ଝୁଲାପୋଲ ଟ୍ରାଜେଡି ମୋତେ ମର୍ମାହତ କରିଛି, କିନ୍ତୁ କର୍ତ୍ତବ୍ୟ ପଥକୁ ଅନୁସରଣ କରିବାକୁ ପଡ଼ିବ

ଅହମ୍ମଦାବାଦ: ଗୁଜରାଟ ଝୁଲାପୋଲ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପ୍ରତିକ୍ରିୟା ରଖିଛନ୍ତି। ମୋଦି କହିଛନ୍ତି ଯେ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରହିଛି । ଗତକାଲିଠାରୁ ଯୁଦ୍ଧକାଳୀନଭିତ୍ତିରେ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ଉଦ୍ଧାର କରାଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଏହି ଉଦ୍ଧାର କାର୍ଯ୍ୟରେ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି। ଏହି ଘଟଣା ତାଙ୍କୁ ଅତି ମର୍ମାହତ କରିଛି । କିନ୍ତୁ କର୍ତ୍ତବ୍ୟର ମାର୍ଗକୁ ଅନୁସରଣ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ମୋଦି କହିଛନ୍ତି ଯେ, ମୁଁ ବର୍ତ୍ତମାନ ଏକତାନଗରରେ ଅଛି। କିନ୍ତୁ ମୋର ହୃଦୟ ମୋର୍ବି ଦୁର୍ଘଟଣା ପୀଡ଼ିତଙ୍କ ପାଖରେ  ଅଛି। ମୋ ଜୀବନରେ ଏହା ଏକ ବିରଳ ଦୁର୍ଘଟଣା।  ମୁଁ କେବେ ଏମିତି କଷ୍ଟକର ଘଟଣାକୁ ଅନୁଭବ କରି ନାହିଁ।  କିନ୍ତୁ ସବୁ ପରେବି କର୍ମର ମାର୍ଗକୁ ଅନୁସରଣ କରିବାକୁ ପଡ଼ିବ।  ମୋଦି ଆଜି  ଦେଶର ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗୁଜରାଟର  ଷ୍ଟେଚ୍ୟୁ ଅଫ ୟୁନିଟିରେ ପହଞ୍ଚିଛନ୍ତି।

ଝୁଲାପୋଲ ଟ୍ରାଜେଡିରେ  ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଘଟଣାଗ୍ରସ୍ତ ପରିବାରଙ୍କ ସହ ଅଛନ୍ତି। ଘଟଣାସ୍ଥଳକୁ ଏକ କମିଟି ତଦନ୍ତ ପାଇଁ ପଠାଯାଇଥିବା ମୋଦି କହିଛନ୍ତି।  ସୂଚନା ଅନୁଯାୟୀ, ଗୁଜରାଟର ମୋର୍ବିରେ ଝୁଲାପୋଲ ଛିଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୪୧ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏବେ ବି ଅନେକ ଲୋକ ଦୁର୍ଘଟଣାସ୍ଥଳରେ ନିଖୋଜ ରହିଥିବା ଜଣାପଡ଼ିଛି ।  ଗତକାଲି ଏହି ଦୁର୍ଘଟଣା ହୋଇଥିବା ବେଳେ ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାତି ତମାମ ଉଦ୍ଧାର ପାଇଁ ପ୍ରାୟସ କରିଛନ୍ତି ଉଦ୍ଧାରକାରୀ ଦଳ । ଖାଲି ସେତିକି ନୁହେଁ, ବାୟୁ ସେନା ଓ ନୌସେନା ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଘଟଣାକୁ ଗମ୍ଭୀରତାର ନେବା ସହ ଗୁଜରାଟ ସରକାର ଏସଆଇଟି  ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏସଆଇଟିର ୫ ଜଣିଆ ସଦସ୍ୟ ଏହାର ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଏହା ଏକ ବଡ଼ ଦୁର୍ଘଟଣା ହୋଇଥିବାରୁ ଘଟଣାକୁ ନେଇ ଏକ ଅପରାଧୀକ ମାମଲା ମଧ୍ୟ ରୁଜୁ କରାଯାଇଛି । ଗତକାଲି ସଂଧ୍ୟାରେ ମୋରବୀ ଜିଲାର ମଚ୍ଛୁ ନଦୀରେ ଥିବା ଝୁଲାପୋଲ ଝୁଲାପୋଲ ଛିଡ଼ିପଡ଼ିଥିଲା । ଏବେବ ବି ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡ଼ିଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଝୁଲାପୋଲ ଭୁଶୁଡ଼ିବା ବେଳେ ପୋଲରେ ପ୍ରାୟ ୫୦୦ର ଅଧିକ ଲୋକେ ଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।