Advertisment

କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଅପିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା।  ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି।  ଏହାଫଳରେ କରୋନା ବିରୋଧରେ ଲଢେଇକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।  ବର୍ତ୍ତମାନ ସୁଦ୍ଧା ଦୁଇଟି ସାହି ସ୍ନାନ ଶେଷ ହୋଇଛି। ଏବେ କୁମ୍ଭ ମେଳାକୁ କରୋନା ସଂକ୍ରମଣର ବିପଦ ବଢିବାରେ ଲାଗିଛି। ତେଣୁ ଆଗାମୀ ଦିନରେ ହେବାକୁ ଥିବା କୁମ୍ଭମେଳାକୁ କେବଳ ପ୍ରତିକାତ୍ମକ ଆକାରରେ ରଖିବାକୁ ଅନୁରୋଧ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଅପିଲ

Modi appeals to keep kumbh symbolic

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା।  ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି।  ଏହାଫଳରେ କରୋନା ବିରୋଧରେ ଲଢେଇକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।  ବର୍ତ୍ତମାନ ସୁଦ୍ଧା ଦୁଇଟି ସାହି ସ୍ନାନ ଶେଷ ହୋଇଛି।

Advertisment

ଏବେ କୁମ୍ଭ ମେଳାକୁ କରୋନା ସଂକ୍ରମଣର ବିପଦ ବଢିବାରେ ଲାଗିଛି। ତେଣୁ ଆଗାମୀ ଦିନରେ ହେବାକୁ ଥିବା କୁମ୍ଭମେଳାକୁ କେବଳ ପ୍ରତିକାତ୍ମକ ଆକାରରେ ରଖିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫଳରେ କରୋନା ସଂକ୍ରମଣ ବିରୋଧୀ ଲଢେଇକୁ ବଳ ମିଳିବ ବୋଲି କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭା ସଭାପତି ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରିଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ଜବାବ ରଖିଛନ୍ତି ଜୁନା ଆଖଡା ମୁଖ୍ୟ ସ୍ୱାମୀ ଅଭଦେଶାନନ୍ଦ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସେ ସ୍ୱାଗତ କରିଛନ୍ତି। ଜୀବନ ରକ୍ଷା କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ କୁମ୍ଭ ମେଳାକୁ ଅଧିକ ସଂଖ୍ୟାରେ ନ ଆସିବାକୁ ଅନୁରୋଧ କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ସାହି ସ୍ନାନ ପାଇଁ କେହି ନଆସିବାକୁ ଅନୁରୋଧ କରିବା ସହତ ସମସ୍ତ କରୋନା ନିୟମର ପାଳନ କରିବାକୁ ସେ ଅପିଲ କରିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା କୁମ୍ଭମେଳାକୁ ଆସିଥିବା ୬୮ଜଣ ବରିଷ୍ଠ ସାଧୁ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।  ନିରୱାନି ଆଖଡାର ମହାମଣ୍ଡଳେଶ୍ୱର କପିଲ ଦେବଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଛି। ଗତ ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୧୨ ଓ ଏପ୍ରିଲ ୧୪ରେ ହୋଇଥିବା ଦୁଇଟି ସାହି ସ୍ନାନରେ ଲକ୍ଷ ଲକ୍ଷ ଭକ୍ତ ବୁଡ ପକାଇଥିଲେ।

https://twitter.com/narendramodi/status/1383259125522440196?s=20

Narendra Modi Kumbha Mela