Advertisment

ସବୁ ସମସ୍ୟାକୁ ପଛରେ ପକାଇଲେ, କନଷ୍ଟେବଲରୁ ଏସିପି ହେବେ ଫିରୋଜ

ନୂଆଦିଲ୍ଲୀ: କଥାରେ ଅଛି ‘ହିମ୍ମତ-ଇ-ମରଦା, ମଦଦ ଇ ଖୁଦା’। ଅର୍ଥାତ ଇଚ୍ଛା ଶକ୍ତି ଥିଲେ ସ୍ୱପ୍ନ ସାକାର କରିବାକୁ ଈଶ୍ୱର ନିଜେ ସହଯୋଗ କରିବେ। ଏହି ଉକ୍ତିଟି ଜାତୀୟ ରାଜଧାନୀରେ ପ୍ରମାଣିତ ହୋଇଛି। ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟ କରୁଥିବା ଜଣେ କନଷ୍ଟେବଲ ସବୁ କିଛି ଘାତ ପ୍ରତିଘାତକୁ ପଛରେ ପକାଇ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି। ସେ ନିଜର ପରିଶ୍ରମ ବଳରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ସେ କନଷ୍ଟେବଲରୁ ଏସପି ପାହ୍ୟାର ଅଫିସର ବନିବାକୁ […]

ଅଦ୍ୟତନ ହୋଇଛି
ସବୁ ସମସ୍ୟାକୁ ପଛରେ ପକାଇଲେ, କନଷ୍ଟେବଲରୁ ଏସିପି ହେବେ ଫିରୋଜ

ACP-feroz

Advertisment

ନୂଆଦିଲ୍ଲୀ: କଥାରେ ଅଛି ‘ହିମ୍ମତ-ଇ-ମରଦା, ମଦଦ ଇ ଖୁଦା’। ଅର୍ଥାତ ଇଚ୍ଛା ଶକ୍ତି ଥିଲେ ସ୍ୱପ୍ନ ସାକାର କରିବାକୁ ଈଶ୍ୱର ନିଜେ ସହଯୋଗ କରିବେ। ଏହି ଉକ୍ତିଟି ଜାତୀୟ ରାଜଧାନୀରେ ପ୍ରମାଣିତ ହୋଇଛି। ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟ କରୁଥିବା ଜଣେ କନଷ୍ଟେବଲ ସବୁ କିଛି ଘାତ ପ୍ରତିଘାତକୁ ପଛରେ ପକାଇ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି।

Advertisment

ସେ ନିଜର ପରିଶ୍ରମ ବଳରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ସେ କନଷ୍ଟେବଲରୁ ଏସପି ପାହ୍ୟାର ଅଫିସର ବନିବାକୁ ଯାଉଛନ୍ତି। କନେଷ୍ଟବଳରୁ ଏସିପି ହେବାକୁ ଯାଉଥିବା ଯୁବକ ଜଣଙ୍କ ହେଲେ ଫିରୋଜ ଆଲାମ। ତାଙ୍କ ସଂଘର୍ଷର କାହାଣୀ କୌଣସି ହିନ୍ଦୀ ଫିଲ୍ମ ଠାରୁ କମ ନୁହେଁ। ସେ କନଷ୍ଟେବଲ ଭାବେ ଦିଲ୍ଲୀ ପୁଲିସ୍‌ର ଗୋଟିଏ ପିସିଆର ୟୁନିଟରେ କାମ କରୁଥିଲେ। କାମ କରିବା ବେଳେ ମଧ୍ୟ ସେ ୟୁପିଏସ୍‌ସି ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି ଜାରି ରଖିଥିଲେ।

ଏବେ ସେ ଡିଏଏନ୍‌ଆଇଏସ୍‌ପି ଅଧୀନରେ ଏହି ପରୀକ୍ଷାରେ ପାସ୍‌ ହୋଇଛନ୍ତି। ଏବେ ସେ ଦିଲ୍ଲୀ ପୁଲିସ୍‌ର ଏସିପି ପଦ ପାଇଁ ତାଲିମ ନେବେ। ଏହାପରେ ସେ ଏସିପି ଭାବେ କାମ ଆରମ୍ଭ କରିବେ।

Advertisment

ପିରୋଜ ଦୀର୍ଘ ୧୦ ବର୍ଷ ହେଲା ଦିଲ୍ଲୀ ପୁଲିସ୍‌ର କନଷ୍ଟେବଲ ଭାବେ କାମ କରୁଥିଲେ। ଏହି ସମୟରେ ସେ ୟୁପିଏସ୍‌ସି ସହ ବିଭିନ୍ନ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ନିୟମିତ ପ୍ରସ୍ତୁତ ହେଉଥିଲେ। ଗତବର୍ଷ ସେ ୟୁପିଏସସି ପରୀକ୍ଷା ଦେଇଥିଲେ ଓ ଏଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି।

ବର୍ତ୍ତମାନ ଫିରୋଜଙ୍କ ତାଲିମ ଦିଲ୍ଲୀର ଝାଡୋଡକାଲା ଅଞ୍ଚଳରେ ଥିବା ପୁଲିସ୍‌ ଟ୍ରେନିଂ କେନ୍ଦ୍ରରେ ଚାଲିଛି। ସେଠାରେ ଟ୍ରେନିଂ ଶେଷ ହେବା ପରେ ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସେ ଏସିପି ପଦରେ ନିଯୁକ୍ତି ପାଇବେ।

ଫିରୋଜଙ୍କ ଘର ହେଉଛି ଉତ୍ତରପ୍ରଦେଶର ହାପୁର ପିଲଖୁୱା ଜିଲ୍ଲାରେ। ସେ ମହମ୍ମଦ ଶାହାଦତ ଓ ମୁନ୍ନି ବାନୋଙ୍କ ସନ୍ତାନ। ହାପୁର ଜିଲ୍ଲାର ଆଜାମପୁର ଦେହରା ଗାଁରେ ତାଙ୍କର ଜନ୍ମ ହୋଇଥିଲା। ୨୦୧୦ ମସିହାରେ ଫିରୋଜ ଦ୍ୱାଦଶ ପରୀକ୍ଷା ପାସ୍‌ କରିବା ପରେ ଦିଲ୍ଲୀ ପୁଲିସ୍‌ରେ ସାମିଲ ହୋଇଥିଲେ। କନଷ୍ଟେବଲ ଭାବେ କାମ କରୁଥିବା ବେଳେ ସେ ଗ୍ରାଜୁଏସନ୍ ଓ ପୋଷ୍ଟ ଗ୍ରାଜୁଏସନ୍ ଶେଷ କରିଥିଲେ। ଏବେ ସେ ୟୁପିଏସ୍‌ସିରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଫିରୋଜ କହିଛନ୍ତି, “ଦିଲ୍ଲୀ ପୁଲିସ୍‌ରେ ମୁଁ ୨୦୧୦ରେ ଯୋଗ ଦେଇଥିଲି। ଏହି ସମୟରେ ମୋ ଉପରସ୍ଥ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ଷ୍ଟାଟସ ମୋତେ ବେଶ ପ୍ରଭାବିତ କରିଥିଲା। ସେମାନଙ୍କୁ ଦେଖି ମୁଁ ମଧ୍ୟ ଅଫିସର ହେବାକୁ ସ୍ୱପ୍ନ ଦେଖିଥିଲି। ମୁଁ ଅଫିସର ହେବାକୁ ହେଲେ ମୋତେ ୟୁପିଏସ୍‌ସି କ୍ଲିୟର କରିବା ଦରକାର ବୋଲି ଜାଣିବାକୁ ପାଇଥିଲି।

ଏହାପରେ ମୁଁ ସେ ଦିଗରେ କାମ କରିବା ଆରମ୍ଭ କରିଦେଇଥିଲି। ମୁଁ ୟୁପିଏସ୍‌ସି ପରୀକ୍ଷାକୁ ଯେତିକି ସହଜ ଭାବିଥିଲି, ତାହା ସେତିକି ନଥିଲା। ଫୁଲ ଟାଇମ କନଷ୍ଟେବଲ ଭାବେ କାର୍ଯ୍ୟ କରିବା ସହ ପାଠପଢ଼ିବା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା। ୧୦ ବର୍ଷ ମଧ୍ୟରେ ୫ଥର ପରୀକ୍ଷା ଦେଇ ନିରାଶ ହେବା ପରେ ମୁଁ ଅଫିସର ହେବାର ସ୍ୱପ୍ନ ଦେଖିବା ଏକ ପ୍ରକାରର ବନ୍ଦ କରିଦେଇଥିଲି। କିନ୍ତୁ ରାଜସ୍ଥାନର ଜଣେ ତହସିଲ ବିଜୟ କୁମାର ସିଂହ ଆଇପିଏସ୍‌ ହେବା ପରେ ମୁଁ ମୋର ଚିନ୍ତାଧାରାକୁ ପୁଣି ବଦଳାଇ ଥିଲି। ମୁଁ ପୁଣିଥରେ ଅଫିସର ବନିବାକୁ ପରିଶ୍ରମ ଆରମ୍ଭ କରିଦେଇଥିଲି। ଏବେ ମୁଁ ମୋର ସ୍ୱପ୍ନ ସାକାର କରିପାରିଛି।”

ଫିରୋଜ ଆଲମ ୬ଷ୍ଠ ପ୍ରୟାସରେ ୟୁପିଏସ୍‌ସି କ୍ଲିୟର କରିଛନ୍ତି। ୨୦୧୯ରେ ସେ ପରୀକ୍ଷା ଦେଇଥିଲେ। ତାଙ୍କ ରାଙ୍କ ୬୪୫ ରହିଥିଲା ଓ ସେ ଭାରତୀୟ ପୁଲିସ୍‌ ସେବାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

Delhi OR Special Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe