Advertisment

ବାଲିରେ ପରସ୍ପରକୁ ଭେଟିବେ ମୋଦି ଓ ସୁନକ

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ଓ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହୋଇଛନ୍ତି। ଗୁରୁବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ସହମତି ପ୍ରକାଶ କରିଛନ୍ତି। ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ନେତୃମଣ୍ଡଳୀଙ୍କ ବୈଠକ ହେବ। ଏହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟିବେ। ଏଥିସହ ୱାନ ଟୁ ୱାନ […]

ବାଲିରେ ପରସ୍ପରକୁ ଭେଟିବେ ମୋଦି ଓ ସୁନକ

sunak

Advertisment

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ଓ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହୋଇଛନ୍ତି। ଗୁରୁବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ସହମତି ପ୍ରକାଶ କରିଛନ୍ତି।

Advertisment

ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ନେତୃମଣ୍ଡଳୀଙ୍କ ବୈଠକ ହେବ। ଏହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟିବେ। ଏଥିସହ ୱାନ ଟୁ ୱାନ ଆଲୋଚନା କରିବେ।

୧୦ ଡାଉନିଂ ଷ୍ଟ୍ରିଟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଦୁଇ ନେତା ଏକାଠି ହୋଇ ଦୁଇ ମହାନ ଗଣତାନ୍ତ୍ରିକ ଦେଶ ଭାବେ କାମ କରି ବିଶ୍ୱର ବିକାଶୀଳ ଅର୍ଥନୀତିକୁ ସଶକ୍ତ କରିବାକୁ ରାଜି ହୋଇଛନ୍ତି। ସେହିପରି ଉଭୟ ନେତା ବ୍ୟକ୍ତିଗତ ଭାବେ ଇଣ୍ଡୋନେସିଆରା ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପରସ୍ପରକୁ ଭେଟିବାକୁ ରାଜି ହୋଇଛନ୍ତି।”

Advertisment


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥା ହେବା ସମୟରେ ଋଷି ସୁନକଙ୍କୁ ୧.୬ ବିଲିୟନ ଲୋକଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ବ୍ରିଟେନ ସହ ଚାଲିଥିବା ଫ୍ରି ଟେଡ ବୁଝାମଣା ସମ୍ପର୍କରେ ମୋଦି ଓ ସୁନକ ଆଲୋଚନା କରିଛନ୍ତି। ମୋଦି ଶୁଭେଚ୍ଛା ଜଣାଇଥିବାରୁ ସୁନକ ମଧ୍ୟ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି ଆଜି ଭାରତ ଆସୁଛନ୍ତି। ସେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମଜବୁତ କରିବା ଏହି ଆଲୋଚନାର ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe