Advertisment

ଏକାଠି ହେଲେ ମୋଦି, ସୋନିଆଙ୍କ ସମେତ ଅନେକ ଦଳର ନେତା

ନୂଆଦିଲ୍ଲୀ: ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବା ପରେ ସଂସଦ ପରିସରରେ ଥିବା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରକୋଷ୍ଠରେ ଏକାଠି ହୋଇଥିଲେ ବିଭିନ୍ନ ଦଳର ନେତା। ଏହି ବୈଠକରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ଟିଏମିସି, ବିଜେଡି ସମେତ ଅନ୍ୟାନ୍ୟ ଦଳର ନେତା। ମୋଦି ଏବଂ ଓମ୍ ବିର୍ଲା ଗୋଟିଏ ସଫାରେ ବସିଥିବା ବେଳେ ପାଖକୁ ଲାଗିଥିବା […]

ଅଦ୍ୟତନ ହୋଇଛି
ଏକାଠି ହେଲେ ମୋଦି, ସୋନିଆଙ୍କ ସମେତ ଅନେକ ଦଳର ନେତା

modi-sonia

Advertisment

ନୂଆଦିଲ୍ଲୀ: ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବା ପରେ ସଂସଦ ପରିସରରେ ଥିବା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରକୋଷ୍ଠରେ ଏକାଠି ହୋଇଥିଲେ ବିଭିନ୍ନ ଦଳର ନେତା। ଏହି ବୈଠକରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ଟିଏମିସି, ବିଜେଡି ସମେତ ଅନ୍ୟାନ୍ୟ ଦଳର ନେତା।

Advertisment

ମୋଦି ଏବଂ ଓମ୍ ବିର୍ଲା ଗୋଟିଏ ସଫାରେ ବସିଥିବା ବେଳେ ପାଖକୁ ଲାଗିଥିବା ଆଉ ଏକ ସଫାରେ ବସିଥିଲେ ଅଧୀର ଏବଂ ସୋନିଆ। ଏପରି ବୈଠକ ସଂସଦର ଏକ ପରମ୍ପରା। ଅଧିବେଶନ ଶେଷ ହେବା ପରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବିଭିନ୍ନ ଦଳର ନେତା ଏକାଠି ହୁଅନ୍ତି।

ବୈଠକ ପୂର୍ବରୁ ରାଜ୍ୟସଭା ମୁଲତବୀ ହେବା ପୂର୍ବରୁ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଅସନ୍ତୋଷ ପ୍ରକାଶ କରି କାନ୍ଦି ପକାଇଥିଲେ। ଗୃହ ଯେଉଁ ଭାବରେ ଚାଲୁଛି ତାହା ତାଙ୍କୁ ବ୍ୟକ୍ତିଗତ ଭାବରେ ଦୁଃଖ ଦେଇଛି ବୋଲି ସେ କହିଥିଲେ। ଅନ୍ୟପଟେ ବିରୋଧୀଙ୍କ ହୋ ହାଲ୍ଲା ଆଦିକୁ ସେ ନିନ୍ଦା କରିଥିଲେ। ତେଣୁ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଯଦିଓ ବିଭିନ୍ନ ଦଳର ନେତା ଉପସ୍ଥିତ ଥିଲେ। ବୈଠକଟି ବହୁତ ଗାମ୍ଭୀର୍ଯ୍ୟ ରହିଥିଲା।

Advertisment

ବାଚସ୍ପତି ଓମ୍ ବିର୍ଲା କହିଥିଲେ, ସଂସଦର ସଦସ୍ୟ ମାନେ ବିତର୍କ ଏବଂ ଆଲୋଚନା ପାଇଁ ଆଗ୍ରହ ଦେଖାଇବା ଦରକାର। ଯଦି ଏଭଳି ହେବ ତାହେଲେ ଯାଇ ଆମେ ଲୋକଙ୍କ ସେବା ଠିକ୍ ଭାବରେ କରିପାରିବା

ସୂଚନାଯୋଗ୍ୟ, ଜୁଲାଇ ୧୯ରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ଅଗଷ୍ଟ ୧୪ରେ ଶେଷ ହେବାର ଥିଲା। କିନ୍ତୁ ଦୁଇ ଦିନ ପୂର୍ବରୁ ସଂସଦକୁ ଅନିର୍ଦ୍ଦିଷ୍ଟ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏହି ମୌସୁମୀ ଅଧିବେଶନରେ ବିରୋଧୀ ପେଗାସସ ଏବଂ କୃଷି ଆଇନକୁ ନେଇ ବିରୋଧ କରିଥିଲେ। ତେଣୁ ଗୃହ କାର୍ଯ୍ୟ ଠିକ୍ ଭାବରେ ଚାଲିପାରିନଥିଲା। ଅନ୍ୟପଟେ ଗତକାଲି କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜଓ୍ୱା ଟେବୁଲ ଉପରେ ଛିଡା ହୋଇ ଅଧ୍ୟକ୍ଷଙ୍କ ଚେୟାର ଉପରକୁ ଏକ ଫାଇଲ୍ ଫିଙ୍ଗିଥିଲେ। ଯାହାକୁ ନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିନ୍ଦା କରିଛନ୍ତି। ଗୃହର ନେତା ପୀୟୁଷ ଗୋଏଲ, ଗୃହମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ସକାଳୁ ଭେଙ୍କାୟା ନାଇଡୁଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ବାଜଓ୍ୱା କହିଛନ୍ତି ଯାହା ଦଣ୍ଡ ଦେଲେ ବି ସରକାର ଏପରି ଚାଲିଲେ ଆଗାମୀ ଦିନରେ ସମାନ କାମ ସେ କରିବେ। ଏଥିପାଇଁ ସେ ଦୁଃଖିତ ନୁହନ୍ତି ବୋଲି କହିଛନ୍ତି। ତେଣେ ଏହି କଂଗ୍ରେସ ସାଂସଦଙ୍କ ବିରୋଧରେ ଅଧ୍ୟକ୍ଷ ଭେଙ୍କାୟା କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe