Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମସ୍କୋ ଭିତ୍ତିକ ଥିଙ୍କଟ୍ୟାଙ୍କ ଭାଲଡାଇ ଡିସକସନ କ୍ଲବର ବାର୍ଷିକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ପୁଟିନ ସର୍ବସମ୍ମୁଖରେ ମୋଦିଙ୍କ ନିରପେକ୍ଷ ଓ ସ୍ୱାଧୀନ ବୈଦେଶୀକ ନୀତିକୁ ପ୍ରଶଂସା କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତରେ ଅନେକ କିଛି ସଫଳତା ହାସଲ କରିଛି। ଏଥିସହ ମୋଦି ଜଣେ ପ୍ରକୃତ ଦେଶଭକ୍ତ ବୋଲି ପୁଟିନ କହିଛନ୍ତି। ରୟର୍ଟସ ପକ୍ଷରୁ ପୁଟିନଙ୍କ […]

ଅଦ୍ୟତନ ହୋଇଛି
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

Putin

Advertisment

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମସ୍କୋ ଭିତ୍ତିକ ଥିଙ୍କଟ୍ୟାଙ୍କ ଭାଲଡାଇ ଡିସକସନ କ୍ଲବର ବାର୍ଷିକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ପୁଟିନ ସର୍ବସମ୍ମୁଖରେ ମୋଦିଙ୍କ ନିରପେକ୍ଷ ଓ ସ୍ୱାଧୀନ ବୈଦେଶୀକ ନୀତିକୁ ପ୍ରଶଂସା କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତରେ ଅନେକ କିଛି ସଫଳତା ହାସଲ କରିଛି। ଏଥିସହ ମୋଦି ଜଣେ ପ୍ରକୃତ ଦେଶଭକ୍ତ ବୋଲି ପୁଟିନ କହିଛନ୍ତି।

Advertisment

ରୟର୍ଟସ ପକ୍ଷରୁ ପୁଟିନଙ୍କ ସମ୍ବୋଧନକୁ ଅନୁବାଦ କରି ଇଂରାଜୀରେ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ପୁଟିନ ତାଙ୍କ ଭାଷଣରେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନେକ ଭଲ କାମ ହୋଇଛି। ସେ ତାଙ୍କ ଦେଶ(ଭାରତ)ରେ ଜଣେ ପ୍ରକୃତ ଦେଶଭକ୍ତ। ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ ଚିନ୍ତାଧାରା ଉଭୟ ଅର୍ଥନୀତିକ ଓ ଏଥିକ୍ସ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ।

ଭାରତର ଭବିଷ୍ୟତ ବେଶ ଉଜ୍ଜ୍ୱଳ। ସବୁଠାରୁ ଗର୍ବ କରିବାର ବିଷୟ ହେଉଛି ଯେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ। ପ୍ରଧାନମନ୍ତ୍ରୀ ମୋଦି ଏମିତି ଜଣେ ବ୍ୟକ୍ତି, ଯିଏ ନିଜ ଦେଶର ଲୋକଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ। ସେ ଲୋକଙ୍କ ପାଇଁ ଫାଇଦାକୁ ଦୃଷ୍ଟିରେ ରଖି ବିଦେଶ ନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି।”

Advertisment

ଭାରତର ବିକାଶଧାରା ସମ୍ପର୍କରେ ମଧ୍ୟ ପୁଟିନ ମତ ରଖିଛନ୍ତି। ସେ କହିଛନ୍ତି, ବ୍ରିଟିଶ ଦାସତ୍ୱରୁ ମୁକ୍ତ ହୋଇ ଆଧୁନିକ ଦେଶ ଭାବେ ନିଜକୁ ଗଢ଼ି ତୋଳିବା ପର୍ଯ୍ୟନ୍ତ ଭାରତ ତା’ର ବିକାଶରେ ଅତୁଳନୀୟ ସଫଳତା ହାସଲ କରିପାରିଛି। ପାଖାପାଖି ୧.୫ ବିଲିୟନ ଲୋକ ଓ ବିକାଶ ଭାରତ ପାଇଁ ସମ୍ମାନର ବିଷୟ।

ଏହି ଯୁଦ୍ଧରେ (ରୁଷ ଓ ୟୁକ୍ରେନ) ଭାରତ ଓ ରୁଷର ମଧ୍ୟରେ ବନ୍ଧୁତାକୁ ନେଇ ପ୍ରଶ୍ନ ଉଠିଥିଲା। ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ଦେଶ ଧମକ ଦେଇଥିଲେ। ଏହା ସତ୍ତ୍ୱେ ଭାରତ ତା’ର ସ୍ୱତନ୍ତ୍ର ବୈଦେଶିକ ନୀତି ଅବଲମ୍ବନ କରିଥିଲା। ରୁଷର ଜଣେ ପ୍ରକୃତ ବନ୍ଧୁ ଭାବେ ଭାରତ ତା’ର କର୍ତ୍ତବ୍ୟ କରିଛି ବୋଲି ପୁଟିନ କହିଛନ୍ତି।

ଭାରତ ଓ ରୁଷ ମଧ୍ୟରେ ଥିବା ସମ୍ପର୍କକୁ ପୁଟିନ ସ୍ୱତନ୍ତ୍ର କହିଛନ୍ତି। ସେ କହିଛନ୍ତି, “ଦୀର୍ଘ ଦଶନ୍ଧି ଧରି ଭାରତ ଓ ରୁଷ ଘନିଷ୍ଠ ସହଯୋଗୀ ଭାବେ କାମ କରି ଆସୁଛନ୍ତି। ଏହି ସମ୍ପର୍କରେ କେବେ ହେଲେ କୌଣସି ପ୍ରସଙ୍ଗ ଫାଟ ସୃଷ୍ଟି କରିପାରିନି। ଆମେ ପରସ୍ପରୁ ସବୁ କ୍ଷେତ୍ରରେ ସହଯୋଗ କରି ଆସିଛୁ। ଏବେ ସମାନ ଘଟଣା ଘଟୁଛି। ମୋର ଆଶା ଭବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବ।”

ଭାରତରେ କୃଷି ପାଇଁ ସାର ଗୁରୁତ୍ୱ ବହନ କରୁଥିବାରୁ ଏହାର ରାପ୍ତାନୀ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବାରମ୍ବାର କହି ଆସିଥିବା ପୁଟିନ କହିଛନ୍ତି। କୃଷି କ୍ଷେତ୍ରର ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ଦୁଇ ଗୁଣ ବଢ଼ିବା ମଧ୍ୟ ସେ ସମସ୍ତଙ୍କୁ ଜଣାଇଛନ୍ତି।

ଗୋଟିଏ ପଟେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ ଅନ୍ୟ ପଟେ ପଶ୍ଚିମ ଦେଶଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି। ୟୁକ୍ରେନ ଯୁଦ୍ଧ ପାଇଁ ପଶ୍ଚିମ ଦେଶଗୁଡ଼ିକ ଦାୟୀ ବୋଲି ସେ କହିବାକୁ ପଛାଇ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe