Advertisment

୪ ରାଜ୍ୟର ସଫଳତା ପରେ ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’

ଅହମଦାବାଦ: ଗୁଜରାଟର ଅହମଦାବାଦରେ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଦଳ ୪ ରଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଥିଲା। ଏହାର ଦିନକରେ ପରେ ହିଁ ମୋଦି ଅହମଦାବାଦ ଯାଇ ରୋଡ ଶୋ’ କରିଛନ୍ତି। ଆଗାମୀ ଦିନରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଠାରୁ ହିଁ ମୋଦି ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ସେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। […]

୪ ରାଜ୍ୟର ସଫଳତା ପରେ ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’

Modi

Advertisment

ଅହମଦାବାଦ: ଗୁଜରାଟର ଅହମଦାବାଦରେ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଦଳ ୪ ରଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଥିଲା। ଏହାର ଦିନକରେ ପରେ ହିଁ ମୋଦି ଅହମଦାବାଦ ଯାଇ ରୋଡ ଶୋ’ କରିଛନ୍ତି।

Advertisment

ଆଗାମୀ ଦିନରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଠାରୁ ହିଁ ମୋଦି ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆଜି ସେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ସେ ଏଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ସେ ରୋଡ ଶୋ’ କରିଛନ୍ତି।

ଏହି ଦୁଇ ଦିନିଆ ଗସ୍ତ ବେଳେ ମୋଦି ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ସନ୍ଧ୍ୟାରେ ସେ ଗୁଜରାଟ ପଞ୍ଚାୟତ ମହାସମ୍ମିଳନୀକୁ ସମ୍ବୋଧନ କରିବେ। ଏଥିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିତିଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଜନ ପ୍ରତିନିଧି ଯୋଗଦେବେ।

Advertisment


ଆଜି ସକାଳେ ମୋଦି ଅହମଦାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାପରେ ସେ ଦଳୀୟ ମୁଖ୍ୟାଳୟ ଅର୍ଥାତ ଦୀର୍ଘ ୧୦ କିମି ବାଟ ରୋଡ ଶୋ’ କରିଥିଲେ। ସେ ଗୋଟିଏ ଖୋଲା ଜିପରେ ଛିଡ଼ା ହୋଇ ଲୋକଙ୍କୁ ହାତ ହଲାଇଥିଲେ। ୪ ରାଜ୍ୟରେ ବିଜେପି ସଫଳତା ପାଇଥିବାରୁ ମୋଦି ବିଜୟ ସଙ୍କେତ ଲୋକଙ୍କୁ ପ୍ରଦର୍ଶନ କରିଥିଲେ।

ମୋଦିଙ୍କ ଜିପକୁ ସଂପୂର୍ଣ୍ଣ ଭାବେ ଫୁଲରେ ସଜା ଯାଇଥିଲା। ମୋଦିଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ଏକାଠି ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି। ମୋଦିଙ୍କ ଗାଡ଼ିରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଓ ରାଜ୍ୟ ବିଜେପି ସଭାପତି ସିଆର ପାଟିଲ ମଧ୍ୟ ଛିଡ଼ା ହୋଇଥିଲେ। ତେଣୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଏପରି ରୋଡ ଶୋ’ କରିଥିବା ସ୍ପଷ୍ଟ ହୋଇଛି।


ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ଘୋଷଣା ହୋଇନାହିଁ। ହେଲେ ମୋଦି ୪ ରାଜ୍ୟରେ ବିଜେପିକୁ ମିଳିଥିବା ସଫଳତା ଏବେଠାରୁ ଗୁଜରାଟବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe