ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ବଢ଼ିଲା, ମୋଟ କେତେ ହେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ବର୍ଷକ ଭିତରେ ତାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୬ ଲକ୍ଷରୁ ଅଧିକ ବଢ଼ିଛି। ଏବେ ତାଙ୍କ ପାଖରେ ଥିବା ମୋଟ ସମ୍ପତ୍ତିର ମୂଲ୍ୟ ୨.୨୨୩ କୋଟି ଟଙ୍କା ହୋଇ ଯାଇଛି। ତେବେ କାଗଜପତ୍ରରେ ତାଙ୍କ ପାଖରେ କୌଣସି ସ୍ଥାବର ସମ୍ପତ୍ତି ନଥିବା ମୋଦି କହିଛନ୍ତି। ଏଥିସହ ଗାନ୍ଧିନଗରରେ ଥିବା ତାଙ୍କ ଜମିକୁ ସେ ଦାନ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ସମ୍ପତ୍ତି ମୂଲ୍ୟ ସମ୍ପର୍କରେ ସାର୍ବଜନୀନ […]

Modi

Modi

Hemant Lenka
  • Published: Tuesday, 09 August 2022
  • Updated: 09 August 2022, 05:33 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ବର୍ଷକ ଭିତରେ ତାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୬ ଲକ୍ଷରୁ ଅଧିକ ବଢ଼ିଛି। ଏବେ ତାଙ୍କ ପାଖରେ ଥିବା ମୋଟ ସମ୍ପତ୍ତିର ମୂଲ୍ୟ ୨.୨୨୩ କୋଟି ଟଙ୍କା ହୋଇ ଯାଇଛି। ତେବେ କାଗଜପତ୍ରରେ ତାଙ୍କ ପାଖରେ କୌଣସି ସ୍ଥାବର ସମ୍ପତ୍ତି ନଥିବା ମୋଦି କହିଛନ୍ତି। ଏଥିସହ ଗାନ୍ଧିନଗରରେ ଥିବା ତାଙ୍କ ଜମିକୁ ସେ ଦାନ କରି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ସମ୍ପତ୍ତି ମୂଲ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ସେହି ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କୌଣସି ବଣ୍ଡ, ଶେୟାର କିମ୍ବ ମିଚ୍ୟୁଆଲ ଫଣ୍ଡରେ ପୁଞ୍ଜିନିବେଶ କରିନାହାନ୍ତି। ତାଙ୍କ ନାଁରେ କୌଣସି ଗାଡ଼ି ନାହିଁ। ହେଲେ ତାଙ୍କ ପାଖରେ ୪ଟି ସୁନା ମୁଦି ରହିଛି। ଏଗୁଡ଼ିକର ମୂଲ୍ୟ ୧.୭୩ ଲକ୍ଷ ବୋଲି ସେ କହିଛନ୍ତି।

ବର୍ଷକ ଭିତରେ ମୋଦିଙ୍କ ଅସ୍ଥାବର ସମ୍ପତ୍ତି ୨୬.୧୩ ଲକ୍ଷ ବୃଦ୍ଧି ପାଇଛି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ପାଖରେ ୧,୯୭,୬୮,୮୮୫ ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଏବେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଅଧିକ ରହିଛି।

ତାଙ୍କ ମାଲିକାନାରେ ଗତବର୍ଷ ରହିଥିବା ୧.୧ କୋଟିର ସ୍ଥାବର ସମ୍ପତ୍ତି ଏଥର ସମ୍ପତ୍ତି ନାହିଁ। ସେ ଏହାକୁ ଦାନ କରି ଦେଇଥିବା ମାର୍ଚ୍ଚ ୩୧ ସୁଦ୍ଧା ଦେଇଥିବା ସମ୍ପତ୍ତି ତଥ୍ୟରେ ଉଲ୍ଲେଖ କରିଛନ୍ତି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨,୨୩,୮୨,୫୦୪ ଟଙ୍କା।

ମୋଦି ଅନ୍ୟ ୩ ଜଣଙ୍କ ସହ ମିଶି ଗୋଟିଏ ଆବାସିକ ପ୍ଲଟ କିଣିଥିଲେ। ହେଲେ ୨୦୦୨ ଅକ୍ଟୋବର ମାସରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ଏହି ଜମିକୁ ଏକାକୀ କିଣି ନେଇଥିଲେ। ସେବେଠାରୁ ଏହି ଜମି ତାଙ୍କ ନାଁରେ ରହିଥିଲା। ହେଲେ ଏବେ ମୋଦି ଏହାକୁ ଦାନ କରି ଦେଇଥିବା ପିଏମଓ ଅଫିସ ପକ୍ଷରୁ କୁହାଯାଇଛି।

ମୋଦିଙ୍କ ପାଖରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ନଗଦ ୩୫,୨୫୦ ଟଙ୍କା ରହିଥିଲା। ଏହାବାଦ ପୋଷ୍ଟ ଅଫିସରେ ନ୍ୟାଶନାଲ ସେଭିଂ ସାର୍ଟିଫିକେଟର ମୂଲ୍ୟ ୯,୦୫,୧୦୫ ଟଙ୍କା ଓ ସେ କରିଥିବା ଜୀବନ ବୀମାର ମୂଲ୍ୟ ୧,୮୯,୩୦୫ ଟଙ୍କା।

୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ନିଜର ସମ୍ପତ୍ତି ସାର୍ବଜନୀନ କରିଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ପାଖରେ ୨.୫୪ କୋଟିର ଅସ୍ଥାବର ଓ ୨.୯୭ କୋଟିର ସ୍ଥାବର ସମ୍ପତ୍ତି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos