Advertisment

ଆପ୍‌କୁ ଅଧିକ ୨% ଭୋଟ ଉପହାରରେ ଦେଲେ ମୋଦି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ଡେପୁଟି ମନୀଷ ସିସୋଦିଆଙ୍କ ଉପରେ ହୋଇଥିବା ସିବିଆଇ ରେଡ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସିବିଆଇ ରେଡ୍‌ କରି କେନ୍ଦ୍ର ସରକାର ଦିଲ୍ଲୀରେ କ୍ଷମତାସୀନ ଆପକୁ ଆଘାତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଏହାର ପରିଣାମ ଓଲଟା ହୋଇଥିବା କେଜ୍ରିୱାଲ କହିଛନ୍ତି। ଆଜି ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ କହିଛନ୍ତି, ସିବିଆଇ ପ୍ରାୟ ୧୪ ଘଣ୍ଟା ଧରି ମନୀଷ ସିସୋଦିଆଙ୍କ ଘରେ ରେଡ କରିଥିଲା। ସିବିଆଇ […]

author-image
Hemant Lenka
ଆପ୍‌କୁ ଅଧିକ ୨% ଭୋଟ ଉପହାରରେ ଦେଲେ ମୋଦି: କେଜ୍ରିୱାଲ

app

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ଡେପୁଟି ମନୀଷ ସିସୋଦିଆଙ୍କ ଉପରେ ହୋଇଥିବା ସିବିଆଇ ରେଡ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସିବିଆଇ ରେଡ୍‌ କରି କେନ୍ଦ୍ର ସରକାର ଦିଲ୍ଲୀରେ କ୍ଷମତାସୀନ ଆପକୁ ଆଘାତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଏହାର ପରିଣାମ ଓଲଟା ହୋଇଥିବା କେଜ୍ରିୱାଲ କହିଛନ୍ତି।

Advertisment

ଆଜି ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ କହିଛନ୍ତି, ସିବିଆଇ ପ୍ରାୟ ୧୪ ଘଣ୍ଟା ଧରି ମନୀଷ ସିସୋଦିଆଙ୍କ ଘରେ ରେଡ କରିଥିଲା। ସିବିଆଇ ତାଙ୍କୁ ୭ ଘଣ୍ଟା ଜେରା କରିଥିଲା। ସିବିଆଇ ସିସୋଦିଆଙ୍କ ଗାଁକୁ ବି ଯାଇଥିଲା। ଲକର ଯାଞ୍ଚ କରାଯାଇଥିଲା। ଏତେ ସବୁ କରିବା ପରେ ମଧ୍ୟ କିଛି ବି ମିଳିଲା ନାହିଁ। ସିବିଆଇର ଅଧିକାରୀମାନେ ଯିବା ବେଳେ କହିଥିଲେ ଯେ ଉପରୁ ଚାପ ପଡ଼ୁଛି। ତେଣୁ ଆପଣଙ୍କୁ ଥରେ ଗିରଫ କରିବାକୁ ପଡ଼ିବ। ସିସୋଦିଆ ମଧ୍ୟ ଗିରଫଦାରୀ ପାଇଁ ପ୍ରସ୍ତୁତ ରହିଛନ୍ତି। ହେଲେ ମିଥ୍ୟା କେସ୍‌ କରି କ’ଣ ଲାଭ ମିଳୁଛି?

ହଁ ଏହି ରେଡ୍‌ରୁ ଗୋଟିଏ ଫାଇଦା ମିଳିଛି। ମନୀଷ ସିସୋଦିଆଙ୍କ ଠିକଣାରେ ରେଡ୍ ହେବା ପରଠାରୁ ଆପର ଭୋଟ ଶେୟାର ଗୁଜରାଟରେ ୪% ବଢ଼ି ସାରିଲାଣି। ସେ ଯେତେବେଳେ ଗିରଫ ହେବେ, ଏହା ୬%କୁ ବଢ଼ିଯିବ। ଯଦି ସେ ଦୁଇ ଥର ଗିରଫ ହେବେ, ତା’ହେଲେ ଆମେ ସମ୍ଭବତଃ ଗୁଜରାଟରେ ସରକାର ଗଠନ କରିନେବୁ। ରେଡ କରି ପ୍ରଧାନମନ୍ତ୍ରୀ ମୋଦି ଆପ୍‌କୁ ଗୁଜରାଟରେ ଅଧିକ ୨% ଭୋଟ ଉପହାର ଆକାରରେ ଦେଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ଅପରେସନ ଲୋଟସ ଫେଲ ହେବ ବୋଲି ପ୍ରମାଣ କରିବା ପାଇଁ ବିଧାନସଭାରେ କେଜ୍ରିୱାଲ ନିଜେ ଆପ୍‌ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛନ୍ତି। ଏଥିସହ କୌଣସି ବିଧାୟକ ଦଳ ବଦଳ କରିନାହାନ୍ତି ବୋଲି ଆସ୍ଥା ଭୋଟରୁ ପ୍ରମାଣ ହୋଇଥିବା ସେ କହିଛନ୍ତି।

ଆପ୍‌ରୁ ୬୨ ବିଧାୟକଙ୍କ ମଧ୍ୟରୁ ଆଜି ୫୮ ଜଣ କେଜ୍ରିୱାଲଙ୍କ ସରକାର ସପକ୍ଷରେ ଭୋଟ ଦେଇଛନ୍ତି। ବାକି ୩ ଜଣଙ୍କ ମଧ୍ୟରୁ ୨ ଜଣ ବିଦେଶରେ ଅଛନ୍ତି। ସେହିପରି ସତ୍ୟେନ୍ଦ୍ର ଜେଲ ଜେଲରେ ରହିଛନ୍ତି। ବାକି ଜଣେ ବିଧାୟକ ବାଚସ୍ପତି ଭାବେ କାମ କରୁଛନ୍ତି।