Advertisment

ମନମୋହନଙ୍କୁ ଦେଖିବାକୁ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ, ଟ୍ୱିଟ କରି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଜ୍ୱର ଓ ଦୁର୍ବଳତା ଯୋଗୁ ଗତକାଲି ଠାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଠାରୁ ସେ ଏମ୍ସରେ ଚିକିତ୍ସିତ ହେଉଥିବାରୁ ଆଜି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କୁ ଦେଖିବାକୁ ଯାଇଛନ୍ତି। ସେ ମନମୋହନ ସିଂହଙ୍କୁ ଦେଖିବା ସହ ଡାକ୍ତରୀ ଟିମ୍‌ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସେହିପରି ୮୯ ବର୍ଷୀୟ ଶ୍ରୀ ସିଂହ ଆଡମିଟ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

ଅଦ୍ୟତନ ହୋଇଛି
ମନମୋହନଙ୍କୁ ଦେଖିବାକୁ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ, ଟ୍ୱିଟ କରି ଏମିତି କହିଲେ ମୋଦି

manmohan

Advertisment

ନୂଆଦିଲ୍ଲୀ: ଜ୍ୱର ଓ ଦୁର୍ବଳତା ଯୋଗୁ ଗତକାଲି ଠାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଠାରୁ ସେ ଏମ୍ସରେ ଚିକିତ୍ସିତ ହେଉଥିବାରୁ ଆଜି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କୁ ଦେଖିବାକୁ ଯାଇଛନ୍ତି।

Advertisment

ସେ ମନମୋହନ ସିଂହଙ୍କୁ ଦେଖିବା ସହ ଡାକ୍ତରୀ ଟିମ୍‌ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସେହିପରି ୮୯ ବର୍ଷୀୟ ଶ୍ରୀ ସିଂହ ଆଡମିଟ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, “ମୁଁ ଡ. ମନମୋହନ ସିଂହଜୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି।”

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଶ୍ରୀ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନାରୁ ମୁକୁଳିଥିଲେ ହେଁ ହଠାତ୍‌ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିଲା। ତାଙ୍କୁ ଜ୍ୱର ହେବାର ସହ ସେ ଦୁର୍ବଳ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ଏମ୍ସିକୁ ନିଆଯାଇଥିଲା।

Advertisment

ଏମ୍ସ ପକ୍ଷରୁ କୁହାଯାଇଛି ଯେ ଡା ସିଂହଙ୍କ ଶରୀରରେ ଜ୍ୱର ରହିଛି। ଏବେ ଏହାର ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Manmohan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe