Advertisment

ଶେଷରେ ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ହଠାତ୍‌ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କରିବାକୁ ଯେଉଁ ଦାବି କରୁଥିଲେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହଁ ଭରିଛନ୍ତି। ପୂର୍ବରୁ କେବଳ ୪୫+ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଣ କରୁଥିଲେ। ହେଲେ ଏବେ ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ […]

ଶେଷରେ ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କଲେ ମୋଦି

Modi1

Advertisment

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ହଠାତ୍‌ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କରିବାକୁ ଯେଉଁ ଦାବି କରୁଥିଲେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହଁ ଭରିଛନ୍ତି।

Advertisment

ପୂର୍ବରୁ କେବଳ ୪୫+ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଣ କରୁଥିଲେ। ହେଲେ ଏବେ ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାରମାନେ ଟିକା କିଣି ମାଗଣାରେ ଦେଉଥିଲେ।

ହେଲେ ଏବେ ଟିକା ଯୋଗାଣର ସମସ୍ତ ଦାୟିତ୍ୱ କେନ୍ଦ୍ର ସରକାର ନିଜ ହାତକୁ ନେଇଥିବା ମୋଦି କହିଛନ୍ତି। କେନ୍ଦ୍ର ସରକାର ଉତ୍ପାଦନର ୭୫% ଟିକା ନିଜେ କିଣିବେ ଓ ରାଜ୍ୟ ସରକାରମାନଙ୍କୁ ମାଗଣାରେ ଦେବେ। ବାକି ୨୫% ଘରୋଇ ହସ୍ପିଟାଲ କିଣିବେ। ଏହି ୨୫% ଟିକା ଲୋକମାନେ ଟଙ୍କା ଦେଇ ଗ୍ରହଣ କରିପାରିବେ ବୋଲି ମୋଦି କହିଛନ୍ତି।

Advertisment

ସେ କହିଛନ୍ତି, ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଟିକା ପାଇଁ ରାଜ୍ୟ ସରକାରଙ୍କୁ କିଛି ବି ଖର୍ଚ୍ଚ କରିବାକୁ ପଡ଼ିବନି। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁ ଲୋକମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ନେଇପାରିବେ ଲୋକେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଲୋକଙ୍କୁ ଟିକା ଦେବେ। ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ ବୋଲି ମୋଦି କହିଛନ୍ତି।

କରୋନା ସହ ଲଢ଼େଇ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ହିସାବ ମଧ୍ୟ ମୋଦି ଦେଇଛନ୍ତି। ଅକ୍ସିଜେନ ଠାରୁ ଆରମ୍ଭ କରି ଟିକାର ଉତ୍ପାଦନକୁ ନେଇ ମୋଦି ସୂଚନା ଦେଇଛନ୍ତି। ଦେଶର ବୈଜ୍ଞାନିକମାନେ ବହୁତ କମ ସମୟରେ ଟିକା ବାହାର କରିଛନ୍ତି। ଏହି କାରଣରୁ ଖୁବ କମ ସମୟ ମଧ୍ୟରେ ୨୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଛି ବୋଲି ମୋଦି କହିଛନ୍ତି।

ଏଥିସହ ମୋଦି ନିଜ ସରକାରଙ୍କ ସଫଳତା କଥା କହିବାକୁ ମଧ୍ୟ ପଛାଇ ନାହାନ୍ତି। ୨୦୧୪ରେ ଆମ ଦେଶରେ ଟିକାର କଭରେଜ ୬୦% ଥିଲା। ହେଲେ ଆମ ସରକାର ସମୟରେ ଏହା ୯୦%କୁ ବୃଦ୍ଧି ପାଇଥିବା ମୋଦି କହିଛନ୍ତି।

ସେ କହିଛନ୍ତି, ବିଗତ ୧୦୦ ବର୍ଷ ମଧ୍ୟରେ କରୋନା ସବୁଠାରୁ ବଡ଼ ମହାମାରୀ। ପୂରା ବିଶ୍ୱ ଏହାକୁ ଦେଖିଛି ଓ ଅନୁଭବ କରିଛି। ବିଭିନ୍ନ କ୍ଷେତ୍ରର ଲୋକ ଏହାର ମୁକାବିଲା କରିବାକୁ ଆଗକୁ ଆସିଥିଲେ। ମହାମାରୀରେ ଅନେକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି। ସେମାନଙ୍କୁ ମୁଁ ସମବେଦନା ଓ ଶ୍ରଦ୍ଧାଞ୍ଜଳୀ ଜଣାଉଛି।

କୋଭିଡ ସହ ଲଢ଼ିବା ପାଇଁ ବିଗତ ଦୁଇ ବର୍ଷ ମଧ୍ୟରେ ଗୋଟିଏ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ତିଆରି କରାଯାଇଛି। ଦ୍ୱିତୀୟ ଲହର ବେଳେ ଅକ୍ସିଜେନର ଚାହିଦା ଖୁବ ବଢ଼ି ଯାଇଥିଲା। ଏହାପୂର୍ବରୁ କେବେ ହେଲେ ଦେଶରେ ଏତେମାତ୍ରାରେ ଅକ୍ସିଜେନର ଡିମାଣ୍ଡ ନଥିଲା। ଅକ୍ସିଜେନ ଯୋଗାଣକୁ ସମ୍ଭବ କରିବା ପାଇଁ ଜଳ, ସ୍ଥଳ ଓ ଆକାଶ ପଥର ବ୍ୟବହାର କରାଯାଇଛି।

ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବାକୁ ଯୁଦ୍ଧକାଳୀନ ସ୍ଥିତିରେ ସବୁ ପ୍ରକାରର ପ୍ରୟାସ କରାଯାଇଛି। ଅକ୍ସିଜେନ ଏକ୍ସପ୍ରେସ ଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅକ୍ସିଜେନ ଉତ୍ପାଦନ ୧୦ ଗୁଣା ବୃଦ୍ଧି କରାଯାଇଛି।

କରୋନାର କଠିନ ସମୟ ବେଳେ ଏତେ ବଡ଼ ବିଶାଳ ଜନସଂଖ୍ୟା ବିଶିଷ୍ଟ ଭାରତ କ’ଣ ଲୋକଙ୍କୁ ବଞ୍ଚାଇ ପାରିବ ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ବନ୍ଧୁଗଣ ଯେତେବେଳେ ନୀତି ସ୍ୱଚ୍ଛ ଥିବ ଓ ଲକ୍ଷ୍ୟ ଠିକ ରହିଥିବ ସେତେବେଳେ ସଫଳତା ନିଶ୍ଚିତ ମିଳିବ। କୋଭିଡ ବିରୋଧୀ ପ୍ରୋଟକଲ ହିଁ ଅଦୃଶ୍ୟ ଭାଇରସ ବିରୋଧରେ ଲଢ଼େଇ କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମହାମାରୀ ବିରୋଧରେ ସାରା ଦେଶ ଏକାଠି ହୋଇ ଲଢ଼ିଛି। ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣ ବୃଦ୍ଧି କରାଯାଇଛି। କରୋନା ଲଢ଼େଇରେ ଟିକା ଆମର ପାଇଁ ସୁରକ୍ଷାର କବଚ ପାଲଟିଛି। ଟିକା ଉତ୍ପାଦନ କରୁଥିବା ଦେଶ ଓ କଂପାନୀ ହାତ ଗଣତି ରହିଛି। ଯଦି ଆଜି ଆମେ ଟିକା ଉତ୍ପାଦନ କରିପାରୁନଥାନ୍ତେ, କଣ ଅବସ୍ଥା ହୋଇଥାନ୍ତା ସେକଥା କଳ୍ପନା ବି କରାଯାଇ ନପାରେ। ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ, ଏବେ ବି ଟିକାକରଣ ଆରମ୍ଭ ହୋଇନଥାନ୍ତା ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe