Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ବ୍ୟବହାର! ୬ ବର୍ଷ ପରେ ଡାକିଲା ପୁଲିସ୍‌

ଭୋପାଲ: ମଧ୍ୟପ୍ରଦେଶର ଭୋପାଲରେ ଥିବା ଇକବାଲ ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୬ ବର୍ଷ ତଳେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ୬ ବର୍ଷ ପରେ ପୁଲିସ୍‌ ଅଭିଯୋଗକାରୀଙ୍କୁ ଡାକି ବୟାନ ରେକର୍ଡ କରିଛି। ଇକବାଲ ମୈଦାନରେ ହୋଇଥିବା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ଷ୍ଟେଜ ଉପରେ ରହି କିଛି ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୬ […]

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ବ୍ୟବହାର! ୬ ବର୍ଷ ପରେ ଡାକିଲା ପୁଲିସ୍‌

Modi

Advertisment

ଭୋପାଲ: ମଧ୍ୟପ୍ରଦେଶର ଭୋପାଲରେ ଥିବା ଇକବାଲ ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୬ ବର୍ଷ ତଳେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ୬ ବର୍ଷ ପରେ ପୁଲିସ୍‌ ଅଭିଯୋଗକାରୀଙ୍କୁ ଡାକି ବୟାନ ରେକର୍ଡ କରିଛି। ଇକବାଲ ମୈଦାନରେ ହୋଇଥିବା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ଷ୍ଟେଜ ଉପରେ ରହି କିଛି ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଦୀର୍ଘ ୬ ବର୍ଷ ପରେ ଅଭିଯୋଗକାରୀ ଶାମସୁଲ ହାସନ ବାଲ୍ଲିଙ୍କୁ ପୁଲିସ ଡାକି ତାଙ୍କ ବୟାନ ରେକର୍ଡ କରିଛି। ଶାମସୁଲ ଏବେ ସଂଯୁକ୍ତ ସଂଘର୍ଷ ମୋର୍ଚ୍ଚାର ରାଜ୍ୟ ସଭାପତି ରହିଛନ୍ତି। ଘଟଣା ବେଳେ ସେ ସମାଜବାଦୀ ପାର୍ଟି ସହ ଜଡ଼ିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ବ୍ୟବହାର କରାଯିବା ବେଳର ଅଡିଓ ଓ ଭିଡିଓକୁ ସେ ପ୍ରମାଣ ସ୍ୱରୂପ ରାଜ୍ୟ ସରକାରର ବରିଷ୍ଠ ଅଧିକାରୀମାନଙ୍କୁ ପଠାଇଥିଲେ। କିନ୍ତୁ ୬ ବର୍ଷ ହେଲା ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

ବୁଧବାର ପୁଲିସ୍‌ ପାଖରେ ବୟାନ ରେକର୍ଡ କରାଇଥିବା ଶାମସୁଲ କହିଛନ୍ତି, “ଷ୍ଟେଜ ଉପରୁ ଆମ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। କେହି ବି ସମ୍ବିଧାନ ଠାରୁ ବଡ଼ ନୁହନ୍ତି। ସେ ଆମର ନିର୍ବାଚିତ ପ୍ରଧାନମନ୍ତ୍ରୀ। ତାଙ୍କ ବିରୋଧରେ ଯେଉଁମାନେ ଅପଶବ୍ଦ ପ୍ରୟୋଗ କରୁଛନ୍ତି କିମ୍ବା କରିଥିଲେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ମୁଁ ମୋର ଅଭିଯୋଗକୁ ସେ ସମୟରେ ରାଜ୍ୟପାଳ, ଡିଜିପି, ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ପାଖକୁ ପଠାଇଥିଲେ। କିନ୍ତୁ ଏହା ଉପରେ ପଦକ୍ଷେପ ନେବାକୁ ୬ ବର୍ଷର ସମୟ ଲାଗିଗଲା।”

Advertisment

୨୦୧୬ରେ ଅଲଇଣ୍ଡିଆ ମିଲ୍ଲି କାଉନସିଲ(ଏଆଇଏମସି) ପ୍ରଥମଥର ପାଇଁ ଭୋପାଲରେ କନକ୍ଲେଭ ଆୟୋଜନ କରିଥିଲା। ଏଥିରେ ସମଗ୍ର ଭାରତ ବର୍ଷରୁ ବିଭିନ୍ନ ମୌଲବୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଶାଇ ପ୍ରାୟ ୩୦୦ ପ୍ରତିନିଧି ଯୋଗଦେଇଥିଲେ। କନକ୍ଲେଭ ପରେ  'Justice, Peace and Our Responsibilities' ନାମକ ଗୋଟିଏ କାର୍ଯ୍ୟକ୍ରମ ଅକ୍ଟୋବର ୨୯ରେ ଇକବାଲ ମୈଦାନରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ହଜାର ହଜାର ଲୋକ ଯୋଗଦେଇଥିଲା। ଏହି ସମୟରେ ବର୍ତ୍ତମାନ କଂଗ୍ରେସର ବିଧାୟକ ଥିବା ଆରିଫ ମସୁଦ ଷ୍ଟେଜ ଉପରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ ବୋଲି ଶାମସୁଲ ଅଭିଯୋଗ କରିଛନ୍ତି।

ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ୬ ବର୍ଷ ସମୟ ଲାଗିବା ଘଟଣାରେ ବିଜେପି ମୁଖପାତ୍ର ପଙ୍କଜ ଚର୍ତୁବେଦୀ ମତ ରଖିଛନ୍ତି। ସେ କହିଛନ୍ତି “ଏହା ଏକ ପ୍ରଶାସନିକ ପ୍ରକ୍ରିୟା। ଆଇନ ତା’ ବାଟରେ ଯିବ। ଦୋଷୀଙ୍କୁ ଯେମିତି ହେଲେ ଦଣ୍ଡ ମିଳିବ। ଅଭିଯୋଗକାରୀଙ୍କୁ ୬ ବର୍ଷ ପରେ ଡକାଯାଇଛି ବୋଲି ଆପଣ ଏହାକୁ ଅବହେଳା କହିପାରିବେ ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe