Advertisment

ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ସ୍ଥିତିକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସମୀକ୍ଷା ପରେ ସେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ନାହାନ୍ତି। କିନ୍ତୁ ନିଜର ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ […]

ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

Modi

Advertisment

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।

Advertisment

ସ୍ଥିତିକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସମୀକ୍ଷା ପରେ ସେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ନାହାନ୍ତି। କିନ୍ତୁ ନିଜର ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି।

ଏଥିସହ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କହିଛନ୍ତି। ଏହାବାଦ ସେ ରାଜ୍ୟ ସରକାର ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି। ଏହାବାଦ କରୋନାର ନୂଆ ଭାରିଏଣ୍ଟକୁ ଯଥାଶୀଘ୍ର ଚିହ୍ନଟ କରିବା ପାଇଁ ଅଧିକରୁ ଅଧିକ ନମୁନାର ଜେନୋମ ସିକ୍ୱେନ୍ସିଂ ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ମୋଦି ମାସ୍କ ପିନ୍ଧିବାକୁ ପରାମର୍ଶ ଦେବା ପରେ କର୍ଣ୍ଣାଟକା ସରକାର କାଲିଠାରୁ ହିଁ ଏହାର ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ଏଥିସହ ସମସ୍ତଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚାଇନାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନର ସବ୍-ଭାରିଆଣ୍ଟ ବିଏଫ ୭ ଭାରତରୁ ଠାବ ହେବା ପରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ ଡାକିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉଚ୍ଚ ସ୍ତରୀୟ ବୈଠକରେ କହିଛନ୍ତି ଯେ କୋଭିଡର ମୁକାବିଲା ପାଇଁ ଆମକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ହେବ। ଅମ୍ଳଜାନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଓ ହସ୍ପିଟାଲର ଭିତ୍ତିଭୂମିକୁ ଏବେ ଠାରୁ ସଜାଡ଼ିବାକୁ ହେବ। ରାଜ୍ୟଗୁଡ଼ିକ ନିୟମିତ ଏହାର ମନିଟରିଂ କରନ୍ତୁ ବୋଲି ମୋଦି କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ମଧ୍ୟରେ ରହିଛି। ଆତଙ୍କିତ ହେବାର କୌଣସି କାରଣ ନାହିଁ। ବିଏଫ ୭ ଭାରିଏଣ୍ଟରେ ଆକ୍ରାନ୍ତ ହେଉଥିବା ଲୋକମାନେ ଘରେ ରହି ସୁସ୍ଥ ମଧ୍ୟ ହେଉଛନ୍ତି। ବିଏଫ ୭ ଭାରିଏଣ୍ଟ ଅଧିକ ଘାତକ ହେଉନି। କିନ୍ତୁ ଏହା ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଛି। ବହୁତ କମ ସମୟରେ ଏହି ଭାରିଏଣ୍ଟ ଅନେକ ଲୋକଙ୍କୁ ସଂକ୍ରମଣ କରିପାରିବ।

ଏହାର ଆରୋଗ୍ୟ ହାର ଯଥେଷ୍ଟ ଅଧିକ। ବିଏଫ ୭ ଷ୍ଟ୍ରେନ ଦ୍ୱାରା ଜ୍ୱର, ଗଳା ଦରଜ, ନାକ ବନ୍ଦ ଓ କଫ ସମସ୍ୟା ଦେଖାଯାଇ ପାରେ। କିଛି ଲୋକଙ୍କର ବାନ୍ତି ଓ ଝାଡ଼ା ମଧ୍ୟ ହେବାର ଆଶଙ୍କା ରହିଛି। ତେଣୁ ଏହି ସବୁ ଲକ୍ଷଣ ଥିବା ଲୋକମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜର ଟେଷ୍ଟ କରାଇବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe