Advertisment

ମୋଦିଙ୍କୁ ଆକ୍ରମଣ ଉଦ୍ୟମ ହୋଇ ନାହିଁ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବିବୃତ୍ତି ରଖିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫେରିଯିବାରେ ମୁଁ ଦୁଃଖିତ। ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁ। ଖରାପ ପାଗ ପରିସ୍ଥିତି ଏବଂ ଏଠିକାର ଚାଷୀ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ କରିବାକୁ  ପିଏମଓକୁ  ଅନୁରୋଧ କରିଥିଲୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହଠାତ୍ ରୁଟ ପରିବର୍ତ୍ତନ ବିଷୟରେ ଆମ ପାଖରେ କୌଣସି […]

author-image
Tapas Behera
ଅଦ୍ୟତନ ହୋଇଛି
ବିଏସଏଫର ସୀମା ବୃଦ୍ଧିକୁ ବିରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ , ସ୍ୱର ମିଳାଇଲେ ସିଦ୍ଧୁ

Punjab

ଚଣ୍ଡିଗଡ଼: ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବିବୃତ୍ତି ରଖିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫେରିଯିବାରେ ମୁଁ ଦୁଃଖିତ। ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁ। ଖରାପ ପାଗ ପରିସ୍ଥିତି ଏବଂ ଏଠିକାର ଚାଷୀ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ କରିବାକୁ  ପିଏମଓକୁ  ଅନୁରୋଧ କରିଥିଲୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହଠାତ୍ ରୁଟ ପରିବର୍ତ୍ତନ ବିଷୟରେ ଆମ ପାଖରେ କୌଣସି ସୂଚନା ନଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ କୌଣସି ସୁରକ୍ଷା ବ୍ୟବସ୍ଥା ଢିଲା କରାଯାଇ ନାହିଁ। ଯେଉଁ ଯାଗାରେ ପ୍ରଦର୍ଶନ ହେଉଥିଲା ସେଠାରୁ ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅଟକାଇ ଦିଆଯାଥିଲା। ବିକ୍ଷୋଭକାରୀଙ୍କୁ ଉଠାଇବା ପାଇଁ ଅତି କମରେ ୧୦ରୁ ୨୦ ମିନିଟ୍ ସମୟ ଲାଗିଥାନ୍ତା ।

Advertisment

ଏବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଏବଂ ଅନ୍ୟ ଏକ ରୁଟ୍‌ରେ ଯିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ସେ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ। ପିଏମ ମୋଦିଙ୍କ ଗସ୍ତ ସମୟରେ ଯଦି କୌଣସି ସୁରକ୍ଷାର ବ୍ୟବସ୍ଥାରେ ତ୍ରୁଟି ହୋଇଥାଏ ତେବେ ଆମେ ତଦନ୍ତ କରିବୁ ବୋଲି ଚନ୍ନି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଜିର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କୌଣସି ବିପଦ ନଥିଲା। ବିକ୍ଷୋଭକାରୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଲନ କରିଥିଲେ। ସେମାନେ ମୋଦିଙ୍କ ଉପରେ ଆକ୍ରମଣ ଉଦ୍ୟମ କରି ନାହାନ୍ତି। ମୁଁ ଆଜି ଭଟିଣ୍ଡା ଏୟାରପୋର୍ଟରେ ମୋଦିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ଥିଲା।  କିନ୍ତୁ ଯେଉଁମାନେ ମୋ ସହିତ ଯିବାର ଥିଲା ସେମାନେ କୋଭିଡ୍‌ ପଜିଟିଭ ଥିବା ଜଣାପଡ଼ିଛି। ତେଣୁ ମୁଁ ଆଜି ପ୍ରଧାନମନ୍ତ୍ରୀଙ୍କୁ  ରିସିଭ କରିବାକୁ ଯାଇ ପାରି ନଥିଲି। କାରଣ କୋଭିଡ ପଜିଟିଭ୍ ଥିବା କିଛି ଲୋକଙ୍କ ସହ ମୁଁ କଣ୍ଟାକ୍ଟରେ ଆସିଥିଲି।

ସେ କହିଛନ୍ତି ଯେ ଗତ ଏକ ବର୍ଷ ଧରି ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି। ମୁଁ ଚାଷୀମାନଙ୍କ ଉପରେ ଲାଠି-ଚାର୍ଜ କରିପାରିବି ନାହିଁ। ଆମେ ରାତିସାରା ଚାଷୀଙ୍କ ସହ ଆଲୋଚନ କରିଥିଲୁ। ସେମାନେ ରାଜି ହୋଇ ଆନ୍ଦୋଳନରୁ ଓହରି ଯାଇଥିଲେ। କିନ୍ତୁ ଆଜି ହଠାତ୍ କିଛି ଆନ୍ଦୋଳନକାରୀ ଫିରୋଜପୁର ଜିଲ୍ଲାରେ ଏକାଠି ହୋଇଥିଲେ। ବିକ୍ଷୋଭକାରୀମାନେ ବସିଥିବା ସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ଅଟକାଯାଇଥିଲା। ତେଣୁ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ଅବହେଳା କରାଯାଇ ନଥିବା ସେ କହିଛନ୍ତି।

Advertisment
Narendra Modi PM Security Breach