Advertisment

ଆଫଗାନିସ୍ତାନର ଶିଖ୍ ଏବଂ ହିନ୍ଦୁଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ ରହିଛି। ତେଣୁ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ଏବେ ଭାରତରେ ଆଶ୍ରୟ ନେବା ପାଇଁ ଆବେଦନ କରୁଛନ୍ତି। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ […]

ଅଦ୍ୟତନ ହୋଇଛି
ଆଫଗାନିସ୍ତାନର ଶିଖ୍ ଏବଂ ହିନ୍ଦୁଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

Modi

Advertisment

ନୂଆଦିଲ୍ଲୀ: ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ ରହିଛି। ତେଣୁ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ଏବେ ଭାରତରେ ଆଶ୍ରୟ ନେବା ପାଇଁ ଆବେଦନ କରୁଛନ୍ତି। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା।

Advertisment

ଯେଉଁଥିରେ ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ସେଠିକାର ସଂଖ୍ୟା ଲଘୁ ଶ୍ରେଣୀରେ ଥିବା ଶିଖ ଏବଂ ହିନ୍ଦୁମାନଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛନ୍ତି। ସୁରକ୍ଷା କ୍ୟାବିନେଟ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଆଫଗାନିସ୍ତାନର ଭାଇ ଓ ଭଉଣୀମାନଙ୍କୁ ସହାୟତା କରିବ।

ଏହି ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ଏନଏସଏ ମୁଖ୍ୟ ଅଜିତ ଡୋଭାଲ, କ୍ୟାବିନେଟ ସଚିବ ରାଜୀବ ଗୈବା, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ରୁଦ୍ରେଣ୍ଡ୍ରା ଟଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଆଫଗାନିସ୍ତାନର ଦେଖାଦେଇଥିବା ସ୍ଥିତି ଏବଂ ରାଜନୀତିକ ପରିସ୍ଥିତି ବିଷୟରେ ସିସିଏସକୁ ଏହି ଅବସରରେ ବିସ୍ତୃତ ଭାବରେ ଅବଗତ କରାଯାଇଥିବା ସୂଚନା ରହିଛି। ନିକଟରେ ଭାରତୀୟ ଦୂତାବାସର ଅଧିକାରୀ ତଥା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସମେତ ଭାରତୀୟ ସମ୍ପ୍ରଦାୟର କିଛି ସଦସ୍ୟଙ୍କ ସ୍ଥାନାନ୍ତର କରାଯାଇଛି ବୋଲି ଏହି ବୈଠକରେ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଭାରତୀୟ ବାୟୁ ସେନାର ସି-୧୭ ବିମାନ ଯୋଗେ କାବୁଲରୁ ୧୫୦ରୁ ଅଧିକ ଲୋକଙ୍କୁ ଭାରତ ଅଣାଯାଇଛି। ଯେଉଁଥିରେ ସିସିଏସ ବୈଠକରେ ଯୋଗ ଦେଇଥିବା ଭାରତର ରାଷ୍ଟ୍ରଦୂତ ରୁଦ୍ରେଣ୍ଡ୍ରା ଟଣ୍ଡନ ମଧ୍ୟ ଥିଲେ। ଏହାବାଦ ଭାରତୀୟ କୂଟନୀତିଜ୍ଞ, ସରକାରୀ ଅଧିକାରୀ, ସୁରକ୍ଷା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାରତର ୪୦ ସରକାରୀ ଅଧିକାରୀଙ୍କୁ ସୋମବାର ବିଳମ୍ୱିତ ରାତିରେ କାବୁଲରୁ ଅଣାଯାଇଥିବା ସୂଚନା ରହିଛି।

ଏହି ବୈଠକ ପୂର୍ବରୁ କେନ୍ଦ୍ର ସରକାର ଜରୁରୀ କାଳୀନ ଇ-ଭିସାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରେ ରହୁଥିବା ଲୋକମାନେ ଭାରତ ଆସିବାକୁ ଆବେଦନ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍‌ରେ ଏହି ବ୍ୟବସ୍ଥା କରିଛି।

ସୂଚନାଯୋଗ୍ୟ, ରବିବାର ଦିନ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି। ଏହାପରେ ୨୦ ବର୍ଷ ତଳର ତାଲିବାନ ରାଜକୁ ମନେ ପକାଇ ଏଠାରେ ରହୁଥିବା ଲୋକମାନେ ଭୟଭୀତ ହୋଇଛନ୍ତି। ଅନେକ ଲୋକ ଭୟରେ ଧନ ସମ୍ପତ୍ତି ଛାଡ଼ି ଅନ୍ୟ ଦେଶକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe