Advertisment

ବଦ୍ରିନାଥରେ ମେଗା ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ: ଆଜି କେଦାରନାଥ ଓ ବଦ୍ରିନାଥ ଧାମଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏ ଅବସରରେ ମୋଦି ୩୪୦୦ କୋଟିରୁ ଅଧିକ ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପର ମୂଳଦୁଆ ପକାଇବେ।  ଯେଉଁଥିରେ ଗୌରୀକୁଣ୍ଡକୁ କେଦାରନାଥ ଓ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରୁଥିବା ଦୁଇଟି ନୂଆ ରୋପେଓ୍ୱ ପ୍ରକଳ୍ପ ଅନ୍ତର୍ଭୁକ୍ତ।  ପ୍ରଧାନମନ୍ତ୍ରୀ ଆଜି ସକାଳ ପ୍ରାୟ ୮ ଟା ୩୦ରେ କେଦାରନାଥରେ ପହଞ୍ଚି ଦର୍ଶନ ଓ ପୂଜା କରିବେ। ପରେ ୯ଟାରେ କେଦାରନାଥ ରୋପେଓ୍ୱର ଶିଳାନ୍ୟାସ ଓ […]

ବଦ୍ରିନାଥରେ ମେଗା ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦି

badrinath

Advertisment

ନୂଆଦିଲ୍ଲୀ: ଆଜି କେଦାରନାଥ ଓ ବଦ୍ରିନାଥ ଧାମଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏ ଅବସରରେ ମୋଦି ୩୪୦୦ କୋଟିରୁ ଅଧିକ ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପର ମୂଳଦୁଆ ପକାଇବେ।  ଯେଉଁଥିରେ ଗୌରୀକୁଣ୍ଡକୁ କେଦାରନାଥ ଓ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରୁଥିବା ଦୁଇଟି ନୂଆ ରୋପେଓ୍ୱ ପ୍ରକଳ୍ପ ଅନ୍ତର୍ଭୁକ୍ତ।  ପ୍ରଧାନମନ୍ତ୍ରୀ ଆଜି ସକାଳ ପ୍ରାୟ ୮ ଟା ୩୦ରେ କେଦାରନାଥରେ ପହଞ୍ଚି ଦର୍ଶନ ଓ ପୂଜା କରିବେ। ପରେ ୯ଟାରେ କେଦାରନାଥ ରୋପେଓ୍ୱର ଶିଳାନ୍ୟାସ ଓ ଶଙ୍କରାଚାର୍ଯ୍ୟ ସମାଧି ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।  କେଦାରନାଥଙ୍କ ପୀଠରେ ଅନ୍ୟାନ କାର୍ଯ୍ୟକ୍ରମ ସାରି ବଦ୍ରିନାଥ ଯିବେ ପ୍ରଧାନମନ୍ତ୍ରୀ ।

Advertisment

ଦିନ ପ୍ରାୟ ୧୧ଟା ୩୦ରେ ବଦ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ।  ସେଠାରେ ବଦ୍ରିନାଥ ରୋପେଓ୍ୱ ପ୍ରକଳ୍ପର ମୂଳଦୁଆ ପକାଇବା ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।  ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।  ନୂଆ ରୌପେଓ୍ୱ ପ୍ରୋଜେ ଦ୍ୱାରା ଯାତ୍ରୀଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି କଷ୍ଟ ଦାୟକ ଯାତ୍ରା କରିବାକୁ ପଡ଼ିବନି।   ଗୌରୀକୁଣ୍ଡରୁ କେଦାରନାଥ ମଧ୍ୟରେ ହେବାକୁ ଥିବା ପ୍ରକଳ୍ପର ଲମ୍ବ ୯.୭ କିମି ଥିବାବେଳେ, ଆଗରୁ ଯାତ୍ରା ପାଇଁ ୬ରୁ୭ ଘଣ୍ଟା ଲାଗୁଥଲା  ଏବେ ରୋପେଓ୍ୱ ହେଲେ ମାତ୍ର ୩୦ ମିନିଟରେ ପହଞ୍ଚିପାରିବେ ଶ୍ରଦ୍ଧାଳୁ । ସେହିପରି ଗୋବିନ୍ଦଘାଟ-ହେମକୁଣ୍ଡ ଭିତରେ ଦୂରତା  ୧୨.୪ କିମି ଥିବା ବେଳେ, ନୂଆ ରୋପେଓ୍ୱ ନିର୍ମାଣ ଦ୍ୱାର ମାତ୍ର ୪୫ ମିନିଟରେ ପହଞ୍ଚିପାରିବେ ଶ୍ରଦ୍ଧାଳୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe