/odisha-reporter/media/post_attachments/uploads/2022/03/putin1.jpg)
putin1
ନୂଆଦିଲ୍ଲୀ: ୟୁକ୍ରେନର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଆଜି ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଉଦ୍ଧାର ହୋଇ ପାରିବେ, ସେ ବିଷୟରେ ଉଭୟ ନେତା କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି।
ବିଶେଷ କରି ଯୁଦ୍ଧଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଖାରକିଭରେ ଏବେ ବି ଶତାଧିକ ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ ରହିଛନ୍ତି। ରୁଷ ଏଠାରେ ପ୍ରଚଣ୍ଡ ହମଲା କରୁଥିବାରୁ ସେମାନେ ଅନ୍ୟ ସ୍ଥାନକୁ ଯାଇ ପାରୁ ନାହାନ୍ତି। ତେଣୁ ସେମାନଙ୍କ ସୁରକ୍ଷା ଉପରେ ମୋଦି ବିସ୍ତୃତ ଭାବେ ପୁଟିନଙ୍କ ସହ ଆଲୋଚନା କରିବେ।
ମଙ୍ଗଳବାର ଖାରକିଭରେ ହୋଇଥିବା ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଭାରତ ସରକାର ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ରୁଷର ହମଲା ହ୍ରାସ ପାଉ ନଥିବାରୁ ଖାରକିଭରୁ କେହି ବି ବାହାର ସହରକୁ ଆସି ପାରୁନାହାନ୍ତି।
ସମୟ ଗଢ଼ିବା ସହ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଏହି କାରଣରୁ ଆଜି ୟୁକ୍ରେନ ସ୍ଥିତି ଭାରତୀୟ ଦୂତାବାସ ପକ୍ଷରୁ ଡବଲ ସତର୍କ ସୂଚନା ଜାରି କରାଯାଇଛି। ଖାରକିଭରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ଅନ୍ୟତ୍ର ଚାଲି ଯିବାକୁ ଏହି ସତର୍କ ସୂଚନାରେ କୁହାଯାଇଛି। ଯଦି କେହି ଟ୍ରେନ, ବସ୍ କିମ୍ବା କୌଣସି ଗାଡ଼ି ପାଉ ନାହାନ୍ତି, ତା’ହେଲେ ଚାଲିଚାଲି ସୁରକ୍ଷିତ ସହରକୁ ଯିବାକୁ ମଧ୍ୟ ଦୂତାବାସ କହିଛି।
ଏହାକୁ ନେଇ ସେଠାରେ ଥିବା ଭାରତୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସମସ୍ତ ଭାରତୀୟ ଖାରକିଭ୍ରୁ ବାହାରି ପିସୋଚିନ, ବେଜଲୟୁଡୋଭାକ ଓ ବାବାୟେକୁ ଚାଲି ଯାଆନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
2nd Advisory to Indian Students in Kharkiv
2 March 2022.@MEAIndia@PIB_India@DDNewslive@DDNationalpic.twitter.com/yOgQ8m25xh— India in Ukraine (@IndiainUkraine) March 2, 2022
ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ମୋଦି ଫୋନ ଯୋଗେ ପୁଟିନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସବୁ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ କରିବାକୁ ସେ ପୁଟିନଙ୍କୁ ପରାମର୍ଶ ଦେଇଥିଲେ। ହେଲେ ପୁଟିନ ଶାନ୍ତି ପ୍ରତିଷ୍ଠା କରିବା ପରିବର୍ତ୍ତେ ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
