ଜେଲେନସ୍କିଙ୍କ ପରେ ପୁଟିନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ ରୁଷ ରାଷ୍ଟ୍ରପତିଙ୍କ ସହ ପର୍ଯ୍ୟାୟକ୍ରମେ କଥା ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ କଥା ହେବା ବେଳେ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସୁମୀରେ ଫସିଥିବା […]

Modi

Hemant Lenka
  • Published: Monday, 07 March 2022
  • , Updated: 07 March 2022, 06:24 PM IST

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ ରୁଷ ରାଷ୍ଟ୍ରପତିଙ୍କ ସହ ପର୍ଯ୍ୟାୟକ୍ରମେ କଥା ହୋଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ କଥା ହେବା ବେଳେ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସୁମୀରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାମରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାପରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୫୦ ମିନିଟ ଧରି କଥା ହୋଇଥିଲେ। ଏହି ସମୟରେ ତାଙ୍କୁ ମଧ୍ୟ ମୋଦି ସୁମୀରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବାକୁ କହିଛନ୍ତି। ଏହାବାଦ ଉଭୟ ପୁଟିନ ଓ ଜେଲେନସ୍କିଙ୍କୁ ମୋଦି କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

ଆଜି ମୋଦି ପ୍ରଥମେ ଦୀର୍ଘ ୩୫ ମିନିଟ୍‌ କାଳ ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ଜେଲେନସ୍କିଙ୍କ ଠାରୁ ମୋଦି ୟୁକ୍ରେନର ସ୍ଥିତି ସମ୍ପର୍କରେ ସୂଚନା ପ୍ରାପ୍ତ କରିଥିଲେ। ଜେଲେନସ୍କି ମଧ୍ୟ ରୁଷର ଆକ୍ରମଣକୁ ୟୁକ୍ରେନ କେମିତି କାଉଣ୍ଟର କରୁଛି ସେ କଥା ମୋଦିଙ୍କୁ ଜଣାଇଥିଲେ

ଭାରତୀୟଙ୍କୁ ଯୁଦ୍ଧ ସମୟରେ ୟୁକ୍ରେନ ଯୋଗାଇ ଦେଇଥିବା ସହାୟତାକୁ ମଧ୍ୟ ମୋଦି ପ୍ରଶଂସା କରିଥିଲେ। ଏଥିସହ ବିବାଦର ସମାଧାନ ପାଇଁ ୟୁକ୍ରେନ ଉଚ୍ଚସ୍ତୀରୟ ଆଲୋଚନା ପାଇଁ ନେଉଥିବା ପଦକ୍ଷେପକୁ ମୋଦି ସାଧୁବାଦ ଜଣାଇଛନ୍ତି। ୟୁକ୍ରେନବାସୀଙ୍କ ପାଖରେ ସେ କୃତଜ୍ଞ ବୋଲି କହିଥିବା ନିଜେ ଜେଲନସ୍କି ଟ୍ୱିଟ କରି ସୂଚନା ଦେଇଛନ୍ତି।

ଏହି ଆଲୋଚନାର କିଛି ମିନିଟ ପରେ ମୋଦି ଫୋନ ଯୋଗେ ପୁଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସୁମୀରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଉଦ୍ଧାର ହୋଇପାରିବେ ସେ ବାବଦରେ ଉଭୟ ନେତା ଆଲୋଚନା କରିଛନ୍ତି। ଏହାବାଦ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦର କୂଟନୀତିକ ସମାଧାନ ତୁରନ୍ତ ଆରମ୍ଭ କରିବାକୁ ମଧ୍ୟ ସେ ପୁଟିନଙ୍କୁ କହିଛନ୍ତି।

ପୁଟିନ ତାଙ୍କୁ ବିବାଦର ସମାଧାନ ପାଇଁ ଚାଲିଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜଣାଇଥିଲେ। ଏହାପରେ ମୋଦି ତାଙ୍କୁ ସିଧାସଳଖ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବାକୁ ପ୍ରସ୍ତାବ ଦେଇଛନ୍ତି। ଦୁଇ ନେତା ଏକାଠି କଥା ହେଲେ ସାମାଧାନର ବାଟ ନିଶ୍ଚିତ ଫିଟିବ ବୋଲି ମୋଦି ଫୋନ ଯୋଗେ ପୁଟିନଙ୍କୁ କହିଛନ୍ତି। ଏଥିସହ ୟୁକ୍ରେନରେ ଚାଲିଥିବା ଆକ୍ରମଣାତ୍ମକ ପରିସ୍ଥିତିକୁ ନେଇ ମୋଦି ଚିନ୍ତା ପ୍ରକଟ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ତମ ଦିନରେ ପହଞ୍ଚିଛି। ଦିନକୁ ଦିନ ଆକ୍ରମଣର ତୀବ୍ରତା ବଢ଼ୁଥିବାରୁ ଅନେକ ଲୋକ ମୃତାହତ ହେଉଛନ୍ତ। ଏହାକୁ ଦୃଷ୍ଟିରେ ରଖି ଆଜି ରୁଷ ପକ୍ଷରୁ ୟୁକ୍ରେନର କିଭ, ଖାରକିଭ, ସୁମୀ ଓ ମାରିୟୁପୋଲରେ ଅସ୍ତ୍ର ବିରତି ଲାଗୁ କରାଯାଇଛି। ଏହି ସବୁ ସହରରେ ଫସିଥିବା ଲୋକମାନେ ଯେମିତି ସୁରକ୍ଷିତ ସ୍ଥାନକୁ ଯାଇ ପାରିବେ ସେଥିପାଇଁ ରୁଷ ଏପରି ପଦକ୍ଷେପ ନେଇଛି।

Related story