Advertisment

ସୋମବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ସୋମବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। କେନ୍ଦ୍ର ସରକାର ପଠାଇବେ ଏହି ଟଙ୍କା। ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି କିସ୍ତି ଟଙ୍କା ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ପିଏମ୍‍-କିଷାନ ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ। ଏହାଦ୍ୱାରା ୯.୭୫ କୋଟି କୃଷି ପରିବାରର ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ୧୯,୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯିବ। ଏହି […]

ଅଦ୍ୟତନ ହୋଇଛି
ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ

Modi-on-Farmer

Advertisment

ନୂଆଦିଲ୍ଲୀ: ସୋମବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। କେନ୍ଦ୍ର ସରକାର ପଠାଇବେ ଏହି ଟଙ୍କା। ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି କିସ୍ତି ଟଙ୍କା ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ପିଏମ୍‍-କିଷାନ ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ। ଏହାଦ୍ୱାରା ୯.୭୫ କୋଟି କୃଷି ପରିବାରର ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ୧୯,୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାଷୀ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଦେଶକୁ ସମ୍ବୋଧିତ କରିବେ।

Advertisment

ପିଏମ୍‍-କିଷାନ ଯୋଜନା ଅଧିନରେ କୃଷକ ପରିବାରର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା କରି ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ ସମାନ ୪ ମାସିଆ ତିନିଟି କିସ୍ତିରେ ୨୦୦୦ ଟଙ୍କା କରି ଦିଆଯାଏ। ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଯାଇଥାଏ। ଏହି ଯୋଜନାରେ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ମାନ ରାଶି କୃଷକ ପରିବାରଗୁଡିକୁ ପଠାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe