Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଗାଡ଼ି ଆଡ଼କୁ ମାଡ଼ି ଆସିଲେ ବିଜେପି କର୍ମୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍‌ ଉପରେ ଧୀରେଧୀରେ ଯାଉଥିବା ବେଳେ କିଛି ଲୋକ ବିଜେପି ଜିନ୍ଦାବାଦ ନାରା ଦେଇ ବିପଦଜନକ ଭାବେ ଗାଡ଼ି ଆଡ଼କୁ ମାଡ଼ି ଯାଇଥିଲେ। ସେମାନଙ୍କ ହାତରେ ବିଜେପି ପତାକା ମଧ୍ୟ ରହିଥିଲା। ଏମାନେ ସମସ୍ତେ ଫିରୋଜପୁରରେ ଆୟୋଜିତ ମୋଦିଙ୍କ କାର୍ଯ୍ୟକ୍ରମକୁ ଯାଉଥିଲେ। ହେଲେ ଚାଷୀଙ୍କ […]

author-image
Hemant Lenka
ଅଦ୍ୟତନ ହୋଇଛି
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଗାଡ଼ି ଆଡ଼କୁ ମାଡ଼ି ଆସିଲେ ବିଜେପି କର୍ମୀ

BJP

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍‌ ଉପରେ ଧୀରେଧୀରେ ଯାଉଥିବା ବେଳେ କିଛି ଲୋକ ବିଜେପି ଜିନ୍ଦାବାଦ ନାରା ଦେଇ ବିପଦଜନକ ଭାବେ ଗାଡ଼ି ଆଡ଼କୁ ମାଡ଼ି ଯାଇଥିଲେ। ସେମାନଙ୍କ ହାତରେ ବିଜେପି ପତାକା ମଧ୍ୟ ରହିଥିଲା।

Advertisment

ଏମାନେ ସମସ୍ତେ ଫିରୋଜପୁରରେ ଆୟୋଜିତ ମୋଦିଙ୍କ କାର୍ଯ୍ୟକ୍ରମକୁ ଯାଉଥିଲେ। ହେଲେ ଚାଷୀଙ୍କ ବିକ୍ଷୋଭ ଯୋଗୁ ଆଗକୁ ଯାଇ ପାରି ନଥିଲେ। ସେମାନେ ରାସ୍ତାରେ ଅଟକି ଥିବା ବେଳେ ମୋଦିଙ୍କ କାରକେଡ ମଧ୍ୟ ସେଠାରେ ପହଞ୍ଚିଥିଲା। ଏହାକୁ ଦେଖି ସେମାନେ ବିଜେପି ଜିନ୍ଦାବାଦ ନାରା ଦେଇ ଗାଡ଼ି ଆଡ଼କୁ ମାଡ଼ି ଯାଇଥିଲେ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, କେହି ବି ତାଙ୍କ କାରକେଡ ନିକଟକୁ ଯାଇ ପାରିବେ ନାହିଁ। ଏପରି କି ଦଳୀୟ କର୍ମୀ କିମ୍ବା ନେତା ବିନା ଅନୁମତିରେ ତାଙ୍କୁ ଭେଟି ପାରିବେ ନାହିଁ। ହେଲେ ବିଜେପି କର୍ମୀ ଓ ନେତାମାନେ କେମିତି କଡ଼ା ସୁରକ୍ଷା ବଳୟ ଭେଦ କରି ମୋଦିଙ୍କ ଗାଡ଼ିର ଅତି ନିକଟରେ ପହଞ୍ଚିଲେ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ମୋଦିଙ୍କ ଗାଡ଼ି ପ୍ଲାଏଓଭର୍‌ର ବିପରୀତ ରାସ୍ତାରେ ଧୀରାଧୀରେ ଯାଉଥିବା ବେଳେ କିଛି ଲୋକ ବିଜେପି ପତାକା ଧରି ବିପରୀତ ଦିଗରେ ଛିଡ଼ା ହୋଇଛନ୍ତି। ସେମାନେ ମୋଦିଙ୍କ ଗାଡ଼ି ଠାରୁ ମାତ୍ର ଅଳ୍ପ ମିଟର ଦୂରତାରେ ରହି ବିଜେପି ଜିନ୍ଦାବାଦ ନାରା ମଧ୍ୟ ଦେଇଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ମୋଦିଙ୍କ କାର ଆଗକୁ ଯିବା ସହ ଏସପିଜି ଯବାନମାନେ ଏହାକୁ ଘେରାଉ କରିଥିଲେ।

ବିଜେପି କର୍ମୀମାନେ କେମିତି ପ୍ରଧାନମନ୍ତ୍ରୀଙ୍କ କାର୍‌ର ଏତେ ନିକଟକୁ ଗଲେ? କିଏ ସେମାନଙ୍କୁ ଅନୁମତି ଦେଇଥିଲା? ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଆଉ ଏକ ତ୍ରୁଟି ବୋଲି କୁହାଯାଉଛି।


ଏହାପୂର୍ବରୁ ବିକ୍ଷୋଭ କରୁଥିବା ଚାଷୀମାନେ ପ୍ଲାଏଓଭର ନିକଟରେ ମୋଦିଙ୍କ ଗାଡ଼ି ଅଟକି ଥିବା ବେଳେ ଏହା ନିକଟକୁ ଆସି ଯାଇଥିବା ଦେଖିବାକୁ ମିଳିଥିଲା। ଏବେ ନୂଆ ଭିଡିଓ ମଧ୍ୟ ସମସ୍ତଙ୍କୁ ବିଚଳିତ କରିଛି।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ।

କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭରରେ ଅଟକି ଯାଇଥିଲା। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲା। ଶେଷରେ ମୋଦି ଫ୍ଲାଏଓଭରରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଛି।

PM Security Breach