Advertisment

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବାନ୍ଧିଲା ପୁଲିସ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡ଼ିଛି। ଏହି ବୟାନ ଯୋଗୁ ଆଜି ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ନାଶିକ ଠାରୁ ମୁମ୍ବାଇ ଯାଏ ସବୁଆଡ଼େ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି ଆଜି […]

ଅଦ୍ୟତନ ହୋଇଛି
କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବାନ୍ଧିଲା ପୁଲିସ

Narayan-Rane

Advertisment

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡ଼ିଛି। ଏହି ବୟାନ ଯୋଗୁ ଆଜି ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା।

Advertisment

ନାଶିକ ଠାରୁ ମୁମ୍ବାଇ ଯାଏ ସବୁଆଡ଼େ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି ଆଜି ନାରାୟଣ ରାଣେଙ୍କ ଜୁହୁ ସ୍ଥିତି ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା। ଏପରି କି ପୁଲିସ ମଧ୍ୟ ଉଭୟ ଗୋଷ୍ଠୀଙ୍କ ଉପରେ ଲାଠିଚାର୍ଜ କରିଥିଲା।

ଏସବୁ ଭିତରେ ଆଜି ଅପରାହ୍ନରେ ରତ୍ନଗିରି ପୁଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଛି। ପ୍ରଥମେ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରାଯାଇଛି।

Advertisment

ଆଜି ନାରାୟଣ ରାଣେ ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଯାଉଥିଲେ। ଏହି ସମୟରେ ତାଙ୍କର ଦୁଇ ବିଧାୟକ ପୁଅ ମଧ୍ୟ ଉପସ୍ଥିତି ରହିଥିଲେ। ଗୋଟିଏ ପୁଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି ପ୍ରଥମେ କଥାବାର୍ତ୍ତା କରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲେ। ସେଠାରେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରିଥିଲେ।

ଅନ୍ୟପକ୍ଷରେ ରାଣେଙ୍କ ସହଯୋଗୀ ପ୍ରମୋଦ ଜାଟହର କହିଛନ୍ତି, ପୁଲିସ୍‌ କୌଣସି ପ୍ରକାରର ଗିରଫ ପରୱାନା ଦେଖାଇ ନଥିଲା। ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ସରକାରଙ୍କ ଚାପରେ କାମ କରୁଥିବା ସ୍ୱୀକାର କରିଛନ୍ତି। ବିଜେପିର ଜନ ଆଶୀର୍ବାଦ ଯାତ୍ରା ଏବେ ବିକ୍ଷୋଭ ସଭାରେ ପରିଣତ ହୋଇଛି। ବିଜେପି କର୍ମୀମାନେ କେବଳ ଏହି ଘଟଣାକୁ ସଙ୍ଗମେଶ୍ୱର ଠାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ବିରୋଧ କରିବେ ବୋଲି ସେ କହିଛନ୍ତି।

Maharashtra Govt Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe