Advertisment

ଦୀପ ସମାହାରରେ ଆଲୋକମୟ ଅଯୋଧ୍ୟା, ଉଦ୍‌ଘାଟନ କଲେ ମୋଦି

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟାରେ ଦୀପଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ  ପ୍ରତୀକାତ୍ମକ ପ୍ରଭୁ ଶ୍ରୀରାମଙ୍କର ରାଜ୍ୟାଭିଷେକ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଅଯୋଧ୍ୟାବାସୀଙ୍କର ଦାୟିତ୍ୱ ଆହୁରି ବଢିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅଯୋଧ୍ୟା ଦୀପୋତ୍ସବର ଉଦଘାଟନ କରିଛନ୍ତି। ସେ କହିଛନ୍ତି ଯେ ଆମେ ତ୍ରେତେୟାର ସେହି ଅଯୋଧ୍ୟାକୁ ଦେଖି ନାହେଁ, […]

ଦୀପ ସମାହାରରେ ଆଲୋକମୟ ଅଯୋଧ୍ୟା, ଉଦ୍‌ଘାଟନ କଲେ ମୋଦି

modi

Advertisment

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟାରେ ଦୀପଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ  ପ୍ରତୀକାତ୍ମକ ପ୍ରଭୁ ଶ୍ରୀରାମଙ୍କର ରାଜ୍ୟାଭିଷେକ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଅଯୋଧ୍ୟାବାସୀଙ୍କର ଦାୟିତ୍ୱ ଆହୁରି ବଢିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅଯୋଧ୍ୟା ଦୀପୋତ୍ସବର ଉଦଘାଟନ କରିଛନ୍ତି। ସେ କହିଛନ୍ତି ଯେ ଆମେ ତ୍ରେତେୟାର ସେହି ଅଯୋଧ୍ୟାକୁ ଦେଖି ନାହେଁ, ତେବେଅମୃତ କାଳରେ ଅମର ଅଯୋଧ୍ୟାର ସାକ୍ଷୀ ପାଲଟିଛି। ସେ କହିଛନ୍ତି ଯେ ଭାଗବାନ ରାମ ହେଉଛନ୍ତି ସମଗ୍ର ପୃଥିବୀ ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ । ଅଯୋଧ୍ୟାର ପ୍ରତି କଣିକାରେ ଭଗବାନ ରାମ ନିବାସ କରନ୍ତି ।

Advertisment

ଶ୍ରୀରାମ ସମସ୍ତଙ୍କ ସାଥ , ସମସ୍ତଙ୍କ ବିକାଶର ପ୍ରତୀକ ବୋଲି ମୋଦୀ କହିଛନ୍ତି । ପ୍ରତୀକାତ୍ମକ ଶ୍ରୀରାମଙ୍କ ରାଜ୍ୟାଭିଷେକ କରିବା ପରେ ପ୍ରଧାନମନ୍ତ୍ରୀ ସରଜୁ ନଦୀ କୂଳକୁ ଯାଇ ଆରତୀ କରିଥିଲେ। ସରଜୁ ଘାଟରେ ଉପସ୍ଥିତ ସନ୍ଥମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ପାଟ ଉପହାର ଦେଇଥିଲେ।

ଏହି ଦୀପୋତ୍ସବ ୧୮ଲକ୍ଷରୁ ଅଧିକ ଦୀପରେ ଅାଲୋକିତ ହୋଇଛି। ରଙ୍ଗାରଙ୍ଗ ଆତସବାଜି ଓ ଲେଜର ସୋ ସାଙ୍ଗକୁ ପ୍ରଦର୍ଶିତ ହୋଇଛି ରାମଲୀଳା ଗତ ୫ ବର୍ଷ ହେଲା ଏଠାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । କେବଳ ନଦୀ ଘାଟରେ ଥିବା ରାମ କି ପୌଡିରେ ଏଥର ୧୮ ଲକ୍ଷ ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ୨୨ ହଜାର ସ୍ବେଚ୍ଛାସେବୀ ନିୟୋଜିତ ରହିଛନ୍ତି। ମୋଦିଙ୍କ ଭବ୍ୟ ସ୍ବାଗତ ପାଇଁ ଅଯୋଧ୍ୟା ନଗରୀକୁ ଏବେ ନବବଧୂ ଭଳି ସଜାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe