Advertisment

ପୁଟିନଙ୍କ ପରମାଣୁ ଧମକ ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। କିଛି ଦିନ ତଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସମେତ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏଥିସହ ୟୁକ୍ରେନ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ଭିତରେ ଆଜି ମୋଦି ଫୋନ ଯୋଗେ ପୁଣିଥରେ ଜେଲେନସ୍କିଙ୍କୁ କୌଣସି ବିବାଦର ସମାଧାନ ଲଢ଼େଇ ଦ୍ୱାରା ନୁହେଁ ବରଂ କୂଟନୀତିକ ଆଲୋଚନା ଦ୍ୱାରା  ହୋଇପାରିବ […]

ପୁଟିନଙ୍କ ପରମାଣୁ ଧମକ ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

Modi

Advertisment

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। କିଛି ଦିନ ତଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସମେତ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏଥିସହ ୟୁକ୍ରେନ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏସବୁ ଭିତରେ ଆଜି ମୋଦି ଫୋନ ଯୋଗେ ପୁଣିଥରେ ଜେଲେନସ୍କିଙ୍କୁ କୌଣସି ବିବାଦର ସମାଧାନ ଲଢ଼େଇ ଦ୍ୱାରା ନୁହେଁ ବରଂ କୂଟନୀତିକ ଆଲୋଚନା ଦ୍ୱାରା  ହୋଇପାରିବ ବୋଲି କହିଛନ୍ତି। ଏଥିସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଯାହା ବି ଦରକାର, ସେସବୁ କରିବାକୁ ଭାରତ ପ୍ରସ୍ତୁତ ଥିବା ମୋଦି ତାଙ୍କୁ ଅବଗତ କରାଇଛନ୍ତି।

ଆଲୋଚନା ବେଳେ ମୋଦି ଆଣିବିକ ଅସ୍ତ୍ରଶସ୍ତ୍ରର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ଜେଲେନସ୍କିଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “ ରୁଷ ସହ ଚାଲିଥିବା ଶତ୍ରୁତାକୁ ଶୀଘ୍ର ବନ୍ଦ କରିବା, ଆଲୋଚନା ଓ କୂଟନୀତିକ ସମ୍ପର୍କ ବଢ଼ାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ କହିଛନ୍ତି। ବିବାଦର କୌଣସି ସାମରିକ ସମାଧାନ ନାହିଁ। ଶାନ୍ତି ଓ ସ୍ଥିରତା ସ୍ଥାପନ ପାଇଁ ଭାରତ ସବୁବେଳେ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।”

Advertisment

ଦୁଇ ଦେଶର ନେତା ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ବିବାଦ ଶୀଘ୍ର ସମାଧାନ ହେବା ପାଇଁ ଦୁଇ ଦେଶ ଆଲୋଚନାକୁ ଫେରନ୍ତୁ ବୋଲି କହିଛନ୍ତି। ମିଳିତ ଜାତିସଂଘର ଚାର୍ଟର୍, ଅନ୍ତର୍ଜାତୀୟ ଆଇନ ଓ ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ ୟୁକ୍ରେନ ସମେତ ସବୁ ସ୍ଥାନରେ ଥିବା ଆଣବିକ ପ୍ରତିଷ୍ଠାନର ସୁରକ୍ଷାକୁ ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରେ। ଏହି ପ୍ରତିଷ୍ଠାନଗୁଡିକ ପାଇଁ ବିପଦ ସୃଷ୍ଟି ହେଲେ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି  ହୋଇପାରେ। ତେଣୁ ସମସ୍ତେ ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ମୋଦି ଫୋନ ଯୋଗେ ଜେଲେନସ୍କିଙ୍କୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe