Advertisment

ଲୌହମାନବୀଙ୍କୁ ଜନ୍ମଦିନରେ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ: ସାରାଦେଶ ଆଜି ଭାରତର ପୂର୍ବତନ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୧୦୫ତମ ଜୟନ୍ତୀ ପାଳନ କରୁଛି। ନେତା ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଦେଶର ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦେଶର ଲୌହ ମହିଳା ଭାବେ ପରିଚିତ ଇନ୍ଦିରା ଗାନ୍ଧିଙ୍କର ୧୦୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟ୍ୱିଟ୍‌ କରି  ଲେଖିଛନ୍ତି, ଜନ୍ମବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା […]

author-image
Tapas Behera
ଅଦ୍ୟତନ ହୋଇଛି
ଲୌହମାନବୀଙ୍କୁ ଜନ୍ମଦିନରେ ମନେ ପକାଇଲେ ମୋଦି

modi

ନୂଆଦିଲ୍ଲୀ: ସାରାଦେଶ ଆଜି ଭାରତର ପୂର୍ବତନ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୧୦୫ତମ ଜୟନ୍ତୀ ପାଳନ କରୁଛି। ନେତା ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଦେଶର ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦେଶର ଲୌହ ମହିଳା ଭାବେ ପରିଚିତ ଇନ୍ଦିରା ଗାନ୍ଧିଙ୍କର ୧୦୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟ୍ୱିଟ୍‌ କରି  ଲେଖିଛନ୍ତି, ଜନ୍ମବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସେହିପରି ଭାରତ ଯୋଡ଼ୋ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି ମଧ୍ୟ ଜେଜେମା’ ଇନ୍ଦିରା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି।  ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ(ଆହ୍ଲାବାଦ)ରେ ଜନ୍ମଗ୍ରହଣ କରିଥିଲେ।

Advertisment

୧୯୬୬ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଲଗାତର ଭାବେ ସେ ୩ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇ ଗଣତାନ୍ତ୍ରିକ ଶାସନ ଭାର ବହନ କରିଥିଲେ। ପରେ ପୁନର୍ବାର ୧୯୮୦ ମସିହାରୁ ୧୯୮୪ ମସିହା ଅର୍ଥାତ୍ ମୃତ୍ୟୁ ପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓ କମଳା ନେହେରୁଙ୍କ ଝିଅ ଇନ୍ଦିରାଙ୍କ ପୂରା ନାମ ଇନ୍ଦିରା ପ୍ରିୟଦର୍ଶିନୀ ନେହରୁ ଥିଲା। ସେ ସୋମରଭିଲ କଲେଜ, ଅକ୍ସଫର୍ଡ଼ରେ ଅଧ୍ୟୟନ କରିଥିଲେ।

https://twitter.com/narendramodi/status/1593774849885110274?s=20&t=bWt0XJQy_UIUo-2vvMQgYw

Advertisment

୧୯୪୧ ମସିହାରେ ଭାରତ ଆସିବା ପରେ ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କୁ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ୧୯୬୪ ରୁ ୧୯୬୬ ପର୍ୟ୍ୟନ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ ମିଳିଥିଲା । ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ଭାରତର ତୃତୀୟ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ଇନ୍ଦିରା ୧୯୪୨ ମସିହାରେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଜଣ ପୁଅ ଥିଲେ। ଜଣେ ରାଜୀବ ଗାନ୍ଧୀ ଓ ଅନ୍ୟ ଜଣେ ସଞ୍ଜୟ ଗାନ୍ଧ । ଇନ୍ଦିରା ଗାନ୍ଧୀଙ୍କ ସମୟରେ ହିଁ ୨୬ ଜୁନ୍ ୧୯୭୫ ମସିହାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ କରାଯାଇଥିବା ଅପରେସନ୍ ବ୍ଲୁ ଷ୍ଟାର ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ହିଁ କରାଯାଇଥିଲା। ବ୍ୟାଙ୍କଗୁଡ଼ିକର ସରକାରୀକରଣ ସର୍ବପ୍ରଥମେ ଇନ୍ଦିରା ଗାନ୍ଧୀ ହିଁ କରିଥିଲେ। ଇନ୍ଦିରାଙ୍କୁ ୧୯୭୧ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନିତ କରାଯାଇଥିଲା। ୧୯୮୪ ମସିହା, ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଶିଖ୍ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିଥିଲେ।