବରଂ ସାମାଜିକ ପ୍ରସଙ୍ଗ। ଶବ୍ଦ ପ୍ରଦୂଷଣ ଦ୍ୱାରା ଦେଶର ସବୁ ଧର୍ମର ଲୋକ ପ୍ରଭାବିତ ହେଉଛନ୍ତି। ଯଦି କେହି ଏହି ସାମାଜିକ ପ୍ରସଙ୍ଗକୁ ଧର୍ମ ସହ ଯୋଡ଼ନ୍ତି, ତା’ହେଲେ ସେମାନଙ୍କୁ ଉଚିତ ଜବାବ ଦିଆଯିବ। ସବୁ କିଛି ଆଇନ ଅନୁସାରେ କରାଯାଉ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe