Advertisment

ଟିଏମସି ବିରୋଧରେ ବିଶାଳ ରାଲି, 'ଦିଦି ଜଣେ ପୁରୁଣା ଖେଳାଳି'

କୋଲକାତା: କୋଲକାତା ବ୍ରିଗେଟ ପଡିଆରେ ବିଜେପି ଆଜି ମେଗା ରାଲି କରି ଶାସକ ଦଳ ଟିଏମସି ବିରୋଧରେ ଶକ୍ତି ପ୍ରଦର୍ଶନ କରିଛି। ଏଥିସହ ବଙ୍ଗବାସୀ ଆଉ ଦିଦିଙ୍କ ସହିତ ନାହାନ୍ତି ବୋଲି ବାର୍ତ୍ତା ଦେବାକୁ ବିଜେପି ଚେଷ୍ଟା କରିଛି। ଏମିତିକି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିଜେପି ବାହାର ଲୋକ ବୋଲି କହି ଯେଉଁ ରାଜନୀତିକ ବାଣ ମାରୁଥିଲେ ତାର କଡ଼ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମିତିକି କଟ୍ ମନି, କୋଇଲା କାଣ୍ଡ ,ଟୋଲାବାଜି […]

ଅଦ୍ୟତନ ହୋଇଛି
ଟିଏମସି ବିରୋଧରେ ବିଶାଳ ରାଲି, 'ଦିଦି ଜଣେ ପୁରୁଣା ଖେଳାଳି'

Modi-kokata-rally

Advertisment

କୋଲକାତା: କୋଲକାତା ବ୍ରିଗେଟ ପଡିଆରେ ବିଜେପି ଆଜି ମେଗା ରାଲି କରି ଶାସକ ଦଳ ଟିଏମସି ବିରୋଧରେ ଶକ୍ତି ପ୍ରଦର୍ଶନ କରିଛି। ଏଥିସହ ବଙ୍ଗବାସୀ ଆଉ ଦିଦିଙ୍କ ସହିତ ନାହାନ୍ତି ବୋଲି ବାର୍ତ୍ତା ଦେବାକୁ ବିଜେପି ଚେଷ୍ଟା କରିଛି। ଏମିତିକି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିଜେପି ବାହାର ଲୋକ ବୋଲି କହି ଯେଉଁ ରାଜନୀତିକ ବାଣ ମାରୁଥିଲେ ତାର କଡ଼ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମିତିକି କଟ୍ ମନି, କୋଇଲା କାଣ୍ଡ ,ଟୋଲାବାଜି ପ୍ରସଙ୍ଗ ନେଇ ୬୫ ମିନିଟର ଅଭିଭାଷଣ ରଖିଥିଲେ ମୋଦି। ଟିଏମସି ବିରୋଧରେ ମୋଦି ସର୍ବାଧିକ ବର୍ଷିଥିବା ବେଳେ ବାମପନ୍ଥୀ ଏବଂ କଂଗ୍ରେସ ଉପରେ ବର୍ଷିବାକୁ ଭୁଲିନଥିଲେ ମୋଦି।

Advertisment

ବ୍ରିଗେଡ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ଏହି ମେଗା ରାଲିରେ ପାଖାପାଖି ୧୦ ଲକ୍ଷ ଲୋକ ଏକାଠି ହୋଇଥିବା କୁହାଯାଉଛି। ରାଲିରେ ମୋଦିଙ୍କ ସହିତ ପଶ୍ଚିମବଙ୍ଗ ନିର୍ବାଚନର ଦାୟିତ୍ୱ ଥିବା ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗରେ ‘ମହାଗୁରୁ’ ଭାବରେ ପରିଚିତ ତଥା କଳାକାର ମିଥୁନ ଚକ୍ରବର୍ତ୍ତୀ ଏହି ରାଲିରେ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ଯିଏ ବଙ୍ଗବାସୀଙ୍କ ହକ୍ ଛଡେଇବ ସେ ତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିବେ ବୋଲି ମିଥୁନ କହିଛନ୍ତି।

ମମତାଙ୍କ ‘ବିଜେପି ବାହାର ପାର୍ଟି’ ମନ୍ତବ୍ୟର ଜବାବ ଦେଲେ ମୋଦି

ମୋଦି କହିଛନ୍ତି ଯେ ଟିଏମସି ଜନ୍ମ ହୋଇଛି କଂଗ୍ରେସରୁ। ଆଉ କଂଗ୍ରେସର ପ୍ରତିଷ୍ଠାତା କିଏ ସମସ୍ତେ ଜାଣନ୍ତି। ହେଲେ ବିଜେପିକୁ ତିଆରି କରିବାରେ ପଶ୍ଚିମବଙ୍ଗର ମହକ ରହିଛି। ବିଜେପିର ଅନ୍ୟତମ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୂଖାର୍ଜୀ। ତାଙ୍କ ନେତୃତ୍ୱରେ ଦଳ ଆଜି ଆଗକୁ ବଢ଼ୁଛି। ତେଣୁ ବିଜେପି ତିଆରି ପଛରେ ପଶ୍ଚିମବଙ୍ଗର ମହକ ଅଛି ବୋଲି ମୋଦି କହିଛନ୍ତି।

Advertisment

'ଏମିତି ଭୋଟ୍ ଦେବେ ଯେମିତି ଟିଏମସି ସଫା ହୋଇଯିବ'

ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗ ଚୁପଚାପ ରହି ଭୋଟ୍ ଦେଇଛି। ଯାହାକି ଆଶ୍ଚର୍ଯ୍ୟଜନକ କରିଛି ମମତାଙ୍କୁ। ଆପଣ କଶ୍ମୀରରୁ ଅଯୋଧ୍ୟା ପର୍ଯ୍ୟନ୍ତ ଗୋଟିଏ ଭୋଟର ଶକ୍ତି ଦେଖାଇଛନ୍ତି। ଏଥର ଆପଣ ମାନେ ଆହୁରି ଅଧିକରୁ ଅଧିକ ଭୋଟ୍ ଦେବାକୁ ହେବ। ଏମିତି ହେଲେ ରାଜ୍ୟରୁ ଟିଏମସି ସଫା ହେବ। ଲୋକସଭାରେ ଟିଏମସି ଅଧା ସଫା ହୋଇଥିଲା ଏବେ ସମ୍ପୂର୍ଣ୍ଣ ସଫା ହେବା ଦରକାର: ମୋଦି

ଦିଦିଙ୍କ 'ରାବଣ' ମନ୍ତବ୍ୟର ଜବାବ ଦେଲେ ମୋଦି

ମୋତେ ରାବଣ, କେତେବେଳେ ରାକ୍ଷସ, କେବେ ଗୁଣ୍ଡା କୁହିଛନ୍ତି ମମତା। ଦିଦି ମୋ ଉପରେ ଏତେ ରାଗୁଛ କାହିଁକି? ବଙ୍ଗଳାରେ ପଦ୍ମ ଫୁଟିବାର ସମୟ ଆସିଛି କାରଣ ଆପଣ କାଦୁଅ ତିଆରି କରିଛନ୍ତି। ମୁଁ ବର୍ଷ ବର୍ଷ ଧରି ଯେ ଦିଦିକୁ ଜାଣିଛି ସେ ଏମିତି ନଥିଲେ। ଯେଉଁ ଦିଦି ବାମପନ୍ଥୀ ବିରୋଧରେ ଲଢ଼ି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ସେ ଦିଦିର ରିମୋର୍ଟ ଏବେ ଅନ୍ୟ କାହା ପାଖରେ। ନିଜ ଉପରେ ଦିଦିଙ୍କ ନିୟନ୍ତ୍ରଣ ନାହିଁ।

ଦିଦିଙ୍କ 'ଖେଲୋ ହୋବେ'ର ଜବାବ ଦେଲେ ମୋଦି

ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ନିଦ ହଜିଯାଇଛି। ସେ କହୁଛନ୍ତି ଏଥର ଖେଲୋ ହୋବେ ଅର୍ଥାତ ଖେଳ ହେବ। ସେ ତ ପୁରୁଣା ଖେଳାଳି। ସେ ଭଲ ଖେଳାଳି ଜଣେ। କେଉଁ ଖେଳ ଖେଳିବାକୁ ମମତା ବାକି ରଖିଛନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି।

'ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମ ମୁହାଁ'

ଦିଦି ତୁମେ ବଙ୍ଗଳାର ଝିଅ ନୁହଁ, ବରଂ ସାରା ଭାରତର ଝିଅ। କିଛି ଦିନ ପୂର୍ବରୁ ଆପଣ ସ୍କୁଟି ଚଢ଼ୁଥିଲେ। ହେଲେ ଭଗବାନଙ୍କ କୃପାରୁ ଆପଣ ପଡୁ ପଡୁ ରକ୍ଷା ପାଇଗଲେ। ମୁଁ ପ୍ରାର୍ଥନା କରୁଛି ସମସ୍ତେ ସୁରକ୍ଷିତ ଓ ନିରାପଦ ରୁହନ୍ତୁ। ଆପଣଙ୍କ ସ୍କୁଟି ଏବେ ଭବାନୀପୁରରୁ ନନ୍ଦିଗ୍ରାମ ଆଡକୁ ଯାଇଛି।

ମମତାଙ୍କୁ ମୋଦିଙ୍କ ପ୍ରଶ୍ନ

ମୋଦି କହିଛନ୍ତି ଯେ ଏହି ରାଲି ହେଉଛି ବଙ୍ଗଳାବାସୀଙ୍କ ସ୍ୱର, ବଙ୍ଗାଳୀର ସ୍ୱର। ଏଠାରେ ଯୁବକ, ଝିଅମାନେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି। ଦିଦିଙ୍କର ୧୦ ବର୍ଷର ଅଭିଜ୍ଞତା ପରେ ପ୍ରଶ୍ନ ପଚାରୁଛନ୍ତି, ସେମାନେ ଆପଣଙ୍କୁ ଦିଦି ଭୂମିକାରେ ବାଛିଛନ୍ତି କିନ୍ତୁ ଆପଣ କାହିଁକି ନିର୍ଦ୍ଦିଷ୍ଟ ଗୋଟିଏ ପିଉସୀରେ ସୀମିତ ରହିଛନ୍ତି?

West Bengal West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe