Advertisment

ଗୁଜରାଟବାସୀଙ୍କ ହୃଦୟ କେମିତି ଜିତିବ କଂଗ୍ରେସ, ମନ୍ତ୍ର କହିଲେ ମୋଦି

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଏଥିସହ କଂଗ୍ରେସ କିପରି ଗୁଜରାଟବାସୀଙ୍କ ହୃଦୟ ଜିତିବ ତାର ମନ୍ତ୍ର ବତାଇଛନ୍ତି ମୋଦି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାମାଜିକ କର୍ମୀ ମେଧା ପାର୍ଟକରଙ୍କୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି କହିଥିଲେ ଯେ, କଂଗ୍ରେସ ଗୁଜରାଟବାସୀଙ୍କ ମନ ଜିଣିବାକୁ ହେଲେ ଡିଭାଇଡ୍‌ […]

ଅଦ୍ୟତନ ହୋଇଛି
ଗୁଜରାଟବାସୀଙ୍କ ହୃଦୟ କେମିତି ଜିତିବ କଂଗ୍ରେସ, ମନ୍ତ୍ର କହିଲେ ମୋଦି

modi

Advertisment

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଏଥିସହ କଂଗ୍ରେସ କିପରି ଗୁଜରାଟବାସୀଙ୍କ ହୃଦୟ ଜିତିବ ତାର ମନ୍ତ୍ର ବତାଇଛନ୍ତି ମୋଦି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାମାଜିକ କର୍ମୀ ମେଧା ପାର୍ଟକରଙ୍କୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି କହିଥିଲେ ଯେ, କଂଗ୍ରେସ ଗୁଜରାଟବାସୀଙ୍କ ମନ ଜିଣିବାକୁ ହେଲେ ଡିଭାଇଡ୍‌ ଆଣ୍ଡ ରୁଲ ପଲିସିରୁ ନିବୃତ ରହିବା ଉଚିତ୍।

Advertisment

ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ କରି ଭବନଗର ଜିଲ୍ଲାର ପାଲିତାନା ସହରରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଗୁଜରାଟର ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି।  କାରଣ ଦଳ ଏଠିକାର ଗୋଟିଏ ଅଞ୍ଚଳକୁ ବିରୋଧ କରି ଅନ୍ୟ ଗୋଟିଏ ଅଞ୍ଚଳକୁ ସମର୍ଥନ କରି ସେମାନଙ୍କୁ ଉସକାଇବା ଭଳି କାମ କରିଛି । ଫଳରେ ରାଜ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। ଯେଉଁମାନେ ଭାରତ ବିଭାଜନ ସପକ୍ଷରେ ଅଛନ୍ତି ସେମାନଙ୍କୁ ଗୁଜରାଟବାସୀ ସମର୍ଥନ କରନ୍ତି ନାହିଁ। ସେହିପରି ରାହୁଲ ଗାନ୍ଧିଙ୍କ ଭାରତ ଯୋଡା ଯାତ୍ରା ସମୟରେ ମେଧା ପାଟକରଙ୍କ ସହ ବୁଲିବା ନେଇ ଟାର୍ଗେଟ କରିଥିଲେ ମୋଦି। ୧୮୨ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ  ଆସନ୍ତା ଡିସେମ୍ବର ୧ ଓ ୫ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ମୋଦି କହିଛନ୍ତି ଯେ, ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପକୁ ୪୦ ବର୍ଷ ଧରି ଅଟକାଇବା ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ସହ ବୁଲୁଥିବା ଲୋକଙ୍କୁ ଗୁଜୁରାଟର ଲୋକମାନେ କଦାପି କ୍ଷମା କରିବେ ନାହିଁ।

ବିରୋଧୀ ଦଳକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସର ଚିନ୍ତାଧାରା ହେଉଛି ଡିଭାଇଡ ଏବଂ ରୁଲ ପଲିସି।  ଗୁଜରାଟି ଏବଂ ମରାଠୀମାନଙ୍କୁ ପରସ୍ପର ବିରୁଦ୍ଧରେ ଲଢ଼େଇ କରିଥିଲା କଂଗ୍ରେସ।  ପରେ, କଂଗ୍ରେସ ବିଭିନ୍ନ ଜାତିର ଲୋକଙ୍କୁ ଉତ୍ତେଜିତ କରିଥିଲା ​​ପରସ୍ପର ବିରୁଦ୍ଧରେ ଲଢ଼େଇ କରିବା ଯୋଗୁ  ଗୁଜରାଟ ବହୁ କଷ୍ଟ ସହିଛି ।ଗୁଜୁରାଟର ସ୍ମାର୍ଟ ଲୋକମାନେ କଂଗ୍ରେସର ଏହି ରଣନୀତି ବୁଝି ପାରିଥିଲେ। ଫଳରେ ସେମାନେ କଂଗ୍ରେସକୁ ପତ୍ୟାଖ୍ୟାନ କରିଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ପରିସ୍ଥିତି ବଦଳିଛି ବୋଲି ସେ କହିଛନ୍ତି । ଗତ ୨୦ ବର୍ଷ ଧରି ଗୁଜରାଟ ବିକାଶ ପଥରେ ଅଛି। ଗୁଜରାଟର ଲୋକମାନେ ଏକତା ପ୍ରଦର୍ଶନ କରିଥିବାରୁ କଂଗ୍ରେସ ଏଠାରେ  ପରାଜିତ ହୋଇଛି। ଗୁଜରାଟର ଲୋକଙ୍କ ବିଶ୍ୱାସକୁ ଜିତିବା ପାଇଁ ପାଇଁ କଂଗ୍ରେସ ଜାତିବାଦ, ସାମ୍ପ୍ରଦାୟିକତା, ଭୋଟ୍ ବ୍ୟାଙ୍କ ରାଜନୀତି ଏବଂ ଡିଭାଇଡ ଏବଂ ରୁଲ ପଲିସିରୁ ଦୂରେଇ ରହିବା ଉଚିତ୍‌ ବୋଲି ମୋଦି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe