Advertisment

ଶାନ୍ତି ଲାଗି ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି  ପ୍ରଶଂସା କରିଛନ୍ତି।  ନ୍ୟୁୟର୍କରେ ଚାଲିଥିବା ଜାତିସଂଘର ସାଧାରଣ ଅଧିବେଶନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ଏହା ଯୁଦ୍ଧର ସମୟ ନୁହେଁ, ଏହା ଶତ ପ୍ରତିଶତ ଠିକ୍ ।  ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ପ୍ରତିଶୋଧ କିମ୍ବା ପାଶ୍ଚାତ୍ୟ ଦେଶକୁ ସମର୍ଥନର ସମୟ ନୁହେଁ ।  ଏବେ ସବୁଦେଶ ପାଇଁ ସାର୍ବଭୌମତ୍ୱର […]

ଅଦ୍ୟତନ ହୋଇଛି
ଅର୍ବାନ ନକ୍ସଲମାନେ ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପକୁ ଅଟକାଇ ରଖିଥିଲେ: ମୋଦି

Modi

Advertisment

ନୂଆଦିଲ୍ଲୀ: ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ଫ୍ରାନ୍ସ ରାଷ୍ଟ୍ରପତି  ପ୍ରଶଂସା କରିଛନ୍ତି।  ନ୍ୟୁୟର୍କରେ ଚାଲିଥିବା ଜାତିସଂଘର ସାଧାରଣ ଅଧିବେଶନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ଏହା ଯୁଦ୍ଧର ସମୟ ନୁହେଁ, ଏହା ଶତ ପ୍ରତିଶତ ଠିକ୍ ।  ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ପ୍ରତିଶୋଧ କିମ୍ବା ପାଶ୍ଚାତ୍ୟ ଦେଶକୁ ସମର୍ଥନର ସମୟ ନୁହେଁ ।  ଏବେ ସବୁଦେଶ ପାଇଁ ସାର୍ବଭୌମତ୍ୱର ଆବଶ୍ୟକତା ରହିଛି।   ଏବେ ସମସ୍ତ ଚ୍ୟାଲେଂଜର ଆମକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ପଡିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ।

Advertisment

ଦୁଇଶହ ଦିନରୁ ଅଧିକ ସମୟ ହେବ ୟୁକ୍ରେନ୍ ଉପରେ ରୁସିଆର ଆକ୍ରମଣ ଜାରି ରହିଥିବା ବେଳେ ଏଅର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରୁନାହିଁ।   ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ ବୈଠକ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ଓ କୂଟନୈତିକ ସ୍ତରରେ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଯୁଦ୍ଧର ସମୟ ନୁହେଁ ।  ସାରା ବିଶ୍ୱ ତଥା ବିକାଶଶୀଳ ଦେଶ ମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାର ସମାଧାନ ପାଇଁ ଆମ ସମସ୍ତଙ୍କୁ ଚେଷ୍ଟା କରିବାକୁ ପଡିବ ।  ଦ୍ୱିପାକ୍ଷିକ ଆଲେଚନା ବେଳେ ୟୁକ୍ରେନ୍ ପ୍ରସଙ୍ଗରେ ଉତ୍ତର ରଖିଥିଲେ ଭ୍ଲାଡିମିର ପୁଟିନ୍ ।  ସେ କହିଛନ୍ତି, ଆମେ ବି ଚାହୁଁ ଖୁବଶୀଘ୍ର ବିବାଦର ସମାଧାନ ହେଉ ।  ହେଲେ ୟୁକ୍ରେନ୍ର ନେତୃତ୍ୱ ଏ ନେଇ ଆଗ୍ରହ ଦେଖାଉନାହାନ୍ତି ।  ଏପରିକି ସେମାନେ ଆଲୋଚନା ପାଇଁ ହି ରାଜି ନାହାନ୍ତି । ଯୁଦ୍ଧକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ ବୋଲି ୟୁକ୍ରେନ୍ ଆଶା ରଖିଥିବା ପୁଟିନ ଜଣାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe