Advertisment

ଆଜି ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଆଜି ଯୁବପିଢିଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପି ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର । ଦେଶର ୧୦ ଲକ୍ଷଙ୍କୁ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ ନିଯୁକ୍ତି ମେଳା । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଯୁବ ବର୍ଗଙ୍କୁ ଅଫର୍ ଲେଟର ପ୍ରଦାନ କରାଯିବ।  କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଏହି ନଯୁକ୍ତି ମିଳିବ । ମୁଖ୍ୟତଃ  […]

author-image
Tapas Behera
ଆଜି ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି

Modi

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଆଜି ଯୁବପିଢିଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପି ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର । ଦେଶର ୧୦ ଲକ୍ଷଙ୍କୁ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ ନିଯୁକ୍ତି ମେଳା । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଯୁବ ବର୍ଗଙ୍କୁ ଅଫର୍ ଲେଟର ପ୍ରଦାନ କରାଯିବ।  କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଏହି ନଯୁକ୍ତି ମିଳିବ । ମୁଖ୍ୟତଃ  ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଙ୍ଗରେ ଏହି ଚାକିରି ବଣ୍ଟନ କରାଯିବ । ୟୁପିଏସସି, ଏସଏସସି ଏବଂ ରେଳେୱେ ବିଭାଗ ଦ୍ୱାରା ଆଶାୟୀଙ୍କୁ ଆଜି ଅଫର ଲେଟର ମିଳିବ ।  ଦେଶର ଯୁବ ବର୍ଗକୁ ନିଯୁକ୍ତ ଦେବା ଓ ଆଗାମୀ ପିଢ଼ିକୁ ନୂଆ ଦିଶା ଦେଖାଇବାକୁ କେନ୍ଦ୍ର ସରକାର ଏହି ନିଯୁକ୍ତି ମେଳାର ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନସିଂ ମାଧ୍ୟମରେ ହେବାକୁ ଥିବା ବେଳେ ସାରା ଦେଶର ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରିବେ।

Advertisment

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ। ଏଥିରେ ଓଡ଼ିଶାରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଚଣ୍ଡିଗଡ଼ରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ମହାରାଷ୍ଟ୍ରରୁ ପିୟୁଷ ଗୋୟଲ ସାମିଲ ହେବେ। ଗତ ଜୁନମାସରେ ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଓ ମନ୍ତ୍ରାଳୟଙ୍କ କାର୍ଯ୍ୟ ସମୀକ୍ଷା କରି ଆଗାମୀ ଦେଢ ବର୍ଷରେ ୧୦ ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଦିଗରେ ମିସନ ମୋଡରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଆଜି ୭୫ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ। ସୂଚନା ଯୋଗ୍ୟ ଯେ,  ଦେଶରେ ବେକାରୀ ସମସ୍ୟାକୁ ବିରୋଧୀ ଦଳ ପ୍ରସଙ୍ଗ କରିଛନ୍ତି। ଅନେକ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡା କରୁଛନ୍ତି। ଏଣୁ ବିରୋଧୀଙ୍କ ଲାଗି ସରକାରଙ୍କର ଏହା କଡ଼ା ଜବାବ ବୋଲି କୁହାଯାଉଛି।

Advertisment