Advertisment

ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ପୋଷାକକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୨୨ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥିତିରେ ବିଜେପିର ନେତୃତ୍ୱ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରହିଛି। ପିଏମ ମୋଦି ମଧ୍ୟ ଏହି ନିର୍ବାଚନକୁ ନେଇ ଖୁବ୍ ସକ୍ରିୟ ଥିବା ଜଣାପଡ଼ୁଛି। ଆଉ ଏହାର ଝଲକ ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଦେଖିବାକୁ ମିଳିଛି। ପ୍ରତୀକର ରାଜନୀତି ପାଇଁ ବେଶ୍ ଜଣାଶୁଣା ପିଏମ ମୋଦି ସାଧାରଣତନ୍ତ୍ର ଦିବସ ସମାରୋହରେ ଉତ୍ତରାଖଣ୍ଡର ପାରମ୍ପରିକ ଟୋପି ଓ ମଣିପୁରର ଗାମୁଛା ପିନ୍ଧିଥିବା ଦେଖିବାକୁ […]

ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ପୋଷାକକୁ ନେଇ ଚର୍ଚ୍ଚା

pm-modi

Advertisment

ନୂଆଦିଲ୍ଲୀ: ୨୦୨୨ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥିତିରେ ବିଜେପିର ନେତୃତ୍ୱ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରହିଛି। ପିଏମ ମୋଦି ମଧ୍ୟ ଏହି ନିର୍ବାଚନକୁ ନେଇ ଖୁବ୍ ସକ୍ରିୟ ଥିବା ଜଣାପଡ଼ୁଛି। ଆଉ ଏହାର ଝଲକ ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଦେଖିବାକୁ ମିଳିଛି।

Advertisment

ପ୍ରତୀକର ରାଜନୀତି ପାଇଁ ବେଶ୍ ଜଣାଶୁଣା ପିଏମ ମୋଦି ସାଧାରଣତନ୍ତ୍ର ଦିବସ ସମାରୋହରେ ଉତ୍ତରାଖଣ୍ଡର ପାରମ୍ପରିକ ଟୋପି ଓ ମଣିପୁରର ଗାମୁଛା ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କ ଟୋପିରେ ଉତ୍ତରାଖଣ୍ଡର ରାଜ୍ୟପୁଷ୍ପ ବ୍ରହ୍ମକମଳର ପ୍ରତୀକ ମଧ୍ୟ ରହିଥିଲା। ବ୍ରହ୍ମକମଳ ଫୁଲ ସାଧାରଣତଃ କେଦାରନାଥରେ ବ୍ୟବହୃତ ହୁଏ।

ଆସନ୍ତା ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷାକ ଏହି ସବୁ ରାଜ୍ୟରେ ହେବାକୁଥିବା ନିର୍ବାଚନର ସଂକେତ ଦେଉଥିବା କୁହାଯାଉଛି। ପିଏମ ମୋଦି ଅନେକ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଥାଏ।

Advertisment

https://twitter.com/PBNS_India/status/1486198512362704898?s=20

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳ ୧୦ଟାରେ ଜାତୀୟ ଯୁଦ୍ଧ ସ୍ମାରକ ନିକଟରେ ପହଞ୍ଚିଥିଲେ ଏବଂ ଦୁଇ ମିନିଟର ନୀରବ ପ୍ରାର୍ଥନା କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନିକଟରେ ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ମଧ୍ୟ ଜାତୀୟ ଯୁଦ୍ଧ ସ୍ମାରକରେ ଶହୀଦଙ୍କ ସମ୍ମାନରେ ପ୍ରଜ୍ଜ୍ୱଳିତ ଜ୍ୟୋତିରେ ବିଲୟ କରାଯାଇଥିଲା। ଏହାବ୍ୟତୀତ ଇଣ୍ଡିଆ ଗେଟରେ ଜାନୁଆରୀ ୨୩ ତାରିଖରେ ପିଏମ ମୋଦି ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ। ଏଠାରେ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହା ପୂର୍ବରୁ ସେଠାରେ ହୋଲୋଗ୍ରାମର ଅସ୍ଥାୟୀ ପ୍ରତିମୂର୍ତ୍ତିର ବ୍ୟବସ୍ଥା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe