Advertisment

ଦିଦି 'ହର ହର ମହାଦେବ' ଶୁଣି ପାରିବ ଯଦି ବାରଣାସୀ ଆସ: ମୋଦି

କୋଲକାତା: ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବାକି ରହିଛି ଛଅଟି ପର୍ଯ୍ୟାୟ ପାଇଁ ମତଦାନ। ଏବେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ବିଜେପି ନିଜର ଅଭିଯାନକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାର ଶକ୍ତି ପ୍ରଦର୍ଶନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସୋନାରପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଯେଉଁଥିରେ ମମତା ବାରଣାସୀରେ ନିର୍ବାଚନ ଲଢ଼ିବା ନେଇ ତୃଣମୂଳ କଂଗ୍ରେସ କରିଥିବା ଟ୍ୱିଟର ଜବାବ ଦେଇଛନ୍ତି। […]

ଦିଦି 'ହର ହର ମହାଦେବ' ଶୁଣି ପାରିବ ଯଦି ବାରଣାସୀ ଆସ: ମୋଦି

modi

Advertisment

କୋଲକାତା: ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବାକି ରହିଛି ଛଅଟି ପର୍ଯ୍ୟାୟ ପାଇଁ ମତଦାନ। ଏବେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ବିଜେପି ନିଜର ଅଭିଯାନକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାର ଶକ୍ତି ପ୍ରଦର୍ଶନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସୋନାରପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଯେଉଁଥିରେ ମମତା ବାରଣାସୀରେ ନିର୍ବାଚନ ଲଢ଼ିବା ନେଇ ତୃଣମୂଳ କଂଗ୍ରେସ କରିଥିବା ଟ୍ୱିଟର ଜବାବ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କାଉଣ୍ଟର କରି ମୋଦି କହିଛନ୍ତି, ମମତା ନିଜକୁ କୁଲ୍ (Cool) ବୋଲି କହୁଛନ୍ତି। ହେଲେ ପଶ୍ଚିମବଙ୍ଗକୁ ଦେଖିଲେ ଏହା ଲାଗୁନି। ମତଦାନ ବେଳେ ବୁଥ କ୍ୟାପଚର ପାଇଁ ସୁଯୋଗ ନମିଳିବାରୁ ନିର୍ବାଚନ କମିଶନଙ୍କୁ ମମତା ଗାଳି କରୁଛନ୍ତି। ସୁରକ୍ଷା ବାହିନୀ ଉପରେ ପ୍ରଶ୍ନ ଉଠାଉଛନ୍ତି।

ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ନନ୍ଦିଗ୍ରାମର ପରାଜୟ ଦେଖି ଟିଏମସି ନିଷ୍ପତ୍ତି ଚିନ୍ତା କରୁଛି ଯେ ମମତାଙ୍କୁ ଅନ୍ୟ ଆସନରେ ନିର୍ବାଚନ ଲଢ଼ିବାକୁ ହେବ। ହେଲେ ଏଭଳି ନିଷ୍ପତ୍ତି ନେଲେ ଦିଦି ଦ୍ୱିତୀୟ ଥର ପାଇଁ ଭୁଲ୍ କରିବେ। ଦିଦିଙ୍କ ଦଳ କହିଛି ଯେ ସେ ବାରଣାସୀରୁ ଲୋକସଭା ନିର୍ବାଚନରେ ​​ଲଢ଼ିବେ। ହେଲେ ମମତା ଜାଣିବା ଦରକାର ଯେ ଏଠି ‘ଜୟ ଶ୍ରୀ ରାମ’କୁ ସହିପାରୁନ ଆଉ ସେଠି ‘ହର ହର ମହାଦେବ’କୁ କେମିତି ସହିବ ବୋଲି ମୋଦି ମମତାଙ୍କୁ ପଚାରିଛନ୍ତି। ଆଉ ଯଦି ସହିପାରିବ ତାହେଲେ ବାରଣାସୀ ଆସିବାକୁ ମୋଦି ମମତାଙ୍କୁ ଆହ୍ୱାନ କରିଛନ୍ତି।

Advertisment

ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ ନେଇ ସେ କହିଛନ୍ତି, ଏଭଳି ଅପରାଧର ଶୀଘ୍ର ବିଚାର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ହଜାରେରୁ ଅଧିକ ଫାଷ୍ଟ ଟ୍ରାକ କୋର୍ଟ ନିର୍ମାଣ କରୁଛନ୍ତି। ହେଲେ ଦିଦିଙ୍କ ସରକାର ଏହାରୁ ଅନୁମୋଦନ ଦେଇନି।

Narendra Modi West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe