ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢ଼ିଲା, ଫ୍ଲାଏ ଓଭରରେ ଫସିଲା କାର୍‌କେଡ୍‌

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢ଼ିଲା କରାଯାଇଥିବା ଅଯୋଗ ହୋଇଛି। ଫଳରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍‌କେଡ୍‌ ୧୫ରୁ ୨୦ ମିନିଟ୍‌ ଫସି ରହିଥିଲା। ଏନେଇ ଗୃହମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଜବାବ ମଗାଯିବ ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ଖିଲାପ ଏବଂ ଦାୟିତ୍ୱ ହୀନତାକୁ  ନେଇ ରିପୋର୍ଟ ମାଗିବ ଗୃହମନ୍ତ୍ରଣାଳୟ। ସୂଚନା ଅନୁଯାୟୀ,  ଜାନୁଆରୀ ୫ରେ  ପ୍ରଧାନମନ୍ତ୍ରୀ […]

790

790

Tapas Behera
  • Published: Wednesday, 05 January 2022
  • Updated: 05 January 2022, 04:53 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢ଼ିଲା କରାଯାଇଥିବା ଅଯୋଗ ହୋଇଛି। ଫଳରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍‌କେଡ୍‌ ୧୫ରୁ ୨୦ ମିନିଟ୍‌ ଫସି ରହିଥିଲା। ଏନେଇ ଗୃହମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଜବାବ ମଗାଯିବ ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ଖିଲାପ ଏବଂ ଦାୟିତ୍ୱ ହୀନତାକୁ  ନେଇ ରିପୋର୍ଟ ମାଗିବ ଗୃହମନ୍ତ୍ରଣାଳୟ।

ସୂଚନା ଅନୁଯାୟୀ,  ଜାନୁଆରୀ ୫ରେ  ପ୍ରଧାନମନ୍ତ୍ରୀ କେତେକ ମେଗା ଉନ୍ନୟନ ପ୍ରକଳ୍ପ କାମର ଶୁଭାରମ୍ଭ ପାଇଁ ପଞ୍ଜାବ ଗସ୍ତରେ ଯାଇଥିଲେ। କିନ୍ତୁ ସେଠାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ଏକ ଫ୍ଲାଏ ଓଭରରେ ମୋଦିଙ୍କ କାର୍‌କେଡ୍‌ ୨୦ରୁ୨୫ ମିନିଟ୍‌ ଫସି ରହିଥିଲା। ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଅଟକି ରହିବାରୁ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ  ସ୍ୱତନ୍ତ୍ର ସୁରକ୍ଷା ବାହିନୀ (ଏସପିଜି) କାର୍‌କେଡ୍‌କୁ କର୍ଡ଼ନ କରି ରଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପଞ୍ଜାବ ସରକାର ଆବଶ୍ୟକ ସୁରକ୍ଷୀ କର୍ମୀ ଯୋଗାଇ ଦେଇ ନଥିବା  ଅଭିଯୋଗ ହୋଇଛି। ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା  ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି  ଲେଖିଚନ୍ତି ଯେ, ପଞ୍ଜାବ ମୁଖମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଫୋନ୍ କଲ ଗ୍ରହଣ ପାଇଁ  ମନା କରିବା ଅର୍ଥାତ ସେ  ଘଟଣାର ସମାଧାନ ଚାହୁଁ ନାହାନ୍ତି। ପଞ୍ଜାବ ସରକାରଙ୍କ ଏହି କୌଶଳ ଦୁଃଖଦାୟକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପଞ୍ଜାବ ସରାରକଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା।

ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ତା ରାଜ୍ୟର ଦାୟିତ୍ୱ। ସେହିପରି କୌଣସି ପରିସ୍ଥିତିରେ ରାଜ୍ୟ ପକ୍ଷରୁ ଜରୁରୀ ପଦକ୍ଷେପ ନିଆଯିବା କଥା । କଣ୍ଟଜେନ୍ସି ପ୍ଲାନ୍ ଅନୁଯାୟୀ ରାଜ୍ୟ ସରକାର ଅଧିକ ସୁରକ୍ଷାବାହିନୀ ମୁତୟନ କରିବା କଥା। କିନ୍ତୁ ସଠାରେ ରାଜ୍ୟ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାନଥିବା ଗୃହମନ୍ତ୍ରଣାଳାୟ କହିଛି। ଏହି ଘଟଣାକୁ  ଗମ୍ଭୀରତାର ସହ ନେଇଛି ଗୃହମନ୍ତ୍ରଣାଳୟ।  ଏଥିସହ ସୁରକ୍ଷା ଖିଲାପରେ ଯିଏ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos